ତାକୁ ସ୍ୱାମୀ କହିବାକୁ ମତେ ଖରାପ ଲାଗୁଛି, ସେ ଟଙ୍କା ପାଇଁ କିଛି ବି କରିଦେବ…

ବାହାନଗା କରମଣ୍ଡଳ ଏକ୍ସପ୍ରେସର ଛାତି ଥରା ଦୁର୍ଘଟଣା ପରେ ସରକାର ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କ ପରିବାରକୁ ଅଶ୍ୱା ଆଶ୍ଵାସନା ଦେବା ପାଇଁ ମୃତୁ ବରଣ କରିଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଗୁରୁତ୍ୱର ଆହାତ ହେଇଥିବା ଯାତ୍ରୀ ମାନଙ୍କୁ ୨ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କଲେ। ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠି ଘୋଷଣା ପରେ ଗୀତାଞ୍ଜଳୀ ଦତ୍ତ ନାଁ ରେ ଜଣେ ସ୍ତ୍ରୀ ଲୋକ ବାଲେଶ୍ଵର ବଡମ୍ବା ରେ ପହଞ୍ଚି ଗୋଟେ ଶବ ପାଖରେ ବସି କାନ୍ଦି କାନ୍ଦି ସ୍ଵାମୀ ମରି ଯାଇଛି ବୋଲି ମିଛ କହି ଟଙ୍କା ପାଇଁ ଦାବି କରିଛନ୍ତି।

ଗୀତାଞ୍ଜଳୀ ଦତ୍ତ ନିଜ ସ୍ବାମୀ ମରିଯାଇଛନ୍ତି ବୋଲି କହିବା ପରେ ବାଲେଶ୍ଵର ବଡମ୍ବା ଏସଆଇ ତାଙ୍କ ସ୍ବାମୀଙ୍କ ବିଷୟରେ ଖବର ନେଇ ତାଙ୍କୁ ଗାଆଁରୁ ଡ଼କାଇଥିଲେ। ଦିନ ୧୧ ବେଳେ ଗୀତାଞ୍ଜଳୀଙ୍କ ସ୍ବାମୀ ବିଜୟ କୁମାର ଦତ୍ତଙ୍କ ପାଖକୁ ପୋଲିସ୍ ଷ୍ଟେସନରୁ କଲ ଯାଇଥିଲା। କିନ୍ତୁ ସେ ଫୋନ ଉଠେଇ କହିଲେ ସେ ବଞ୍ଚିଛନ୍ତି। ପୋଲିସ୍ ଏସଆଇଙ୍କ କଥା ଶୁଣି ସେ ଆସି ଭୁବନେଶ୍ଵରରେ ପହଞ୍ଚିଲେ।

ବିଜୟଙ୍କ କହିବା ଅନୁସାରେ ସେ ୧୯୮୭ ମସିହା ଜାନୁଆରୀ ୨୫ ତାରିଖରେ ଗୀତାଞ୍ଜଳୀଙ୍କୁ ବିବାହ କରିଥିଲେ। ବିବାହର ୧୩ ବର୍ଷ ଭିତରେ ଗୀତାଞ୍ଜଳୀ ନିଜ ସ୍ବାମୀଙ୍କୁ ବହୁତ୍ ଥର ମାରିବାକୁ ଚେଷ୍ଟା କରିଥିଲେ ସେଥିପାଇଁ ୨୦୧୦ ଡିସେମ୍ବର ୧୫ ତାରିଖ ଠାରୁ ବିଜୟ ନିଜ ସ୍ତ୍ରୀଙ୍କୁ ଛାଡି ନିଜ ମାଆ ଙ୍କ ପାଖରେ ରହୁଛନ୍ତି। ମୁଁ ବଞ୍ଚି ଥାଉ ଥାଉ ଯେତେବେଳେ ସେ ମତେ ମାରିବାକୁ ଚାହୁଁ ଥିଲା ଏମିତି ମିଛରେ ମାରିବା କଥା କହିବା ତା ପାଇଁ କିଛି ବଡ଼ କଥା ନୁହଁ। ସେ ଟଙ୍କା ପାଇଁ କିଛି ବି କରିପାରେ।

ମୋର ପୁଅ ଝିଅ ଏବେ ତା ପାଖରେ ଅଛନ୍ତି ସେଥିପାଇଁ ସେ ସବୁବେଳେ ମତେ ବ୍ଲାକମେଲ କରି ଲକ୍ଷ ଟଙ୍କା ୨ ଲକ୍ଷ ଟଙ୍କା ଦେବା ପାଇଁ କୁହେ। କୁହେ ତମର ଏତେ ଜମି ଅଛି ବିକି ଦେଇ ମତେ ଟଙ୍କା ଦିଅ। ତାର କେବଳ ଟଙ୍କା ପାଇବାରେ ଇଚ୍ଛା। ଜଣେ ଟୋକା ତା ସହ ରୁହେ ସେ ମୋ ନାଆଁ କୁ ତା ନିଜ ନାଆଁ କହି ସବୁଆଡେ କୁହେଯେ ସେ ଗୀତାଞ୍ଜଳୀର ସ୍ବାମୀ। ଟଙ୍କା ପାଇବା ପାଇଁ ଗୀତାଞ୍ଜଳୀ ସହ ତା ପ୍ରେମିକ ମଧ୍ୟ ଯାଇଥିଲା।

ଏ କଥା ମୋ ମାଆ ଶୁଣିବା ପରେ ସେ ବହୁତ୍ ମନ ଦୁଃଖ କଲେ। ମୁଁ ତାଙ୍କୁ ଭୁଝେଇକି କହିଲି ସେ ଆମ ଜୀବନରୁ ବହୁତ ଦୂରକୁ ଚାଲି ଯାଇଛି ଖାଲି ଛାଡ଼ପତ୍ର ହେଇଗଲେ ଆଉ କିଛି ଚିନ୍ତା ନାହିଁ। ସେ ଗୋଟେ ଚରିତ୍ର ହୀନ ସ୍ତ୍ରୀ ଲୋକ। ଯୋଉଠି ସ୍ତ୍ରୀ ଲୋକ ନିଜ ସ୍ଵାମୀଙ୍କ ପାଇଁ ସାବିତ୍ରୀ ବ୍ରତ ସେଇଠି ମୋ ସ୍ତ୍ରୀ ମତେ ବଞ୍ଚି ଥାଉ ଥାଉ ମାରିଦେଇଛି। ମିଛ କହି ସରକାର ଏବଂ ପୋଲିସଙ୍କୁ ଠକିଛି ସେଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯାଉ।

Leave a Reply

Your email address will not be published. Required fields are marked *