ବାଇକ୍ ଚଲାଇବା ସମୟରେ ପ୍ରଜାପତି ପରି ହାତ ଏବଂ ଗୋଡ ହଲାଇଲେ ଏହି ବ୍ୟକ୍ତି । ଏହି ଖତରନାକ ଷ୍ଟଣ୍ଟ୍ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଗୁଡିକ ମଧ୍ୟରୁ ଅଧିକାଂଶ ଭିଡ଼ିଓ ସେମାନଙ୍କ ପ୍ରମୋଶନ ପାଇଁ ଅପଲୋଡ୍ କରାଯାଇଥାଏ କିନ୍ତୁ କିଛି ଲୋକ ଫେମସ୍ ହେବା ପାଇଁ ଖତରନାକ୍ ଷ୍ଟଣ୍ଟ କରିଥାନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହିପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓ ରେ ଜଣେ ଯୁବକ ଫେମସ୍ ହେବା ପାଇଁ ଦୁଇ ଚକିଆ ଯାନରେ ଖତରନାକ ଷ୍ଟଣ୍ଟ ମାରୁଥିବାର ଦେଖିବାକୁ ମିଳିଛି ।

ଆଜିକାଲିର ଯୁବକମାନଙ୍କ ମଧ୍ୟରେ ଷ୍ଟଣ୍ଟ କରିବାର ଟ୍ରେଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଥର କିଛି ଲୋକ ଏପରି ଷ୍ଟଣ୍ଟ୍ କରଥାନ୍ତି ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହିପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

View this post on Instagram

 

A post shared by memes | comedy (@ghantaa)

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ରାଜପଥରେ ବାଇକ୍ ଚଳାଉଛନ୍ତି କିନ୍ତୁ ଯେଉଁଭଳି ଭାବରେ ସେ ବାଇକ୍ ଚଳାଉଛନ୍ତି ଏବଂ ଷ୍ଟଣ୍ଟ୍ କରୁଛନ୍ତି ତାହା ଅତ୍ୟନ୍ତ ଭୟାନକ ଏବଂ ବିପଜ୍ଜନକ ଅଟେ । ବାଇକ୍ ଚଲାଇବା ସମୟରେ ଯୁବକ ଜଣଙ୍କ ବେଳେବେଳେ ପ୍ରଜାପତି ପରି ହାତ ଏବଂ ପାଦ ହଲାଉଛନ୍ତି ତ ବେଳେବେଳେ ହଠାତ୍ ବାଇକ୍ ଉପରେ ଠିଆ ହୋଇପଡୁଛନ୍ତି । ବସ୍ ଡ୍ରାଇଭର ଜଣଙ୍କ ତାଙ୍କ ମୋବାଇଲ୍ ରେ ଷ୍ଟଣ୍ଟର ସମ୍ପୂର୍ଣ ଭିଭିଡି କଏଦ୍ କରିଥିଲେ ।

ଷ୍ଟଣ୍ଟର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ଭିଡିଓକୁ 1 ଲକ୍ଷ 61 ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଏଥି ସହିତ ଅନେକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି । ଏହା ଉପରେ କମେଣ୍ଟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ମିଷ୍ଟର ଦୁଗଲ୍ ଆଜି ପ୍ରଜାପତି ପାଲଟିଛନ୍ତି । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ଯଦି ଭାଇ ଏପରି ବାଇକ୍ ଚଳାଇବେ ତେବେ ସେ ଶୀଘ୍ର ଯମରାଜଙ୍କୁ ମଧ୍ୟ ଭେଟିବେ ।

Leave a Reply

Your email address will not be published. Required fields are marked *