ସ୍ତ୍ରୀ ପ୍ରେମ ଲାଗୁଛି ପିତା, ସ୍ତ୍ରୀକୁ ଛାଡି ପର ସ୍ତ୍ରୀ ସହ ଶୋଉଛି ସ୍ୱାମୀ…

ବିବାହକୁ 14 ବର୍ଷ ବିତିଗଲାଣି। ଦୁହେଁ ଦମ୍ପତି ବହୁତ ଖୁସିରେ ମଧ୍ୟ ରହୁଥିଲେ। ତେବେ ଏହା ଭିତରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ଦୁଇଟି ଛୁଆ ମଧ୍ୟ ରହିଛି। ଖୁସିରେ ଚାଲିଥିଲା ସଂସାର। କିନ୍ତୁ ଏହାପରେ ସ୍ୱାମୀକୁ ଧୀରେ ଧୀରେ ସ୍ତ୍ରୀର ପ୍ରେମ ଲାଗିଲା ପିତା।

ସ୍ତ୍ରୀ ଥାଉ ଥାଉ ପର ସ୍ତ୍ରୀ ପାଖେ ଶୋଉଛି ସ୍ୱାମୀ। ଆଜ୍ଞା ହଁ ଘରେ ଗୋଟେ ସ୍ତ୍ରୀ ଥାଉ ଥାଉ ପୁଣି ଦ୍ଵିତୀୟ ସ୍ତ୍ରୀକୁ ଘରକୁ ଆଣିଛି ସ୍ୱାମୀ। ତେବେ ଘଟ-ଣାଟି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ଅଂଚଳରେ। ସୂଚନା ଅନୁସାର କଟକ ଜିଲ୍ଲା ମଧୁପାଟଣା ଥା-ନା ଅନ୍ତର୍ଗତ ଅନ୍ଧରପୁର ଗ୍ରାମର ମଧୁସ୍ମିତା ଗତ 2009 ମସିହାରେ ବରୀ ରାମଚନ୍ଦ୍ରପୁର ଥା-ନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ସଙ୍ଗଦେଇପୁର ଗ୍ରାମର ପ୍ରମୋଦ ଷଡ଼ଙ୍ଗୀଙ୍କୁ ବିବାହ କରିଥିଲେ।

ବିବାହର କିଛି ଦିନ ପରେ ଯୌ-ତୁକ ନିର୍ଯା-ତନା ଦେଇଥିଲେ ଶାଶୂଘର ଲୋକେ। ତେବେ ନିର୍ଯ୍ୟା-ତନାକୁ ସହି ନପାରି ଏହି କଥା ମଧୁସ୍ମିତା ନିଜ ବାପଘରେ ଜଣାଇଥିଲେ। ଏହାପରେ ବାପାଘର ଲୋକେ ମଧୁସ୍ମିତାଙ୍କୁ ନିଜ ଘରକୁ ନେଇଯାଇଥିଲେ। ଆଉ ସେବେଠାରୁ ମଧୁସ୍ମିତା ବାପଘରେ ହିଁ ରହୁଥିଲେ।

ଏହାରି ଭିତରେ ମଧୁସ୍ମିତାଙ୍କର 2 ଟି ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ଏବେ ମଧୁସ୍ମିତା ଶୁଣିବାକୁ ପାଇଛନ୍ତି ଯେ ତାଙ୍କ ସ୍ବାମୀ ଏବେ ଦ୍ଵିତୀୟ ବିବାହ କରିସାରିଛନ୍ତି। ଏହା ଜାଣିବା ପରେ ଏବେ ଛୋଟ ଛୋଟ ପିଲା ଦୁହିଁଙ୍କୁ ନେଇ କିପରି ବଂଚିବେ ତାହାକୁ ନେଇ ଚିନ୍ତାରେ ମଧୁସ୍ମିତା।

ତେବେ ଥା-ନାରେ ଅଭି-ଯୋଗ ପରେ ପୋ-ଲିସ ସେଠାରେ ପହଁଞ୍ଚି ଗାଁ ସରପଞ୍ଚଙ୍କ ଉପସ୍ଥିତିରେ ଘଟ-ଣାର ତ-ଦନ୍ତ କରିବା ସହ ବାପଘର ପକ୍ଷରୁ ଦିଆଯାଇଥିବା ଆସବାବପତ୍ରକୁ ନେଇଥିଲେ। ତେବେ ଦେଖିବାକୁ ବାକି ରହିଲା ପୋ-ଲିସ କିପରି ନ୍ୟା-ୟ ଦେଉଛି।

Leave a Reply

Your email address will not be published. Required fields are marked *