ନଖରେ କେଞ୍ଚିକି କହୁଛନ୍ତି ମୂଷା କଥା କହୁଛି, ବମିତି କିଛି କହିଲେ ମିଷ୍ଟର ଅରୂପ ଦାସ

ଆଜିକାଲିର ସମୟରେ କିଛି ଏମିତି ପ୍ରକାରର କାର୍ଯ୍ଯ କଳାପର ଭିଡ଼ିଓ ସବୁ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ । ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରେ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ସମାଲୋଚନାର ବିଷୟ ପାଲଟିଯାଏ । ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରିନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ।

ଆଜ୍ଞା ହଁ ନିକଟରେ ଏପରି କିଛି ଦେଖିବାକୁ ମିଳିଥିଲା ଯେ ମୂଷା କହୁଥିଲା ଜୟ ଜଗନ୍ନାଥ । ଜଗା ଦର୍ଶନ ପାଇଁ ଜଣେ ମହିଳା ଦୁଇ ମୂଷାଙ୍କୁ ଧରି ଆସିଥିଲେ । ସିଂହଦ୍ୱାରରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲେ ମୂଷା ଦୁଇଟି । ଏହି ଦୃଶ୍ୟ ଦେଖିଲେ କାହାରିକୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହି ମୂଷା କହୁଥିବାକୁ ନେଇ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଛି । ନିକଟରେ ଏକ ସାକ୍ଷାତକାରରେ ମିଷ୍ଟର ଅରୂପ ଦାସ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପାଇଁ ମହିଳା ଜଣକ ନଖରେ କେଞ୍ଚିକି କହୁଛନ୍ତି ମୂଷା କଥା କହୁଛି ବୋଲି ।

ତେବେ ୟୁଟ୍ୟୁବ୍ ରେ ଚ୍ୟାନେଲରେ ପରିଚିତ ଅରୂପ ଦାସ ଆହୁରି ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ ଏହା ହେଉଛି ସମ୍ପୂର୍ଣ କାଳ୍ପନିକ ଓ ମନୁଷ୍ୟକୃତ । ମୂଷା ନିଜେ କହୁନି ଜୟ ଜଗନ୍ନାଥ ତାକୁ କୁହାଯାଉଛି । ତେବେ ଅରୂପ କହିଛନ୍ତି ସେ ଯେତେବେଳେ ପ୍ରଥମେ ଏହି ନ୍ୟୁଜ୍ ଟା ଭାଇରାଲ୍ ହେଲା ସେ ମଧ୍ୟ ବିଶ୍ଵାସ କରିଥିଲେ କାରଣ କଳି ଯୁଗରେ ମଧ୍ୟ ଅନେକ କିଛି ଆଶ୍ଚର୍ୟ୍ଯକର ଜିନିଷ ଘଟୁଛି । କିନ୍ତୁ ପରେ ଯେତେବେଳେ ସେ ଉକ୍ତ ଭିଡ଼ିଓଟିକୁ ଭଲ ଭାବରେ ବିଶ୍ଳେଷଣ କରି ଦେଖି ଜାଣିଲେ ଯେ ସେମିତି କିଛି ଭି ନାହିଁ । ପ୍ରତ୍ୟେକ ଜୀବଙ୍କର ଏକ କଥା କହିବା ଶୈଳୀ ଥାଏ । ଦେଖିବାକୁ ଗଲେ ମହିଳା ଜଣଙ୍କ ଯାହା ପ୍ରଶ୍ନ ପଚାରୁଥିଲେ ତାର ଉତ୍ତର ମଧ୍ୟ ସେ ନିଜେ ଦେଉଥିଲେ ।

ମୂଷା କେବଳ ତା ଭାଷାରେ ଚିଁ ଚିଁ ହେଉଥିଲା । ଦେଖିବାକୁ ଗଲେ ସେ କିଛି ଭି କହୁନି । ଆଉ ଭଲ ଭାବରେ ନୋଟିସ୍ କଲେ ଜାଣି ପାରିବେ ଯେ ମୂଷା ଉପରେ ଏକ ସ୍ୱେଟର ପିନ୍ଧାଯାଇଛି । ଆଉ ମହିଳା ଜଣକ ଯେଉଁ ଧରିଥିଲେ ତାର ଆଙ୍ଗୁଳିରେ ମୂଷାକୁ କେଞ୍ଚୁଥିଲେ । ହୁଏତ ମୂଷାକୁ କଷ୍ଟ ହେଉଥିଲା କିମ୍ଵା ସଲସଲ ଲାଗୁଥିଲା ଆଉ ସେ ଚିଁ ଚିଁ ହେଉଥିଲା । ଆଉ ସେଇଟାକୁ ମହିଳା କହୁଛନ୍ତି ମୂଷା କଥା କହୁଛି ।

Leave a Reply

Your email address will not be published. Required fields are marked *