ଶ୍ରୀରାମଙ୍କ ପତକା ଧରି ଖୁସିରେ ଡେଇଁଲା ମାଙ୍କଡ଼ । ସମସ୍ତେ କହିଲେ ସ୍ବୟଂ ରାମଙ୍କୁ ଧରି ଉଡ଼ୁଛନ୍ତି ।

ଯେତେବେଳେ ସ୍ବୟଂ ପ୍ରଭୁ ଆସୁଛନ୍ତି , ସେତେବେଳେ ଭକ୍ତ କେମିତି ବା ଖୁସି ନହେବ ? ଶ୍ରୀରାମ ଏବଂ ଭକ୍ତ ହନୁମାନଙ୍କ ଉଦାହରଣ ଯୁଗ ଯୁଗରୁ ରହି ଆସିଛି । ଆଉ ସେହି ସମ୍ପର୍କ ଚିରନ୍ତର ଏବଂ ଯୁଗ ଯୁଗ ମଧ୍ୟ ରହିବ । ଆଜି ଯେତେବେଳେ ଭଗବାନ ଆସୁଛନ୍ତି ତେବେ ଭକ୍ତ ହୋଇ ସେ କିଭଳି ଅଟକି ରହିବ ? ଆଉ ଏଭଳି କିଛି ଦୃଶ୍ୟକୁ ଦେଖି ଲୋକେ କହୁଛନ୍ତି ଯେ ସତକୁ ସତ ହନୁମାନ ଆସିଛନ୍ତି ବୋଲି । ସମସ୍ତେ ହିଁ ଯେତେବେଳେ ମାଙ୍କଡ଼କୁ ଦେଖନ୍ତି ସେତେବେଳେ ହନୁମାନ ଆସିଛନ୍ତି ବୋଲି କହନ୍ତି । ଆଉ ବର୍ତ୍ତମାନ ମଧ୍ୟ ଏକ ମାଙ୍କଡ଼ ଶ୍ରୀରାମଙ୍କ ପତାକା ଧରି ବୁଲୁଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସାରା ଦେଶରେ ଖୁସିର ବାତାବରଣ । କାରଣ ଏତେ ଦିନ ପରେ ସ୍ବୟଂ ଭଗବାନ ରାମଚନ୍ଦ୍ର ଆସିବାକୁ ଯାଉଛନ୍ତି ।

ଆସନ୍ତା ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଏବଂ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସବୁଠି ଉତ୍ସବ ମୁଖର ଏବଂ ଅଯୋଧ୍ୟାରେ କେବଳ ଜୟ ଶ୍ରୀ ରାମର ନାରା ଶୁଣିବାକୁ ମିଳୁଛି । ଏସବୁ ଭିତରେ ସ୍ବୟଂ ହନୁମାନ ମଧ୍ୟ ନିଜକୁ ଆୟତ୍ତରେ ରଖି ପାରୁ ନାହାଁନ୍ତି ।

ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ପ୍ରଭୁ ହନୁମାନ ଶ୍ରୀରାମଙ୍କ ପତାକା ଧରି ଏ ଡାଳରୁ ସେ ଡାଳକୁ ଡେଇଁ ବୁଲୁଛନ୍ତି । ଆଉ ସବୁଠି ଶ୍ରୀ ରାମ ନାମ ନାରା ଶୁଣିବାକୁ ମିଳୁଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରଲ ହେଉଛି , ଯାହାକୁ ଦେଖି ଲୋକେ ସବୁ ବେଶ ଖୁସି ହେଉଛନ୍ତି ଏବଂ ଜୟ ଶ୍ରୀ ରାମ କହିବାରେ ଲାଗିଛନ୍ତି ।

ଏହି ଫୋଟଟି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଜାନୁଆରୀ ୨୨ ରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୯ ରେ ଅଗ୍ନିକୁଣ୍ଡ ସ୍ଥାପିତ ହେବ ଏବଂ ନବ ଗ୍ରହ ପୂଜା ହେବ । ୨୦ ତାରିଖରେ ୨୧ କଳସ ଜଳ ଦ୍ୱାରା ଗର୍ଭ ଗୃହରେ ଶୁଦ୍ଧିକରଣ କରାଯିବ , ୨୧ ତାରିଖରେ ୧୨୧ ସୁବାସିତ ଜଳରେ ରାମ ଲାଲାଙ୍କର ସ୍ନାନ କରାଯିବ । ଏହାସହିତ ସ୍ୱତନ୍ତ୍ର ପୂଜା ମଧ୍ୟ କରାଯିବ । ୨୨ ତାରିଖରେ ମୃଗଶିରା ନକ୍ଷତ୍ରରେ ଭଗବାନ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଯାହାକୁ ସାରା ବିଶ୍ୱ ଏବଂ ସ୍ୱୟଂ ଶ୍ରୀ ହନୁମାନ ମଧ୍ୟ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *