ଆସିଲା ବଡ ଖୁସି ଖବର , ମିଶନ ଶକ୍ତି ସ୍କୁଟର ଯୋଜନାରେ ମହିଳା ମାନଙ୍କୁ ମିଳିବ ସ୍କୁଟି

ସରକାରଙ୍କ ଦ୍ଵାରା ମିଶନ ଶକ୍ତି ମହିଳା ମାଆ ମାନଙ୍କ ପାଇଁ ଅନେକ ସହାୟତା ଯୋଗାଇ ଦିଆ ଯାଇଥାଏ । ଯାହା ଫଳରେ ସେମାନେ ସହଜରେ ନିଜର କାମ କରିବା ସହିତ ସେମାନଙ୍କ ମନୋବଳ ମଧ୍ୟ ଦୃଢ଼ ହେବ । ସେମାନେ ଖୁସି ଖୁସିରେ ନିଜ କାମ କରିପାରିବେ ଆଉ ଲୋକଙ୍କ ପାଇଁ ଏକ ଉଦାହରଣ ସାଜି ପାରିବେ । ସେଥିପାଇଁ ସେମାନେ ନିଜ କାମକୁ ଅତ୍ୟନ୍ତ ଆଗ୍ରହ ଦେଇ କରିବା ସହିତ ଲୋକଙ୍କ ହିତରେ ମଧ୍ୟ ଆସି ପାରୁଛନ୍ତି । ତେବେ ଆଗରୁ ମହିଳା ମାନେ କେବଳ ଘର ମଧ୍ୟରେ ହିଁ ବନ୍ଦୀ ହୋଇ ରହୁଥିଲେ ।

କିନ୍ତୁ ଏବେ ମାଆ ମାନେ ଆଗକୁ ବାହାରିଲେଣି ଆଉ ଘର ମଧ୍ୟରେ ତାଙ୍କ ଜୀବନ ସୀମିତ ହୋଇ ରହି ନାହିଁ । ସରକାରଙ୍କ ଦ୍ଵାରା ପରିଚାଳିତ କରାଯାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଭାଗ୍ୟ ଖୋଲି ଦେଇଛି ଆଉ ସେମାନଙ୍କ ବଞ୍ଚିବା ପାଇଁ ଏକ ନୂଆ ରାସ୍ତା ଖୋଲିଛି । ତେବେ ସେମାନେ ଅନ୍ୟ ମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ଘରୁ ପାଦ କାଢି ଆଗକୁ ବଢ଼ି ପାରୁଛନ୍ତି ଆଉ ସରକାରଙ୍କ ପାଖରୁ ଋଣ ଆଣି ନିଜର ସ୍ଵୟଂ ସହାୟକ ଗୋଷ୍ଠୀରେ ବିନିଯୋଗ କରି ପାରୁଛନ୍ତି ।

ଆଉ ସମୟ ସମୟରେ ସେମାନଙ୍କ ଉନ୍ନତି ପାଇଁ ସରକାର କିଛି କିଛି କାର୍ଯ୍ୟକ୍ରମ ଏବଂ ଟଙ୍କା ଋଣ ଦେଇଥାନ୍ତି , ଯାହା ଫଳରେ ସେମାନେ ସ୍ୱବାଲମ୍ୱି ହୋଇ ପାରିବେ । ତେବେ ନିକଟରେ ମିଶନ ଶକ୍ତି ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍କୁଟି ଯୋଗାଇ ଦିଆଯିବ ବୋଲି କୁହା ଯାଇଥିଲା । ଆଉ ବର୍ତ୍ତମାନ ସେହି ମହିଳା ମାନେ ବ୍ୟାଙ୍କକୁ ଋଣ ପାଇଁ ପହଞ୍ଚି ଯାଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ଏପରି କିଛି ମାହୋଲ ଦେଖା ଯାଇଥିଲା । ଏସଏଚଜି ମହିଳା ମାନେ ଯାଇ ବ୍ୟାଙ୍କରେ ଏକାଠି ହୋଇଥିଲେ ।

ତେବେ ଲୁହାଜଙ୍ଗ ବ୍ଲକର କାର୍ତ୍ତିକେଶ୍ୱର ଏସଏଚଜି ର ଜଣେ ମହିଳା କହିଛନ୍ତି କି , ନବୀନ ପଟ୍ଟନାୟକଙ୍କୁ ବହୁତ ସାରା ଧନ୍ୟବାଦ । ମହିଳା ମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇ ଦେଉଛନ୍ତି ସେ । ସେଥିପାଇଁ ମିଶନ ଶକ୍ତି ଯୋଜନାରେ ଏସଏଚଜି ମହିଳା ମାନଙ୍କୁ ୦ ପ୍ରତିଶତ ସୁଧରେ ସେ ସ୍କୁଟି ଯୋଗାଇ ଦେଉଛନ୍ତି ଆଉ ଯାହା ଫଳରେ ମହିଳା ମାନେ ଆଜି କେଉଁଠି ପହଞ୍ଚି ପାରୁଛନ୍ତି । ଆଉ ଏଥିପାଇଁ ଚିରଦିନ ପାଇଁ ଆମେ ସରକାରଙ୍କ ଥରେ ଆଭାରି ହୋଇ ରହିବୁ ।

Leave a Reply

Your email address will not be published. Required fields are marked *