ସ୍ଵାମୀଙ୍କ ଯୌନାଙ୍ଗ ଜାଳି ଦେଲେ ସ୍ତ୍ରୀ , ତାପରେ….

ଜଣେ ସ୍ତ୍ରୀ ନିଜ ସ୍ୱାମୀର ସାଜିଲା ହତ୍ୟାକାରୀ । ନିଜେ ଏମିତି କାମ କରିଲା ଯେ , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ହତ୍ୟା କରିବା ଆଗରୁ ଥରେ ମଧ୍ୟ ଚିନ୍ତା କରିଲା ନାହିଁ ସେ ନିଜ ସ୍ବାମୀଙ୍କୁ ହତ୍ୟା କରୁଛି । ଆଉ ନିଜ ବାପା ଭାଇଙ୍କ ସହିତ ମିଶି ନିଜ ସ୍ବାମୀଙ୍କୁ କଷ୍ଟ ଦେଇ ଦେଇ ମାରିଲା ଆଉ ଶେଷରେ ସ୍ଵାମୀଙ୍କ ଯୌନାଙ୍ଗ ମଧ୍ୟ ଜାଳି ଦେଲା । ତେବେ ଏପରି ଏକ ଘଟଣା ଯାହା ପୁରା ଦିଲ୍ଲୀରେ ଚହଳ ପକାଇ ଦେଇଛି । ତେବେ ଆମେ କହୁଛୁ ଜଣେ ବ୍ୟାଙ୍କ ମ୍ୟାନେଜର ଆଉ ତାଙ୍କ ସ୍ତ୍ରୀଙ୍କ କାହାଣୀ ।

ସୂଚନା ଅନୁସାରେ , ଦିଲ୍ଲୀର ଆଗ୍ରା ଅଞ୍ଚଳରେ ରହୁଥିଲେ ସଚିନ ଉପାଧ୍ୟାୟ ଆଉ ତାଙ୍କ ସ୍ତ୍ରୀ ପ୍ରିୟଙ୍କା । ବିବାହ ପରେ ଦୁହିଁଙ୍କ ମଧ୍ୟରେ ଠିକ୍ ଠାକ୍ ସମ୍ପର୍କ ମଧ୍ୟ ରହିଥିଲା । ଆଉ ଦୁହିଁଙ୍କର ଗୋଟିଏ ପୁଅ ଆଉ ଗୋଟିଏ ଝିଅ ମଧ୍ୟ ହୋଇଥିଲା । କିନ୍ତୁ ଧୀରେ ଧୀରେ ଏପରି କଣ ହୋଇଥିଲା କେଜାଣି ସ୍ତ୍ରୀ ପ୍ରିୟଙ୍କା ବଦଳି ଯାଇଥିଲେ । ସ୍ଵାମୀ ସଚିନ ଅଧା ସମୟରେ ଘର ଠାରୁ ବାହାରେ ନିଜ କାମରେ ରହୁଥିଲେ ସେଥିପାଇଁ ସେ ସ୍ତ୍ରୀଙ୍କୁ ମଧ୍ୟ ଏତେ ସନ୍ଦେହ କରି ନଥିଲେ ।

କିନ୍ତୁ ସ୍ତ୍ରୀ ଏପଟେ ସାଜି ଯାଇଥିଲା ପିଶାଚିନୀ । ନିଜ ସ୍ଵାମୀ ପ୍ରତି ବଢ଼ି ଯାଇଥିଲା ତାର ଘୃଣା ମନୋଭାବ । ଆଉ ସେ ଏପରି କିଛି କାମ କରିବାକୁ ନିଷ୍ପତି ନେଇଥିଲା ଯାହା ଆପଣ ସ୍ୱପ୍ନରେ ମଧ୍ୟ ଭାବି ପାରିବେ ନାହିଁ । ନିଜ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସେ ରଚିଥିଲା ଏକ ବିଶାଳ ଯୋଜନା । ଆଉ ଏଥିରେ ସେ କେବଳ ଯୋଗଦାନ ଦେଇ ନଥିଲା । ତାର ବାପା ଆଉ ଭାଇ ମଧ୍ୟ ଏଥିରେ ଏକାଠି ହୋଇଥିଲେ । ତେବେ ଶେଷରେ ସେହି ଦିନ ଆସି ଯାଇଥିଲା ।

ଯେଉଁ ଦିନ ସେମାନେ ସଚିନଙ୍କୁ ହତ୍ୟା କରିବା ପାଇଁ ସବୁ ଯୋଜନା କରି ନେଇଥିଲେ । ଆଉ ସଚିନଙ୍କୁ ଏକ କଠୋରି ମଧ୍ୟକୁ ନେଇ ଯାଇଥିଲେ । ଆଉ ତାଙ୍କୁ କଷ୍ଟ ଦେବା ଆରମ୍ଭ କରିଥିଲେ ।

ତେବେ ତାଙ୍କୁ କଷ୍ଟ ଦେବା ସହିତ ଶେଷରେ ତାଙ୍କ ଯୌନାଙ୍ଗକୁ ମଧ୍ୟ କାଟି ପକାଇ ଥିଲେ । ତେବେ ଏହାପରେ ବର୍ତ୍ତମାନ ସଚିନଙ୍କ ଶଶୁର ଆଉ ତାଙ୍କ ଶଳାକୁ ପୋଲିସ ଗିରଫ କରି ନେଇଛି । ଅନ୍ୟ ପକ୍ଷରେ ପ୍ରିୟଙ୍କା କୁଆଡେ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *