ଆଶ୍ଚର୍ଯ୍ୟକର ପରମ୍ପରା , ମାଆ ଭୈରବୀଙ୍କ ପାଖରେ ଭୋଗ ଲାଗୁଛି ଦେଶୀ ଏବଂ ବିଦେଶୀ ମ-ଦ

ଆମ ଦେଶ ଭାରତ ଆଉ ଏହି ଦେଶରେ ରହିଥିବା ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରହିଆସିଛି । ସମସ୍ତଙ୍କର ପରମ୍ପରା ନିଶ୍ଚିତ ଭାବରେ ଅଲଗା ପ୍ରକାରର ଅଟେ । କାହିଁକିନା ସମସ୍ତେ ନିଜ ନିଜ ଉପାୟରେ ସବୁ ଜିନିଷକୁ ମାନିଥାନ୍ତି । ଆଉ ନିଜ ଢଙ୍ଗରେ ସବୁ ପର୍ବପର୍ବାଣୀ କିମ୍ବା ପୂଜାର ରୀତିନୀତି ଆଦିକୁ ପାଳନ କରିଥାନ୍ତି । ତେବେ ଏ ସବୁ ମଧ୍ୟରେ ଓଡିଶା ଏଭଳି ଏକ ରାଜ୍ୟ , ଯେଉଁଠି ଭିନ୍ନ ସଂସ୍କୃତି ଆଉ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାକାର ରୀତିନୀତି ସମସ୍ତଙ୍କ ଠାରୁ ଅଲଗା ଅଟେ

ତେବେ ଏସବୁ ମଧ୍ୟରେ ଆଉ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ । ପାହାଡ ପର୍ବତ ସବୁଜିମା ଭରା ମୟୁରଭଞ୍ଜ ଜିଲ୍ଲା । ସାଧାରଣ ଲୋକ ଆଉ ସିଧାସାଧା କଥା । ସେମାନଙ୍କ କଥାରେ ସମସ୍ତେ ଆକର୍ଷିତ ହୋଇଯାଆନ୍ତି । ତେବେ ସେମାନଙ୍କର ମଧ୍ୟ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି , ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ତାହା ହେଉଛି କି ମାଆ ଭୈରବୀଙ୍କ ଦେଶୀ ଏବଂ ବିଦେଶୀ ମ-ଦ ଭୋଗ ଲାଗୁଛି । ଆଉ ମାଆଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଧାଇଁ ଆସୁଛନ୍ତି ଲୋକମାନେ । ଆଉ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରୁଛନ୍ତି ।

ତେବେ ମନସ୍କାମନା ପୂରଣ ହୋଇ ସାରିବା ପରେ ସେମାନେ ଦେଶୀ ତଥା ବିଦେଶୀ ମ-ଦ ଅର୍ପଣ କରୁଛନ୍ତି । ତେବେ ଏହା ଆଶ୍ଚର୍ଯ୍ୟ ଲାଗୁଥିବ ସତ , କିନ୍ତୁ ଏହି ପରମ୍ପରା କାଳ କାଳ ଧରି ଚାଲି ଆସୁଛି । ବାରିପଦାରୁ ଚିତ୍ରଡା ଆଡକୁ ଗଲା ବେଳେ ମାଆ ଭୈରବୀ ରାସ୍ତା ପାଖରେ ବିରାଜିତ ଅଛନ୍ତି । ଆଉ କାଳ କାଳ ଧରି ମା ସେଠାରେ ହିଁ ପୂଜା ପାଇ ଆସୁଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେଠାରେ ଏକ ସୁନ୍ଦର ମନ୍ଦିରଟିଏ ପ୍ରତିଷ୍ଠିତ ହୋଇଥିଲା । ଆଉ ବର୍ତ୍ତମାନ ସମୟରେ ସେଠାରେ ହିଁ ମା ପୂଜା ପାଉଛନ୍ତି । କୁହାଯାଏ ମା ସମସ୍ତଙ୍କର ଇଚ୍ଛା ପୂରଣ କରନ୍ତି , ସମସ୍ତଙ୍କର ମନସ୍କାମନାକୁ ସେ ନିଶ୍ଚିତ ଭାବରେ ପୁରା କରନ୍ତି । ତେବେ ମନସ୍କାମନା ପୁରା ହେବା ପରେ ଲୋକମାନେ ମାଙ୍କ ପାଦ ତଳେ ଭୋଗ ଅର୍ପଣ କରିଥାନ୍ତି ।

ତେବେ ଏଠାକାର ପରମ୍ପରା ହେଉଛି , କଞ୍ଚା ଶାଳ ପତ୍ରରେ ଲୋକମାନେ ଭଗବାନଙ୍କୁ ଦେଶୀ କିମ୍ବା ବିଦେଶୀ ମ-ଦ ଅର୍ପଣ କରିଥାନ୍ତି । କାଳ କାଳରୁ ଏହି ପରମ୍ପରା ରହିଆସିଛି । ଆଗରୁ ଦେଶୀ ମ-ଦ ଦିଆ ଯାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ବିଦେଶୀ ମ-ଦ ମଧ୍ୟ ଭୋଗସ୍ୱରୂପ ଅର୍ପଣ କରାଯାଉଛି । ଏହାବ୍ୟତୀତ ଫୁଲ , ଫଳ , ନଡ଼ିଆ , କଦଳୀ ଓ ଶୁଖିଲା ଭୋଗ ମାଙ୍କ ପାଖରେ ଅର୍ପଣ କରାଯାଉଛି । ପ୍ରତିଦିନ ଦୂର ଦୁରାନ୍ତରୁ ଭକ୍ତମାନେ ମାଙ୍କ ପାଖକୁ ଧାଇଁ ଆସିଥାନ୍ତି । ଆଉ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଙ୍କୁ ପ୍ରାର୍ଥନା କରିଥାନ୍ତି । ପ୍ରତିଦିନ ମାଙ୍କ ପାଖରେ ବହୁତ ଭିଡ ଲାଗିଥାଏ ।

ତେବେ ଅନ୍ୟପକ୍ଷରେ ସଂକ୍ରାନ୍ତି ଦିନ ମାଙ୍କ ପାଖରେ ବହୁତ ଭିଡ଼ ଲାଗିଥାଏ । କାରଣ ଏହିଦିନ ଯେଉଁ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ , ସେମାନେ ମାଙ୍କ ପାଖରେ ଭୋଗ ଲଗାଇଥାନ୍ତି । ମନ୍ଦିର ପୂଜକଙ୍କର କହିବା ଅନୁଯାୟୀ , ଏକଦା ମା ଜଙ୍ଗଲରେ ଥିଲେ ଆଉ ସେତେବେଳେ ତାଙ୍କ ବାପା ଗୋପାଳ ଦେହୁରୀ ପୂଜକ ଥିଲେ । ତାଙ୍କ ଦେହାନ୍ତ ପରେ ଏବେ ସେ ପୂଜା କରୁଛନ୍ତି । ପଞ୍ଚୁକ ପୂର୍ଣ୍ଣିମା , ମକର ସଂକ୍ରାନ୍ତି , ରଜ ସଂକ୍ରାନ୍ତି ପ୍ରମୁଖରେ ବଡ଼ ପୂଜା ହୋଇଥାଏ । ପୂଜା ସରିବା ପରେ ମାଙ୍କ ପାଖରେ ମ-ହୁ-ଲି ଓ ବିଦେଶୀ ମ-ଦ ଭୋଗ ଲାଗିଥାଏ । ତେବେ ମ-ଦକୁ କାହିଁକି ଭୋଗ ଲଗାଯାଏ , ସେ କଥା ସେ ଜାଣିନାହାଁନ୍ତି । କେବଳ ତାଙ୍କ ପିତାଙ୍କ ପରମ୍ପରାକୁ ଉଜ୍ଜୀବିତ ରଖିବାପାଇଁ ସେ ଏଭଳି କରି ଆସୁଛନ୍ତି ବୋଲି ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *