ସାବିତ୍ରୀ କରିଲେ ତପସ୍ୱିନୀ , ସତରେ କଣ ସ୍ୱାମୀଙ୍କୁ ଫେରି ପାଇବେ

ତପସ୍ୱିନୀ ଆଉ ସୁମିତ ମାମ-ଲାରେ ଆଉ ଏକ କଥା ସାମ୍ନାକୁ ଆସିଅଛି । ବାସ୍ ଏଇ ଦୁଇ ଦିନ ଆଗରୁ ସାବିତ୍ରୀ ବ୍ରତ ଯାଇଥିଲା ଆଉ ଆପଣ ମାନେ ସମସ୍ତେ ଅନାଇ ବସିଥିଲେ ଏହା ଜାଣିବା ପାଇଁ କି ତପସ୍ୱିନୀ ସାବିତ୍ରୀ ବ୍ରତ କରିବେ କି ନାହିଁ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଯାଇଛି ସତ୍ୟ । ତପସ୍ୱିନୀ ବି ନିଜ ସ୍ୱାମୀଙ୍କ ପାଇଁ ରଖିଥିଲେ ସାବିତ୍ରୀ । ମନରେ ଅନେକ ଆଶା ଆଉ ବିଶ୍ୱାସ ନେଇ ନିଜ ସ୍ୱାମୀ ପାଇଁ ରଖିଥିଲେ ଓଷା ।

କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ , ଏହି ପୂଜା କାମ ଦେବ ନା ନାହିଁ , ସେ କଥା କିଏ ବା ଜାଣେ । ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ସହିତ ଘର ସଂସାର କରିବାପାଇଁ ଆଦୌ ରାଜି ନାହିଁ ଆଉ ଏହି ସ୍ତ୍ରୀ ପାଖରେ ମନ ଲାଗୁନାହିଁ , ସେ କଣ ଆଉ ଫେରିବ ତପସ୍ୱିନୀଙ୍କ ପାଖକୁ । ତେବେ ସେ କଥା ତ ସମୟ କହିବ । ତେବେ ସେଦିନ ସମସ୍ତଙ୍କ ଭଳି ତପସ୍ୱିନୀ ମଧ୍ୟ କରିଥିଲେ ସାବିତ୍ରୀ । ସକାଳୁ ଉଠି ଉପବାସ ରଖି ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ କାମନା କରି ପୂଜା କରିଥିଲେ ତପସ୍ୱିନୀ । କିନ୍ତୁ ଦୁଃ-ଖର କଥା ଏହା ଯେ , ସେଦିନ ତାଙ୍କ ପାଖରେ ନଥିଲେ ଡାକ୍ତର ସୁମିତ ।

ଯେଉଁ ସ୍ୱାମୀ ତାଙ୍କୁ ପାଣି ପିଆଇ ଥାନ୍ତେ ଆଉ ତାଙ୍କୁ ଆଶୀର୍ବାଦ ଦେଇଥାନ୍ତେ , ସେ ନଥିଲେ ସେଦିନ ପାଖରେ । ଏକୁଟିଆ ତପସ୍ୱିନୀ ପାଳିଥିଲେ ସାବିତ୍ରୀ । ଆଉ ନିଜ ଆଶାକୁ ସେମିତି ହିଁ ବଜାୟ ରଖିଥିଲେ କି ମୋ ସ୍ୱାମୀ ବି ଫେରିବେ । ଏପଟେ ଚାରିଆଡ଼େ ଏହି କଥା ଶୁଣି ସମସ୍ତେ ଖୁସି ହୋଇ ଯାଇଥିଲେ ଆଉ ଗୋଟିଏ ସ୍ତ୍ରୀର ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଏତେ ଚେଷ୍ଟାକୁ ସମସ୍ତେ ବହୁତ ପ୍ରଶଂସା କରିଥିଲେ । ଅନ୍ୟପକ୍ଷରେ ତପସ୍ୱିନୀଙ୍କ ଓକିଲ କହିଛନ୍ତି କି , ମା-ମ-ଲା କେଉଁ ମୋ-ଡ଼ ନେବ , ସେ କଥା କହି ହେବ ନାହିଁ ।

କାରଣ ଡାକ୍ତର ସୁମିତ ଆଉ ଧରା ଦେଉ ନାହାଁନ୍ତି । କୋର୍ଟରେ କେବଳ ଦିନ ପରେ ଦିନ ବଢ଼ାଇ ଚାଲିଛନ୍ତି । ବାସ୍ତବରେ ସେ କଣ ଚାହୁଁଛନ୍ତି , ସେ କଥା ଆଦୌ ଜାଣି ହେଉନାହିଁ । ସେ କାହିଁକି ସେହି ସ୍ତ୍ରୀ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି , ଯାହାଙ୍କୁ ସେ ବେଦିରେ ବସି ବିବାହ କରିଥିଲେ ଆଉ ଦିନେ ଭଲ ପାଇଥିଲେ । ତେବେ ସୁମିତ ସାମ୍ନାକୁ ଆସି ସେ ବିଷୟରେ କହିବା ଆବଶ୍ୟକ । ସେ ତପସ୍ୱିନୀଙ୍କ ସହିତ ରହିବାକୁ ଚାହୁଁଛନ୍ତି କି ନାହିଁ । ତେବେ ସେ ଯାହା ବି ହେଉ , ବାସ୍ତବରେ ତପସ୍ୱିନୀଙ୍କର ଏଭଳି ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *