ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ।

ବନ୍ଧୁମାନେ ସ୍ନାନ ପରେ ସୂର୍ଯ୍ୟଙ୍କୁ ଜଳ ଦେବା ହେଉଛି ଆମର ଏକ ନୀତି ଦିନିଆ ପୂଜା ବିଧି। ଏହା ମଧ୍ୟ ପୁରଣରେ ବର୍ଣ୍ଣିତ କି ପତ୍ୟେକ ବ୍ୟକ୍ତିଙ୍କୁ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍। ତମ୍ବା ଲୋଟାରେ ଜଳ ଚଢ଼ାଇଲେ ବହୁତ୍ ଶୁଭ ମାନା ଯାଇଥାଏ। ଜଳ ସହିତ ମନ୍ଦାର ଫୁଲ ସୂର୍ଯ୍ୟ ଦେବଙ୍କୁ ଚଢ଼େଇବା ହେଉଛି ଏକ ବହୁତ୍ ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ। ଜଳ ଚଢ଼ାଇବା ସମୟରେ ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରିବା ଉଚିତ୍। ଏହା ଦ୍ଵାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

ଯେଉଁଲୋକର ଦେହ ସବୁବେଳେ ଖରାପ ହୋଇଥାଏ ସେ ସୂର୍ଯ୍ୟଦେଵଙ୍କୁ ଜଳ ଚଢାଇବା ଦ୍ଵାରା ତାଙ୍କର ସମସ୍ତ ଶାରୀରିକ ରୋଗ ଦୂର ହୋଇଥାଏ। ବହୁ ଲୋକ ଏପରି ଅଛନ୍ତି ଯାହାଙ୍କ କୁଣ୍ଡଳୀରେ ଦଶା ଭଲ ନଥାଏ। ସେମାନେ ସ୍ନାନ ପାରେ ସୂର୍ଯ୍ୟଙ୍କୁ ଜଳ ଦେବା ଉଚିତ୍ ହୋଇଥାଏ। ଏହା ଦ୍ଵାରା ତାଙ୍କର ସମସ୍ତ ଦଶାରୁ ତାଙ୍କୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଆମକୁ କେଉଁ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ।

୧. ପୂର୍ବ ଦିଗକୁ ମୁହଁ –

ସବୁବେଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲା ବେଳେ ପୂର୍ବ ଦିଗକୁ ମୁହଁ କରି ଜଳ ଦିଅନ୍ତୁ। ଯେବେ ସୂର୍ଯ୍ୟଙ୍କ ପୂର୍ବ ଦିଗ ଆଡେ ମୁହଁ ଥିବ ସେହି ସମୟରେ ଜଳ ଚଢେଇବା ଉଚିତ୍। ଏହି ଜଳ ଚଢେଇବା ସମୟରେ ଯେପରି କିଛି ବି ଜଳ ଛିଟା ଆପଣଙ୍କ ଗୋଡ଼ ଆଡେ ନପଡ଼ିବା ଉଚିତ୍। ଯଦି ଏହି ଜଳ ଆପଣଙ୍କ ଗୋଡ଼ ଉପରେ ପଡ଼ିଥାଏ ତେବେ ଏହା ଅଶୁଭ ହୋଇଥାଏ। ଏହା ଦ୍ଵାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି। ସୂର୍ଯ୍ୟଦେବଙ୍କୁ ଜଳ ଚଢେଇବା ସମୟରେ ତାଙ୍କର ଏହି ମନ୍ତ୍ରକୁ ଜପ କରନ୍ତୁ ‘ ଓଁ ସୁର୍ଯ୍ୟାୟ ନମଃ ‘ ।

୨. ସ୍ନାନ ପରେ ଜଳ ଅର୍ପଣ –

ସୂର୍ଯ୍ୟଦେବଙ୍କୁ ସ୍ବଚ୍ଛତା ବହୁତ୍ ପଶନ୍ଦ ହେଉଥିବାରୁ ତାଙ୍କୁ ଜଳ ଚଢେଇବା ପୂର୍ବରୁ ସ୍ନାନ କରି ନିଅନ୍ତୁ। ନଚେତ୍ ବିନା ସ୍ନାନରେ ଜଳ ଚଢ଼େଇଲେ ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି। ଏଥିପାଇଁ ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ହେବେ।

୩. ତମ୍ବା ପାତ୍ରରେ ଜଳ ଅର୍ପଣ-

ଆଜି କାଲି ମିଳୁଥିବା ଷ୍ଟିଲ,ପିତଳ,କଂସା, କାଚ ଓ ପ୍ଲାଷ୍ଟିକର ବ୍ୟବହାର କରି ଜଳ ଅର୍ପଣ କରନ୍ତୁ ନାହିଁ। ସୂର୍ଯ୍ୟଦେବଙ୍କୁ ଜଳ ଚାଢେଇବା ପାଇଁ ତମ୍ବା ପାତ୍ରର ହିଁ ବ୍ୟବହାର କରନ୍ତୁ। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି କି ପ୍ଲାଷ୍ଟିକରୁ କିଛି ରାସାୟନିକ ପଦାର୍ଥ ବାହାରେ ଯାହା ଆମ ଶରୀର ପାଇଁ ଭଲ ହୋଇନଥାଏ।

୪.ବ୍ରହ୍ମ ମୁହୂର୍ତ୍ତରୁ ହିଁ ଜଳ ଅର୍ପଣ-

ସବୁବେଳେ ଚେଷ୍ଟା କରନ୍ତୁ କି ଭୋର୍ ୩ଟା ରୁ ୫ଟା ଭିତରେ ବା ବ୍ରହ୍ମ ମୁହୂର୍ତ୍ତରେ ଜଳ ଅର୍ପଣ କରିବା ହେଉଛି ସବୁଠୁ ଉତ୍ତମ ମୁହୂର୍ତ୍ତ। ଜଳ ଚଢ଼େଇବା ପାଇଁ ଏହା ଏକ ଉପଯୁକ୍ତ ସମୟ ବୋଲି ଶାସ୍ତ୍ର ମଧ୍ୟ ଉଲ୍ଲେଖ ଅଛି। ଏଥିପାଇଁ ଆପଣ ସ୍ୱଚ୍ଛ ବସ୍ତ୍ର ହିଁ ପିନ୍ଧିକି ଜଳ ଅର୍ପଣ କରନ୍ତୁ। ଏପରି କଲେ ନବଗ୍ରହଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନି ରୁହେ।

୫. ଫୁଲ ମଧ୍ୟ ଅବଶ୍ୟ ରହିବା ଉଚିତ୍ –

ପୂଜା ପାଇଁ ଜଳ ଅର୍ପଣ କରିବା ବେଳେ ମନ୍ଦାର ଫୁଲ ନିଶ୍ଚୟ ରଖନ୍ତୁ। ଆପଣଙ୍କ ହାତ ନିଜର ମୁଣ୍ଡ ଠାରୁ ଉପରକୁ ହାତ ରଖି ଜଳ ଅର୍ପଣ କରନ୍ତୁ। ଯେବେ ଜଳର ଧାରା ତଳକୁ ପଡ଼ିଥାଏ ଏହି ଧାରାରେ ସୂର୍ଯ୍ୟଙ୍କୁ ଦେଖିବାକୁ ହୋଇଥାଏ। ଏପରି କରିବା ଦ୍ବାରା ସୂର୍ଯ୍ୟଙ୍କ କୃପା ଆମ ଉପରେ ବନି ରହିଥାଏ। ଭୁଲରେ ବି ଚପଲ ପିନ୍ଧନ୍ତୁ ନାହିଁ। ଏପରି କଲେ ଆପଣ ଯାହାବି କାମ କରନ୍ତି ତାହା ସଫଳ ହୋଇନଥାଏ।

ପ୍ରତିଦିନ ଜଳ ଅର୍ପଣ କରିବା ଉଚିତ୍। ରବିବାର ଦିନ ଅବଶ୍ୟ ଜଳ ଅର୍ପଣ କରନ୍ତୁ କାରଣ ରବିବାର ହେଉଛି ସୂର୍ଯ୍ୟଙ୍କ ଦିନ। ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଦେବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଥିବା ଦୋଷ ଦୂର ହୋଇଥାଏ। ଜଳ ଅର୍ପଣ କରୁଥିବା ବ୍ୟକ୍ତି ରବିବାର ଦିନ ଆମିଷ ଓ ମସୁର ଡ଼ାଲି ଭକ୍ଷଣ କରିବା ଅନୁଚିତ୍। ଏହିଦିନ ମିଠା ଖାଇବା ଅତ୍ୟନ୍ତ ଭଲ ହୋଇଥାଏ। ଏହିଦିନ ଲାଲ କପଡା ପିନ୍ଧନ୍ତୁ ନାହିଁ। ଏହା ଥିଲା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ବିଧି ଯାହା ଆପଣଙ୍କୁ ଧ୍ୟାନ ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *