ବାହା ହେଲା ପରେ ଥାନାକୁ ଯାଇ ନୂଆବୋହୁ କରିଥିଲା ମିଛ ଅଭିଯୋଗ। ଏବେ ନିଜ ଭୁଲକୁ ସ୍ୟୁକର କରିଛି ବୋହୁ।

ପ୍ରେମ ବିବାହ କରିଥିଲେ। ଶାଶୂ ଘର ଲୋକେ ନୂଆବୋହୂ ଭାବେ ଗ୍ରହଣ ସିନା କରିଦେଲେ କିନ୍ତୁ ଅଲଗା ଜାତି କହି ଋଷି ଘରକୁ କୁଆଡେ ଛାଡୁନଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲା ନୂଆବୋହୂ। କିନ୍ତୁ ଏବେ ପୁଣି ହସ ଖୁସିରେ ପରିବାର ଆଗକୁ ବଢ଼ୁବୋଲି ନିଜେ ରାଜି ହେବା ସହିତ ସବୁ ଅଭିଯୋଗକୁ ନିଜେ ମିଛ କହିଛନ୍ତି ଏହି ମହିଳା ଜଣକ।

ଚାରି କାନ୍ଥ ଭିତରେ ପରିବାର ଭିତରେ କ’ଣ ହୁଏ କେହି ଜାଣି ପାରନ୍ତି ନାହିଁ ଆଉ ଯେତେବେଳେ ନୂଆବୋହୂ ବାହାରି ଥାନାକୁ ଯାଇ ପରିବାର ନାଁରେ ଏମିତି କେସ କରେ ସେତେବେଳେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଏ। କାହିଁକି ଥାନାର ଦ୍ୱାରସ୍ତ ହେଲା ଗୋଟେ ନୂଆବୋହୁ। ସେ ବୋହୁ ପୁଣି କେସ ଉଠାଇବା ସହ ପୁଣି କହିଛନ୍ତି ମୁଁ କରିଥିବା ଅଭିଯୋଗ ସବୁ ମିଛ। ତେବେ ସତ କେତେ ମିଛ କେତେ ସେ ଜାଣିଥିବେ ଆଉ କାହିଁକି ଏଭଳି ସବୁ କରିଦେଲେ ସେ ହିଁ ଜାଣିଥିବେ।

ତେବେ ଚର୍ଚ୍ଚା ହେଉଛି ଯେ ରାଗରେ ଗଣମାଧ୍ୟମକୁ ଢାଲ କରି ଶାଶୂ ନଣନ୍ଦ ସ୍ବାମୀଙ୍କ ନାଁରେ ଏଭଳି ସବୁ ଅଭିଯୋଗ କରିଥିଲେ। ଶାଶୂ ଘର ନାଁରେ ଜାତିଆଣା ଆକ୍ଷେପ କରୁଥିବା ନେଇ ଅଭିଯୋଗ କରିଥିଲେ। ନଣନ୍ଦ ବିଷୟରେ ବି ବିଭିନ୍ନ ପ୍ରକାରର କଥା କହିଥିଲେ। ତେବେ ନିଜ ସ୍ୱାର୍ଥରେ ବାଧା ଉପୁଜିଥିଲା। ଆଉ ରାଗରେ ଏସବୁ କରିଦେଲେ ବୋଲି ମହିଳା ଜଣକ କହିଛନ୍ତି।

ତେବେ ସୂଚନା ଅନୁସାରେ ଜଳେଶ୍ବର ଥାନା ଅନ୍ତର୍ଗତ ବାଘାବାଳି ଗ୍ରାମର ଭାଗବତ ଜେନାଙ୍କ ସାନପୁଅ ଶଶାଙ୍କ ଜେନାଙ୍କୁ ବସ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ପୂର୍ଣ୍ଣିମା ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହର ଚାରି ଦିନ ପର ଠାରୁ ଜାତିଆଣା ଆକ୍ଷେପ କରି ରୋଷେଇ ଶାଳ ଏବଂ ଠାକୁର ଘରକୁ ଶାଶୂ ଘର ଲୋକେ ବାରଣ କରିଥିଲେ ବୋଲି ଅଭିଯୋଗ କରିଥିଲେ ଥାନାରେ। ଏ ବାବଦରେ ପୂର୍ଣ୍ଣିମାର ବାପ ଘର ଲୋକେ ବI ପୁର୍ଣିମାର ଏଭଳି କଥା ଶୁଣି ଦୁଃଖ ପ୍ରକାଶ କରିଥିଲେ।

ଆଉ ଘଟଣାକୁ ନେଇ ଜଳେଶ୍ବର ଥାନାରେ ଗତ ୧୬ ଜୁଲାଇ ୨୦୨୩ ରେ ଏତଲା ଦେଇଥିଲେ।ତେବେ ପୋଲିସର ତଦନ୍ତ ପରେ ଏବେ ସତ ସାମ୍ନାକୁ ଆସିଛି। ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ମହିଳା ଜଣକ ନିଜ ପାଟିରେ କହିଛନ୍ତି। ଆଉ ଏବେ ନିଜ ଭୁଲକୁ ଗଣମାଧ୍ୟମ ଆଗରେ ମାନିଛନ୍ତି।ତେବେ ଏପଟେ ନିଜ ପରିବାର ସହିତ ଖୁସିରେ ରହିବେ ବୋଲି ମହିଳା କହିବା ପରେ ସେପଟେ ସ୍ୱାମୀ ଶଶାଙ୍କ ମଧ୍ୟ କହିଛନ୍ତି ଆମେ ଏଥର ଆଗକୁ ଖୁସିରେ ରହିବୁ। ଆମେ ଏକ ନୂଆ ସଂସାର ଗଢିବୁ।

Leave a Reply

Your email address will not be published. Required fields are marked *