ରାତିରେ ଅନ୍ୟ ଯୁବକ ସହ ଦେଖା କରୁଥିଲା ଭାଉଜ , ଘଟଣା ଜାଣିବା ପରେ ଦିଅର କଲା ଭାଉଜର ହତ୍ୟା :-

ବର୍ତ୍ତମାନ ସମୟରେ ମଣିଷ ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ପରିବାର , କିମ୍ବା ନିଜର ସମ୍ମାନ କଥା ନଭାବି କାହା ସହିତ ବି ସମ୍ପର୍କରେ ରହିଯାଉଛି । ତାହା କେତେ ଉଚିତ ଏବଂ କେତେ ଅନୁଚିତ ତାହା ଜାଣିବି ସୁଦ୍ଧା ସେମାନେ ଭୁଲ କାମ କରୁଛନ୍ତି । ଯାହାର ପରିଣାମ ଅନେକ ସମୟରେ ଭୟଙ୍କର ମଧ୍ୟ ହୋଇଯାଏ । ସାଧରଣତଃ ବର୍ତ୍ତମାନର ସୋସିଆଲ ମିଡ଼ିଆ ଯୁଗରେ କୌଣସି ବି ଘଟଣା କିମ୍ବା ଦୁର୍ଘଟଣା ଲୁଚି ରହିବା ଅସମ୍ଭବ । ବର୍ତ୍ତମାନ ସମୟରେ ମଧ୍ୟ ଏହିପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି ଯେଉଁଥିରେ ଜଣେ ଦିଅର ନିଜ ଭାଉଜଙ୍କୁ ବାଡ଼ି ରେ ପିଟି ପିଟି ହତ୍ୟା କରିଛନ୍ତି ।

ତେବେ ଏହି ଘଟଣା ସମ୍ପୂର୍ଣ୍ଣ ସତ୍ୟ ଅଟେ । ସୂଚନା ଅନୁଯାୟୀ ଘଟଣା ଟି ବାହେଡିର ପୁଣାଇ ଗାଁ ର ଅଟେ । ସେଠାକାର ଧର୍ମାବତୀ ନାମକ ଜଣେ ମହିଳାଙ୍କର ସ୍ୱାମୀ ସୀତାରାମଙ୍କର ୨୦୧୯ ରେ ଦେହାନ୍ତ ହେବା ପରେ ସ୍ତ୍ରୀ ନିଜ ଦିଅର ଙ୍କ ସହିତ ରହି ଆସୁଥିଲେ । ନିଜ ପରିବାର କହିବାକୁ ଗଲେ ସ୍ୱାମୀଙ୍କ ଦେହାନ୍ତ ପରେ ଗୋଟିଏ ପୁଅ ଏବଂ ଦୁଇ ଝିଅ । କିନ୍ତୁ ପିଲାଙ୍କ କଥା ବୁଝିବା ପାଇଁ ଧର୍ମାବତୀ ନିଜ ଦିଅର ମୋହନଲାଲ ଙ୍କ ସହିତ ରହିବାକୁ ସ୍ଥିର କଲେ । କିନ୍ତୁ ଏହାପରେ ଧର୍ମାବତୀ କିଛି ଏପରି କାମ କଲେ ଯାହା ତାଙ୍କ ମୃତ୍ୟୁ ର କାରଣ ସାଜିଲା ।

ଦିଅର ମୋହନଲାଲ ଙ୍କ ସହିତ ରହିବା ସମୟରେ ଧର୍ମାବତୀ ଗାଁ ର ଅନ୍ୟ ଯୁବକ ପ୍ରତି ନିକଟତର ହେଲେ ଯାହା ତାଙ୍କ ଦିଅର ବି ଜାଣି ପାରିଲେ । ଦିଅର ଜାଣିବା ପରେ ସେ ଧର୍ମାବତୀ ଙ୍କୁ ଅନ୍ୟ ଯୁବକ ସହିତ ଦେଖା କରିବାକୁ ଚାହୁଁଥିବା କଥା କହିଲେ । ଯେଉଁଥିରେ ଧର୍ମାବତୀ ମନା କରିବାରୁ ଦିଅର ତାଙ୍କ ମୁଣ୍ଡରେ ଏକ ବର୍ଚ୍ଛା ରେ ଆଘାତ କଲେ । ଯାହାଦ୍ୱାରା ସେହି ସମୟରେ ହିଁ ଧର୍ମାବତୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେଣୁ ପୋଲିସ ଘଟଣା ର ତଦନ୍ତ କରି ଦିଅର କୁ ହତ୍ୟା ଅଭିଯୋଗ ରେ ଗିରଫ କରିଛି ଏବଂ ଘଟଣା ସମ୍ବନ୍ଧରେ ଯୁବକ ନିଜେ ମଧ୍ୟ କହିଛନ୍ତି ।

ତାଙ୍କ ଅନୁସାରେ ସେ ନିଜ ଭାଇଙ୍କ ମୃତ୍ୟୁ ପରେ ନିଜ ଭାଉଜ ଏବଂ ତାଙ୍କ ପିଲା ମାନଙ୍କ ଲାଳନ ପାଳନ କରିବାକୁ ମନସ୍ଥ କଲେ । ଏମିତିକି ତାଙ୍କର ସବୁକଥା ବୁଝିଥିବା ମଧ୍ୟ ସେ କହିଛନ୍ତି । କିନ୍ତୁ ଯେତେବେଳେ ସେ ତାଙ୍କ ଭାଉଜଙ୍କର ଅନ୍ୟ ଯୁବକ ସହ ସମ୍ପର୍କ ଥିବା ଜାଣି ପାରିଲେ ସେତେବେଳେ ସେ କ୍ରୋଧରେ ତାଙ୍କୁ ହତ୍ୟା କରିଥିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *