“ସୁର ରାଉତରାୟ ମୋ ବାପାଙ୍କ ବୟସର ଲୋକ । ସେ ମୋ ପାଇଁ ବି ପ୍ରଚାର କରନ୍ତୁ” : ଅପରାଜିତା ।

ବନ୍ଧୁଗଣ ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି ।

ତେବେ ବନ୍ଧୁଗଣ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଗ୍ ଫାଇଟ୍ । ବିଜେପିରୁ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ଏବଂ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହୋଇଛନ୍ତି । ଦୁଇ ଯୁବ ନେତାଙ୍କ ସହ ଅପରାଜିତାଙ୍କ ମଧ୍ୟରେ ହେବ ଲଢ଼େଇ । ସୂଚନାଯୋଗ୍ୟ ୨୦୧୯ ରେ ଅପରାଜିତା ଷଡ଼ଙ୍ଗୀ ବିଜେଡିକୁ ମାତ ଦେଇଥିଲେ । ଆଉ ବିଜେପି ପ୍ରଥମ ଥର ପାଇଁ ଭୁବନେଶ୍ବର ସାଂସଦ ଆସନ ଜିତିଥିଲା । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ପରେ ଦଳ ତାଙ୍କୁ ଭୁବନେଶ୍ବର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପି ଅପରାଜିତାଙ୍କୁ ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ ତାଙ୍କୁ ଟକ୍କର ଦେବା ପାଇଁ ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି ।

ଏହାକୁ ନେଇ ନିକଟରେ ଏକ ସାକ୍ଷାତକାରରେ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମ ସାମ୍ନାରେ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସହିତ ତାଙ୍କର ସମ୍ପର୍କ କେମିତି ବୋଲି ପଚରା ଯାଇଥିଲା । ଆଗରୁ ଅପରାଜିତାଙ୍କୁ ପ୍ରଶଂସା କରୁଥିଲେ କିନ୍ତୁ ଏବେ ଅପରାଜିତାଙ୍କ ବିରୋଧରେ ପ୍ରତ୍ୟେକ ଦିନ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି । ଏହାର ଉତ୍ତରରେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଆଦରଣୀୟ ସୁର ରାଉତରାୟଙ୍କ ପ୍ରତି ତାଙ୍କ ମନରେ ଯଥେଷ୍ଟ ସମ୍ମାନର ଭାବ ରହିଛି । ସେ ତାଙ୍କ ବାପାଙ୍କ ବୟସର ଲୋକ । ତାଙ୍କ ବାପା ଏବେ ସଂସାରରେ ନାହାଁନ୍ତି ବହୁତ୍ ବର୍ଷ ହେଲା ଛଡିକି ଚାଲି ଗଲେଣି ।

ତେବେ ଆଦରଣୀୟ ସୁର ରାଉତରାୟ ତାଙ୍କ ପୁଅ ପାଇଁ ପ୍ରଚାର ପ୍ରସାର କରୁଛନ୍ତି ସେ ତାଙ୍କ ପାଇଁ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଛନ୍ତି । ଅପରାଜିତାଙ୍କୁ ମଧ୍ୟ ତାଙ୍କ ଆଶୀର୍ବାଦ ଦରକାର । ତେବେ ଜାତୀୟ ସ୍ତରରେ ଭୁବନେଶ୍ୱର ପାଇଁ କିଛି କରିବାକୁ ମୋଦି ସରକାର ତାଙ୍କୁ ଆଗକୁ ସୁଯୋଗ ଦେବେ କି ନାହିଁ ପ୍ରଶ୍ନରେ ଅପରାଜିତା ଉତ୍ତର ଦେଇଥିଲେ ଯେ ତାଙ୍କୁ ପ୍ରଥମଥର ସାଂସଦର ଟିକେଟ ଦେଲେ ଆଉ ସେ ସାଂସଦ ହେଲେ । ପାର୍ଟି ଆଉ ନେତାମାନେ ତାଙ୍କୁ ବହୁତ୍ କିଛି ଦେଇଛନ୍ତି । ଷ୍ଟେଟ ବିଜେପିର ଭାଇସ୍ ପ୍ରେସିଡେଣ୍ଟ କଲେ ଯେଉଁଟା ବହୁତ୍ ବଡ଼ କଥା ।

Leave a Reply

Your email address will not be published. Required fields are marked *