ସ୍ୱାମୀକୁ ବନ୍ଧା ପକାଇ ସ୍ତ୍ରୀ ନେଲା ଋଣ । ଆଉ ଏବେ ସ୍ୱାମୀ ଏବଂ ଛୁଆଙ୍କୁ ଛାଡ଼ି ହୋଇଗଲା ଫେରାର ।

ନିଜର ସ୍ୱାମୀ ପରିବାର ଏବଂ ଦୁଇ ଛୁଆଙ୍କୁ ଛାଡ଼ି ଆଜକୁ ଆଠ ଦିନ ହେବ ନିଖୋଜ ଅଛନ୍ତି ମହିଳା । ଯେଉଁ କାରଣରୁ ସ୍ୱାମୀ ହାତରେ ଏକ ଲିଖିତ ଅଭିଯୋଗ ନେଇ ନିଜ ସ୍ତ୍ରୀକୁ ଖୋଜିବାକୁ ଅନୁରୋଧ କରିଛନ୍ତି । ଆଉ ଏଭଳି ଏକ ଘଟଣା ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଆଜ୍ଞା ହଁ , ଏଭଳି ଏକ ଘଟଣା ଜଗତସିଂହପୁର ଥାନା ସମଙ୍ଗ ଗ୍ରାମରେ ଘଟି ଯାଇଛି ।

ସମଙ୍ଗ ଗ୍ରାମର ପ୍ରବୀର କୁମାର ପରିଡ଼ାଙ୍କ ପୁଅ ରାକେଶ କୁମାର ପରିଡ଼ା ୨୦୧୨ ମସିହା ମେ ୧୨ ତାରିଖରେ ଚୌଦ୍ୱାର ସ୍ଥିତ ଚଂଚୁଆ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଚିନ୍ମୟୀ ପରିଡ଼ାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାପରେ ରାକେଶ ଘରର ଭରଣ ପୋଷଣ ପାଇଁ ଡୁବୁରୀ ଅଞ୍ଚଳର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରି ଯେଉଁ ଟଙ୍କା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା ।

କିନ୍ତୁ ଘରର ଅଭାବ ଅନଟନ ଥିବାରୁ ସ୍ତ୍ରୀ ଚିନ୍ମୟୀ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀରୁ ଅନେକ ଟଙ୍କା ଋଣ ଆଣି ପରବର୍ତ୍ତୀ ସମୟରେ ସୁଝି ପାରି ନଥିଲେ । ଯାହାକୁ ନେଇ ଚିନ୍ମୟୀ ସବୁବେଳେ ମାନସିକ ଚିନ୍ତାରେ ରହୁଥିଲେ । କିନ୍ତୁ ଟଙ୍କା ସୁଝିବା ପାଇଁ ତାଙ୍କ ପାଖରେ କୌଣସି ଉପାୟ ନଥିଲା । ଯେଉଁ କାରଣରୁ ପରିବାରରେ ମଧ୍ୟ ଅସନ୍ତୋଷ ଲାଗି ରହିଥିଲା ।

କିନ୍ତୁ ହଠାତ ଚିନ୍ମୟୀ ଗତ ଡିସେମ୍ବର ୧୫ ତାରିଖ ଠାରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କଟକ ମେଡ଼ିକାଲକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ତାପରଠାରୁ ଚିନ୍ମୟୀଙ୍କର ଆଉ କୌଣସି ଖୋଜ ଖବର ନାହିଁ । ଆଉ ସେହି ଦିନ ଠାରୁ ପରିବାର ଲୋକେ ଚିନ୍ମୟୀଙ୍କୁ ଖୋଜିବାରେ ଅନେକ ପ୍ରୟାସ ଜାରି ରଖିଛନ୍ତି ।

ସ୍ୱାମୀ , ଶ୍ବଶୁର ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ବନ୍ଧୁ ବାନ୍ଧବ ଏବଂ ଅନ୍ୟ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିବା ପରେ ମଧ୍ୟ ଚିନ୍ମୟୀଙ୍କର କୌଣସି ପତ୍ତା ମିଳିନାହିଁ । ଏହି ମାମଲାରେ ଚିନ୍ମୟୀଙ୍କର ଉଭୟ ଶ୍ୱଶୁର ଘର ଏବଂ ବାପ ଘର ପକ୍ଷରୁ ଜଗତସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ସ୍ୱାମୀ କହିଛନ୍ତି ଯେ ଡିସେମ୍ବର ୧୫ ତାରିଖ ଦ୍ୱିପ୍ରହର ଠାରୁ ତାଙ୍କର ଫୋନ ସୁଇଚିଡ଼ ଅଫ ହେବା ସହିତ ଆଜିକୁ ଆଠ ଦିନ ହେବ ତାଙ୍କର କୌଣସି ଖୋଜ ଖବର ନାହିଁ । ତେଣୁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଖୁବଶୀଘ୍ର ଏହି ମାମଲାରେ ତଦନ୍ତ କରି ଚିନ୍ମୟୀଙ୍କୁ ଖୋଜିବାକୁ ଅନୁରୋଧ କରିଛନ୍ତି । ଏପଟେ ଦୁଇ ପୁଅ ମଧ୍ୟ ନିଜ ମା’ଙ୍କୁ ନପାଇ ଖୁବ ଦୁଃଖିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *