ତପସ୍ୱିନୀଙ୍କୁ କହିଲେ ସୁମିତ : ନାଲି ଶାଢ଼ୀ ପିନ୍ଧି ଆସିବ…

ତପସ୍ୱିନୀ ଏବଂ ସୁମିତ ମାମଲା ବହୁ ଚର୍ଚ୍ଚିତ ମା-ମ-ଲା ମଧ୍ୟରୁ ଗୋଟିଏ ଅଟେ । ମାସ ମାସ ଧରି ଏହି ମା-ମ-ଲାଟି ଚାଲିଛି । ଏହି ଦୁଇ ସ୍ୱାମୀ ସ୍ତ୍ରୀଙ୍କର ବି-ବା-ଦ ବିଷୟରେ ସାରା ଓଡ଼ିଶା ଜାଣିଥିବ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ବିବାଦ ବିଷୟରେ ଅବଗତ ହୋଇଥିବେ । ଏଭଳି ଏକ ସମୟ ଥିଲା , ଯେଉଁ ସମୟରେ ଘରେ ଘରେ ତପସ୍ୱିନୀ ଏବଂ ସୁମିତଙ୍କ ବିଷୟରେ ଆଲୋଚନା ହେଉଥିଲା । ସକାଳ ହେଉ କି ସନ୍ଧ୍ୟା ଏହି ଦୁଇ ଦମ୍ପତିଙ୍କ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆପଣ ସମସ୍ତେ ଜାଣିଥିବେ କିପରି ତପସ୍ୱିନୀ ମାସ ମାସ ଧରି ସୁମିତଙ୍କ ଘର ଆଗରେ ଅନଶନରେ ବସିଥିଲେ ।

ଏହାବ୍ୟତୀତ କିପରି ସେ ରାତିଦିନ ମଧ୍ୟ ଏକ କରି ତାଙ୍କ ଘର ଆଗରୁ ଉଠୁ ନଥିଲେ ଆଉ ନିଜ ଅଧିକାର ପାଇଁ ଦାବି କରୁଥିଲେ । ତେବେ ଏହାର କୌଣସି ପ୍ରଭାବ ସୁମିତ କିମ୍ବା ତାଙ୍କ ପରିବାର ଲୋକଙ୍କ ଉପରେ ପଡିନଥିଲା । କେହି ମଧ୍ୟ ତପସ୍ୱିନୀଙ୍କୁ ସ୍ୱୀକାର କରିବାକୁ ରାଜି ନଥିଲେ । ତେବେ ପରେ ତପସ୍ୱିନୀ ବାଧ୍ୟ ହୋଇ କୋର୍ଟର ସାହାଯ୍ୟ ନେଇଥିଲେ । ଆଉ କୋର୍ଟର ନିର୍ଦ୍ଦେଶ ସ୍ୱରୂପ ସେମାନେ ଗୋଟିଏ ଘରେ କିଛି ଦିନ ରହିଥିଲେ । ତେବେ ତାପରେ ମଧ୍ୟ ଉଭୟ ଏକାଠି ହୋଇ ପାରିନଥିଲେ । ଆଉ ବାଧ୍ୟ ହୋଇ କୋର୍ଟ ଆଦେଶ ଦେଇଥିଲେ କି ତପସ୍ୱିନୀ ଏକ ଭଡା ଘରେ ରହିବେ ଆଉ ଯାହାଙ୍କର ଭରଣପୋଷଣ ଦାୟିତ୍ବ ସମ୍ପୂର୍ଣ୍ଣ ଭାବରେ ସୁମିତ ବହନ କରିବେ ।

ଆଉ ତାହା ହୋଇଥିଲା , ତପସ୍ୱିନୀଙ୍କୁ ମାସରେ କିଛି ଟଙ୍କା ସୁମିତ ଦେଉଥିଲେ । ତେବେ ପୁଣିଥରେ ଏହି ମା-ମ-ଲା ସାମ୍ନାକୁ ଆସିଅଛି । କାରଣ ଦୁହିଁଙ୍କର ପୁନଃମିଳନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦୁହେଁ କୋର୍ଟରେ ଏକାଠି ହେବେ । ଆଉ ଦୁହିଁଙ୍କ ମଧ୍ୟରେ ପୁଣିଥରେ ସେହି ପୁରୁଣା ଭଲ ପାଇବା ଗଢି ଉଠିବ । ତେବେ ଦୁହେଁ ଏକାଠି ରହିବେ ବୋଲି ସୁମିତ ଆସ୍କା ରେ ଗୋଟିଏ ଭଲ ଭଡା ଘର ଖୋଜିଥିଲେ । ଆଉ ଘରର ଅବସ୍ଥା କିପରି ଅଛି , ତାହା ଜାଣିବା ପାଇଁ ମାନ୍ୟବର କୋର୍ଟ ଭିଡ଼ିଓ କରିବାପାଇଁ ମଧ୍ୟ କହିଥିଲେ । ତେବେ ଆଜି ଯେଉଁ ନିଷ୍ପତ୍ତି ହେବ , ସେଥିରେ ହୁଏତ ସୁନାର ସଂସାର ପୁଣିଥରେ ହସି ଉଠିବ ।

ତେବେ ଏହା ମଧ୍ୟରେ ସୁମିତ ମଧ୍ୟ ତପସ୍ୱିନୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆଉ କହିଛନ୍ତି , ତାଙ୍କର ଭୁଲ୍ ହୋଇଯାଇଛି । ସେ ଯାହା ବି କହିଛନ୍ତି , ସବୁ ଜିନିଷ ରାଗରେ କହିଛନ୍ତି । ଏହାବ୍ୟତୀତ ସେ ତପସ୍ୱିନୀଙ୍କୁ କହିଛନ୍ତି , ତୁମେ ସେହି ନାଲି ଶାଢ଼ୀ ପିନ୍ଧି ଆସିବ । ଯେଉଁ ଶାଢ଼ୀ ମୁଁ ତୁମକୁ ପ୍ରଥମେ ଦେଖିଲା ବେଳେ ପିନ୍ଧିଥିଲ । ସେଥିରେ ତୁମେ ବହୁତ ସୁନ୍ଦର ଦେଖା ଯାଉଥିଲ । ଆଉ ସେଥିରେ ଦେଖି ଦେଲେ ମୋତେ ଅନୁଭବ ହୁଏ , ମୁଁ ତୁମକୁ କେତେ ଭଲପାଏ । ତେବେ ଅନ୍ୟପକ୍ଷରେ ହୋଇପାରେ , ସୁମିତ ଏବଂ ତପସ୍ୱିନୀ ଗୋଟିଏ ଘରେ ରହିପାରନ୍ତି ଆଉ ସେହି ପୁରୁଣା ଦିନରେ ହଜି ଯାଇପାରନ୍ତି । ତେବେ ଆଜି କଣ ହେଉଛି , ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *