ସିନ୍ଦୁର ଦେବ କହି ମାସ ମାସ ଧରୁ ଶାରୀରିକ ସମ୍ପର୍କ ରଖିଲେ….

ପ୍ରେମ ଏକ ପବିତ୍ର ଜିନିଷ। କିନ୍ତୁ ବର୍ତ୍ତମାନର ଯୁବକ ଯୁବତୀ ମାନେ ଏହାକୁ ପୁରାପୁରି ବଦଳାଇ ଦେଇ ସାରିଲେଣି ଆଉ ଏହାର ଅର୍ଥ ମଧ୍ୟ ପରିବର୍ତ୍ତନ କରି ଦେଇ ସାରିଲେଣି । କାହିଁକି ନା ସେମାନେ ପ୍ରେମ ବାହାନାରେ ଏମିତି କାମ କରି ବସୁଛନ୍ତି , ଯାହା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାକର ଅଟେ । କେବଳ ପ୍ରେମକୁ ଟାଇମ୍ ପାସ୍ ରେ ପରିଣତ କରି ଦେଇ ସାରିଲେଣି ।

ଆଉ କେବଳ ଶାରୀରିକ ସମ୍ପର୍କରେ ହିଁ ସେହି ପ୍ରେମ ଅଟକି ଯାଉଛି । ପ୍ରେମ କରି ବିବାହ କରିବାର ବାହାନା ଦେଖାଇ ଶାରୀରିକ ସମ୍ପର୍କ ରଖି ଦେଇ ସବୁ ଲୁଟି ନେଇ ଚାଲି ଯିବା ପରେ ଆଉ ମୁଁହ ବୁଲାଇ ପଛକୁ ଦେଖିବାର ବି ନାମ ଧରୁ ନାହାଁନ୍ତି । ତେବେ ଏପରି କାଣ୍ଡ ଘଟିବା କିଛି ନୂଆ କଥା ନୁହେଁ , ପ୍ରତିଦିନ ଏପରି ଅନେକ ଘଟଣା ଘଟିବାରେ ଲାଗିଛି । ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି ।

ତେବେ ଏପରି ପରିସ୍ଥିତିରେ ବର୍ତ୍ତମାନ ସମୟରେ ସାମ୍ନାକୁ ଏକ ଖବର ଆସିଛି । ଯାହାକୁ ନେଇ ବର୍ତ୍ତମାନ ସମୟରେ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ଜଣେ ମହିଳା ବର୍ତ୍ତମାନ ନିଜ ପ୍ରେମ ପାଇଁ ଆଉ ନିଜ ଇଜ୍ଜତ ପାଇଁ ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ନ୍ୟାୟ ପାଇବା ପାଇଁ ମୁଣ୍ଡ ପିଟି ପିଟି ଗୁହାରି କରିଛନ୍ତି ।

କିନ୍ତୁ ତାଙ୍କ କଥା କେହି ଶୁଣୁ ନାହାନ୍ତି କି ଅଭିଯୋଗ ମଧ୍ୟ ରଖୁ ନାହାନ୍ତି ବୋଲି ବର୍ତ୍ତମାନ ସମୟରେ ମହିଳା ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଯାହାକୁ ନେଇ ସମସ୍ତେ ଆଲୋଚନା କରି ଦେଇଥିବା ବେଳେ ଯୁବତୀ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିବାରେ ଲାଗିଛନ୍ତି ଆଉ ନ୍ୟାୟ ପାଇବା ପାଇଁ ଆଶା ରଖି ଥାନାକୁ ବାରମ୍ବାର ଦୌଡ଼ିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବ ଗ୍ରାମର ଜଣେ ଯୁବତୀଙ୍କ ସହିତ ସେହି ଗ୍ରାମର ଲକ୍ଷ୍ମୀଧର ମହାନ୍ତିଙ୍କ ପୁଅ ସ୍ଵାଧୀନ ମହାନ୍ତିଙ୍କର ଅନେକ ବର୍ଷ ହେବ ଶାରୀରିକ ସମ୍ପର୍କ ରହିଥିଲା । ଦୁହେଁ ଦୁହିଁଙ୍କୁ ଅତ୍ୟନ୍ତ ଭଲ ମଧ୍ୟ ପାଉଥିଲେ । ଆଉ ଏହାରି ମଧ୍ୟରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା କାମ ମଧ୍ୟ ସ୍ଵାଧୀନ ଆରମ୍ଭ କରି ଦେଇଥିଲେ । ସେହି ଯୁବକର ମିଠା ମିଠା କଥାରେ ଫସି ଯାଇଥିଲେ ଯୁବତୀ ଜଣକ । ଆଉ ନିଜର ସବୁକିଛି ତାଙ୍କୁ ଦେଇ ବସିଥିଲେ ।

ଅନେକ ଥର ଶାରୀରିକ ସମ୍ପର୍କ ରଖିବା କାମ ଜାରି ରହିଥିଲା । ଏପରିକି ଅନେକ ଥର ମହିଳା ଜଣକ ଗର୍ଭବତି ମଧ୍ୟ ହୋଇ ଯାଇଥିଲେ । ଆଉ ଯାହା ପରେ ସ୍ଵାଧୀନ ମହାନ୍ତି ତାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇ ଗର୍ଭ ନଷ୍ଟ କରାଇ ଦେଉଥିଲେ । ତେବେ ଏପରି ଦିନ ଗଡିବା ସହିତ ଯେତେବେଳେ ଯୁବତୀ ବିବାହ ପାଇଁ କହିଥିଲେ ସେତେବେଳେ ସେ ଆଉ ଦେଖା ଦେଇ ନଥିଲେ ।

ଏପରିକି ଧୀରେ ଧିରେ ଯୁବତୀଙ୍କ ଠାରୁ ଦୂରେଇବା ଆରମ୍ଭ କରିଥିଲେ । ତେଣୁ ଯୁବତୀ ଜଣକ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହାପରେ ଯୁବତୀ ଜଣକୁ କ୍ଷମା ମାଗି ସେହି କାମ ଆଉ ଥରେ ଜାରି ରଖିଥିଲେ ସ୍ଵାଧୀନ । ତେବେ ଫେବୃୟାରୀ ମାସରେ ହଠାତ୍ ଯୁବତୀ ଜଣକ ଏକ କାମ ପାଇଁ ଯାଇଥିବା ବେଳେ ସ୍ବାଧୀନ ତାଙ୍କୁ ଟାଣି ନେଇ ଜୋର୍ ଜବରଦସ୍ତ କରି ଦୁଷ୍କର୍ମ କରି ଦେଇ ଛାଡି ଦେଇଥିଲେ ।

ଯାହା ପରେ ବର୍ତ୍ତମାନ ସମୟରେ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ନ୍ୟାୟ ପାଇବା ପାଇଁ ନିବେଦନ କରିଛନ୍ତି । ସ୍ବାଧିନ ମହାନ୍ତି ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବା କଥା କହି ସେ ନ୍ୟାୟ ପାଇବା ଆଶାରେ ଅନାଇ ବସିଛନ୍ତି । ଯଦି ସ୍ଵାଧୀନ ମହାନ୍ତି ତାଙ୍କୁ ସ୍ତ୍ରୀ ଭାବରେ ନ ଗ୍ରହଣ କରୁଛନ୍ତି , ତେବେ ତାଙ୍କୁ ଗିରଫ କରାଯାଉ ବୋଲି ମହିଳା ଜଣକ କହିଛନ୍ତି।

Leave a Reply

Your email address will not be published. Required fields are marked *