ପୋଲିସ ମୋ ସହିତ ଖରାପ ସମ୍ପର୍କ ରଖିଲେ , ସ୍ଵାମୀ ମୋ ଠାରୁ ୭ ଲକ୍ଷ ଟଙ୍କା ନେଇଗଲେ , କାନ୍ଦି କାନ୍ଦି କହିଲେ ମହିଳା…

ଜଣେ ଅସହାୟ ମହିଳା କାନ୍ଦି କାନ୍ଦି ନ୍ୟାୟ ପାଇଁ ଧାଇଁ ବୁଲୁଛନ୍ତି । କେବେ ତାଙ୍କୁ ନ୍ୟାୟ ଦିଆଯିବ ଆଉ ସେ ଟିକିଏ ଶାନ୍ତିରେ ରହିବେ । କହୁଛନ୍ତି କାହା ଉପର ବିଶ୍ୱାସ କରିବି , ଯାହା ଉପରେ ବିଶ୍ୱାସ କରିଲି ସେ ମୋତେ ଧୋକା ଦେଲେ ଆଉ ଚାଲି ଗଲେ। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି , ଭୁବନେଶ୍ଵରରେ । ସୂଚନା ଅନୁଯାୟୀ , ମହିଳା ଜଣକ ଅନେକ କଷ୍ଟରେ ଜୀବନ ଯାପନ କରୁଛନ୍ତି । କାହିଁକି ନା ତାଙ୍କ ଶାଶୁ ଘର ଲୋକ ତାଙ୍କୁ ନିର୍ଯାତନା ଦେଉଛନ୍ତି ।

ତେବେ ମହିଳାଙ୍କ କହିବା ଅନୁସାରେ , ୧୯୯୯ ମସିହାରେ ସେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ତାଙ୍କ ନିଜ ଦିଅର ମାନେ ତାଙ୍କ ସ୍ବାମୀଙ୍କୁ ମାରିଦେଲେ । ଆଉ ତାଙ୍କ ଶାଶୁ ତାଙ୍କୁ ଯୌତୁକ ନିର୍ଯାତନା ଦେଲେ । ତେଣୁ କରି ସେ ଅସହାୟ ପାଲଟି ଗଲେ । ଆଉ ସେ କିଛି ଉପାୟ ନ ପାଇ ଦ୍ୱିତୀୟ ବିବାହ କରିଲେ । କିନ୍ତୁ ଜାଣି ନଥିଲେ ତାଙ୍କ ଭାଗ୍ୟ ଏତେ ଖରାପ । କାହିଁକି ନା ଦ୍ଵିତୀୟ ସ୍ଵାମୀ ଜଣେ ଗୁଣ୍ଡା ବାହାରିଲେ । ଆଉ ତାଙ୍କ ଘର ଲୋକ ମଧ୍ୟ ବହୁତ ଖରାପ ଥିଲେ ।

ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇଗଲେ ତାଙ୍କ ସ୍ଵାମୀ । ଆଉ ଯାହା ପରେ ସେ ନିର୍ଯାତନାର ଶିକାର ହୋଇ ପୋଲିସ ପାଖକୁ ନ୍ୟାୟ ପାଇଁ ଯାଇଥିଲେ । କିନ୍ତୁ ଦୁଃଖର ବିଷୟ ହେଲା ଯେ , ପୋଲିସ ତାଙ୍କୁ ବାଥରୁମ ଭିତରକୁ ନେଇ ଯାଇଥିଲେ ଆଉ ତାଙ୍କ ସହିତ ଖରାପ କାମ କରିଥିଲେ । ତେଣୁ କରି ସେ କହିଛନ୍ତି କି , ତାଙ୍କ ପୁଅ ବି ବର୍ତ୍ତମାନ ଭାଙ୍ଗି ପଡ଼ିଛି । ସେ ବି ଚାକିରୀ କରି ପାରୁ ନାହିଁ । ଯଦି ପୋଲିସ ଏମିତି କରିବ ସେ କାହା ଉପରେ ଭରସା କରିବେ । ତେଣୁ କରି ବର୍ତ୍ତମାନ ତାଙ୍କର ଗୋଟିଏ କଥା ତାଙ୍କୁ ଦିଲ୍ଲୀ ପୋଲିସ ଦରକାର ।

ଯାହା ଫଳରେ ତାଙ୍କୁ ତାଙ୍କ ନ୍ୟାୟ ମିଳିପାରିବ ଆଉ ଟଙ୍କା ମଧ୍ୟ ମିଳି ପାରିବ । ସେ କାନ୍ଦି କାନ୍ଦି କହିଛନ୍ତି ସେ ଜଣେ ସୁଗାର ରୋଗୀ । ତାଙ୍କ ପାଖରେ ଖାଇବାକୁ ବି ଟଙ୍କା ନାହିଁ । ଏବେ ସେ କଣ କରିବେ , ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ତେବେ ସେ କଣ କରିବେ , କାହିଁକି ନା ତାଙ୍କ ଶାଶୁ ଘର ଲୋକଙ୍କର ବଡ ବଡ ଲୋକଙ୍କ ସହିତ ଚିହ୍ନା । ଆଉ ସେମାନଙ୍କ ହାତ ମୁଠାରେ ସେମାନେ । ଏବେ ସେ ଅସହାୟ ହୋଇ ପଡିଛନ୍ତି । ତାଙ୍କର ସାହା ଭରସା ବୋଲି କେହି ନାହାଁନ୍ତି ।

Leave a Reply

Your email address will not be published. Required fields are marked *