ମୁଁ ଛୋଟ ଡ୍ରେସ ପିନ୍ଧୁଥିଲି, ପିନ୍ଧିବି ଆହୁରି ରିଲ୍ସ କରିବି…

ଆଜି ପାର୍କ ପାଖରେ ଥିବା ଜାଗାଟି ଆଜି ବହୁତ୍ ଫାଙ୍କା ଲାଗୁଛି। କାହିକିଁ ନା ଆଜି ଦୁଇ ଯାଆ ଦେଖିବାକୁ ମିଳି ନାହାଁନ୍ତି ନା ଆଜି ତାଙ୍କ ଖାଇବା ଦେଖିବାକୁ ମିଳିଛି। ଆଜି ଶାମ୍ବ ଦଶମୀ ଅନେକ ସ୍ପେଶିଆଲ୍ ଫୁଡ଼୍ ତାଙ୍କ ହାତରେ ଆମେ ଖାଇଥାନ୍ତେ। କିନ୍ତୁ ଆଜି ସେମାନେ କୁଆଡ଼େ ଗଲେ? ତାଙ୍କ ସହିତ ଆଜି ଆମେ କଥା ହେବା ଯେ କଣ ଅସୁବିଧା ହେଲା ଯେ ଆଜି ସେମାନେ ନାହାଁନ୍ତି ଆଉ ଲୋକମାନେ ମଧ୍ୟ ଫେରି ଯାଉଛନ୍ତି। ସେହି ବି.ଏମ୍.ସି. ମନା କରିଥିଲେ ପକେଇବା ପାଇଁ।

ଆମର ସବୁ ଲାଇସେନ୍ସ ଅଛି କିନ୍ତୁ ସେଇୟା କି ଏଇ ଲୋକେସନ୍ ପାଇଁ ଟିକେ ଅଲଗା ଟାଇପର ଲାଇସେନ୍ସ ଦରକାର। ଏବେ ସେ ସାହିର ଲାଇସେନ୍ସ ଆମ ପାଖରେ ହେଇ ଗଲାଣି। ତ ବି.ଏମ୍.ସି. ର ସବୁ ରୁଲ୍ ଆମେ ମାଗିବୁ। ଯାହା ସବୁ ଫର୍ମାଲିଟି ଅଛି। ଅଣ୍ଡର୍ ପ୍ରସେସ୍ ଯାହା ଅଛି ସବୁ ମାନିବୁ । ତେଣୁ ଆଶା କରୁଛି କି ସୋମବାର ଦିନ ଠାରୁ ପୁଣି ଖୋଲିବୁ। ଆମର ବହୁତ୍ ମନ ଦୁଃଖ ଅଛି। କାରଣ ଆଜି ଶାମ୍ବ ଦଶମୀ। ଆମେ ବହୁତ୍ ଜିନିଷ ତିଆରି କରିଥିଲୁ। ଫ୍ରିଜରେ ଛେନା, ସବୁ ଆଇଟମ୍ ପୁରା ରେଡ଼ି କରିକି ଆଜି ବହୁତ୍ ଜିନିଷ ନେଇ କି ଆସିବାର ପ୍ଲାନ୍ ଥିଲା। ଆଉ ଲୋକ ଫେରିଗଲେ।

ମୁଁ ଲୋକମାନଙ୍କ ସହିତ ଭିଡ଼ିଓ କଲରେ କଥା ହେଲି। ଆସିକି ଦେଖା ବି ହେଲି। ସମସ୍ତେ ଫେରି କି ଗଲେ ଆଉ ନ ଖାଇ କି ଦୁଃଖ ଲାଗୁଛି। କାଲିର ସପୋର୍ଟ କହିହେବ ନି ବହୁତ୍ ହିଁ ଓଭରୱଲ୍। ଆମେ ବହୁତ୍ ଖୁସି। କାଲି ଆମ ଭାଈ ଭଉଣୀଙ୍କ ପାଇଁ ଓପନ୍ ହେଇ ରହିଲା। ସେ ବନ୍ଦ୍ କରିଦେବେ କହୁଥିଲେ। କିନ୍ତୁ କାଲି ଯେ ସପୋର୍ଟ ମୁଁ ପାଇଛି, ବହୁତ୍ ବହୁତ୍ ଧନ୍ୟବାଦ୍। ବୁଝିପାରିଲେ ଆମ ଦୁଇଜଣଙ୍କ ସହ କନେକ୍ଟ କରି ପାରୁଛନ୍ତି କି ଆମେ କେତେ ଚେଷ୍ଟା କରି କେତେ ସକାଳୁ ଉଠି ସମସ୍ତଙ୍କ ପାଇଁ ରୋଷେଇ କରି ଆଣୁଛୁ

ମୋତେ ବହୁତ୍ ଖୁସି ଲାଗିଲା। କାଲି ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଗଲା। ହଁ ମୁଁ ବି ଜାଣି ନ ଥିଲି ଏ କଥା। କାଲି ଏ ବି.ଏମ୍.ସି. ଜିନିଷ ହେଲା ପରେ ଅଲରେଡି ଅପ୍ସେଟ୍ ଥିଲି ଜଣେ ମୋତେ କହିଲେ କି ମ୍ୟାମ୍ ଆପଣଙ୍କର ପର୍ସନାଲ୍ ଇନଫର୍ମେସନ୍ ନେଇ କି ଜଣେ ଭିଡ଼ିଓ କରିଛନ୍ତି। ତ ସେ ଚାନେଲ୍ ନାଁ କଣ ବାମ୍ଫ। ଧୀରେ ଧୀରେ ସେଇ ବାମ୍ଫ ଚାନେଲର ବାମ୍ଫ ଆମେ ବାହାର କରିବାର ପ୍ଲାନିଂ କରୁଛୁ। ତ ସେ ମୋର ରିଲ୍ସ୍ ଯେଉଁଟା ଝିଅ ବେଳର, କଲେଜ୍ ବେଳର କି ଏବେବି।

ନର୍ମାଲି ପୋଷ୍ଟ ପାର୍ଟ୍ ପରେ ମାଇଣ୍ଡ ଟିକେ ଅପସେଟ୍ ଥାଏ। ତ ମୁଁ ଆପଣଙ୍କୁ ବି କହିଛି ମୋତେ ଗୀତ, ନାଚ ଭାରି ପସନ୍ଦ। ମୁଁ ଜଣେ ଓଡ଼ିଶୀ ଡାନ୍ସର ଥିଲି। ତ ମୋତେ ବହୁତ୍ ଭଲ ଲାଗେ। ମୁଁ ନାଚିଲି, ମୁଁ ଗାଇଲି, ମୁଁ ମିନିସ୍ ପିନ୍ଧିଲି କି ମୁଁ ଯାହା ବି ପିନ୍ଧିଲି ମୋ ହଜବେଣ୍ଡ ମୋ ଘର ଲୋକ କାହାକୁ କିଛି ପ୍ରୋବଲେମ୍ ନାହିଁ ସମସ୍ତେ ଖୁସି। ତ ସେ ଯେଉଁ ଅଶ୍ଳୀଳ ଲାଙ୍ଗୁଏଜ୍ ଟା ବ୍ୟବହାର କରିଛନ୍ତି ଏଇଟା ନିହାତି ଖରାପ୍। ମୁଁ ଭାବୁଛି କି ତାଙ୍କ ମାଆ କିମ୍ବା ତାଙ୍କ ଭଉଣୀ ସହ କିଏ ଏମିତି କଲେ ସେ ବୁଝି ପାରିବେ। କି କେତେ ମୋତେ ଖରାପ୍ ଲାଗୁଛି।

ମୋର ଗୋଟେ ପୁଅ ଅଛି। ସେ ବଡ଼ ହେଲେ ନିହାତି ଭାବରେ ସେ ଭିଡ଼ିଓଟା ଦେଖିବ ନା ନାହିଁ। ତ ସେ ଜିନିଷଟା ସେ ବୁଝି ପାରୁ ନାହାଁନ୍ତି। ଆଉ ମୁଁ ଯଦି ରିଲସ୍ କଲି କରିବି ଆଗକୁ ଆହୁରି ରିଲ୍ସ୍ କରିବି। ମୁଁ ଏମିତି ହିଁ ମୁଁ ଚେଞ୍ଜ କାହା ପାଇଁ ହେବିନି। ଆଉ ବାମ୍ଫକୁ ପୁରା ବାମ୍ଫ ଦେଇକି ହିଁ ଛାଡ଼ିବୁ। ଆମକୁ ବହୁତ୍ ଖୁସି ଲାଗୁଛି କି ଧୀରେ ଧୀରେ ଆମ ଓଡ଼ିଶାବାସୀ ବୁଝିଲେଣି।

Leave a Reply

Your email address will not be published. Required fields are marked *