ପୁଅ ଜନ୍ମ ହୋଇଥିବା କହି ନର୍ସ ମାଗିଥିଲା ମିଠା । ଆଉ ସ୍ତ୍ରୀ କଥା ପଚାରିବାରୁ କହିଲେ….. ସ୍ତ୍ରୀ ଦେହରୁ …….

ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଚାଲିଗଲା ମହିଳାଙ୍କ ଜୀବନ । ଯେଉଁ କାରଣରୁ ସ୍ୱାମୀ ଆଉ ସହି ପାରୁ ନାହାଁନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ମୃତ ଦେହ ରଖି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଯାଜପୁର ମାନସପୋଲ ନିକଟରେ ଓଁ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ଜୀବନ ଚାଲି ଯାଇଛି ।

ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତ ମହିଳା ଜଣକ ହେଉଛନ୍ତି ଯାଜପୁର ଥାନା ପଣସା ପଞ୍ଚାୟତ ବିଜୟ କୁମାର ରାଉତଙ୍କ ପତ୍ନୀ ରଶ୍ମିତା ରାଉତ । ତେବେ ଗତକାଲି ସେହି ନର୍ସିଂହୋମରେ ମହିଳାଙ୍କ ପ୍ରସବ ପାଇଁ ତାଙ୍କୁ ତାଙ୍କ ପରିବାର ଲୋକେ ଭର୍ତ୍ତି କରିଥିଲେ ।

ପୁଣି ନର୍ସ ଆସି ସ୍ୱାମୀଙ୍କୁ ତାଙ୍କର ପୁଅ ଜନ୍ମ ହୋଇଥିବା ଖବର ଦେଇଥିଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଠିକ ଥିବା କଥା କହିଥିଲେ । ଏହାବ୍ୟତୀତ ପୁଅ ଜନ୍ମ ହୋଇଥିବା କହି ମିଠା ବାଣ୍ଟିବାକୁ କହିଥିଲେ । ଆଉ କିଛି ସମୟ ପରେ ନର୍ସ କହିଥିଲେ ଯେ ସ୍ତ୍ରୀଙ୍କ ଦେହରୁ ରକ୍ତ ଝରିବା ବନ୍ଦ ହେଉନାହିଁ । ଏମିତି ଦେଖିଲେ ଲାଗୁଥିଲା ଯେମିତି ସ୍ତ୍ରୀର ଦେହ ଭିତରେ କିଛି କ୍ଷତ ହୋଇ ଯାଇଛି ଯେଉଁ କାରଣରୁ ରକ୍ତସ୍ରାବ ବନ୍ଦ ହେଉନାହିଁ ।

ଅପରେସନ ପରେ ଅଧିକ ରକ୍ତସ୍ରାବ ହେବାରୁ ତାଙ୍କୁ ଅନ୍ୟତ୍ର ନେବାକୁ କହିଥିଲେ । ଏହାପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର କହିଥିଲେ ଯେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ତେଣୁ ବର୍ତ୍ତମାନ ପରିବାର ଲୋକଙ୍କ ପକ୍ଷରୁ ଯାଜପୁର ଥାନାରେ ଉକ୍ତ ନର୍ସିଂହୋମ ବିରୋଧରେ ଏକ ଲିଖିତ ଅଭିଯୋଗ କରାଯାଇଛି

ଏହାକୁ ନେଇ ପୁରା ଗାଁ ଲୋକେ ନରସିଂହୋମ ନିଆଟରେ ମୃତ ଦେହ ରଖି ନ୍ୟାୟ ପାଇଁ ଦାବି କରୁଛନ୍ତି । କିଛି ଲୋକେ କହିଛନ୍ତି ଯେ ଏଥିପାଇଁ ନର୍ସିଂହୋମର ମାଲିକକୁ ଗିରଫ କରାଯିବା ଉଚିତ । ଏହାବ୍ୟତୀତ ଅପରେସନ କରିଥିବା ଡାକ୍ତର ଲଲାଟେନ୍ଦୁ ମହାପାତ୍ରଙ୍କୁ ତୁରନ୍ତ ଅରେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ।

ତାପରେ ଯାଇ ପ୍ରଶାସନ ଲିଖିତ ଆକାରରେ ଦେଲେ ଯାଇ ଲୋକେ ରାସ୍ତା ଅବରୋଧରୁ ହଟିବେ ବୋଲି ଧମକ ଦେଇଛନ୍ତି । ଏପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ରାଜରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀ ଏବଂ ପରିବାର ଲୋକେ ରାସ୍ତାରୋକ କରିଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ଦାବି କରାଯାଇଛି । ସେପଟେ ଯାଜପୁର ତହସିଲଦାରଙ୍କ ସମେତ ଏସ୍ଡିପିଓ ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Leave a Reply

Your email address will not be published. Required fields are marked *