ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣି ନେଲା କୁମ୍ଭୀର । ସ୍ୱାମୀକୁ ବଞ୍ଚାଇବା ପାଇଁ କମ୍ଭୀର ସହିତ ଏତେ ସମୟ ଲ-ଢ଼େଇ କଲେ ମହିଳା ।

ଦୀର୍ଘଦିନର ଆଶ୍ୱସ୍ତି ପରେ ଏବେ ପୁଣି ମାତିଛି ମଣିଷ ଖିଆ କୁମ୍ଭୀର । ଯାହାକି ଆଜି ସକାଳୁ ସକାଳୁ ସ୍ତ୍ରୀ ସାମ୍ନାରେ ମଣିଷ ଖିଆ କୁମ୍ଭୀର ତାଙ୍କ ସ୍ୱାମୀକୁ ଟାଣି ନେଇଛି । ତେବେ ସ୍ୱାମୀ ସ୍ତ୍ରୀ ଜାଗର ଦିନ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ ଏବଂ କାମ ସରିବା ପରେ ଦୁହେଁ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ତାପରେ ଜାଗର ପାଇଁ ଯାଇଥାନ୍ତେ । କେହିବି ଭାବିନଥିଲେ ଯେ ନଦୀରେ ଶୌଚ କରିବା ସମୟରେ ତାଙ୍କ ସହିତ ଏଭଳି ଅଘ-ଟଣ ଘଟିଯିବ ବୋଲି । ନଦୀରେ କୁମ୍ଭୀର ଜଗି ବସିଥିଲା । ଆଉ ସୁଯୋଗ ଦେଖି ବ୍ୟକ୍ତିଙ୍କୁ ନଦୀ ଭିତରକୁ ଟାଣି ନେଇ ଯାଇଥିଲା । ଏସବୁ ଘ-ଟଣା ସ୍ତ୍ରୀ ସାମ୍ନାରେ ହିଁ ଘଟି ଯାଉଥିଲା ।

ଯେଉଁ କାରଣରୁ ଦୀର୍ଘ ଦିନ ପରେ ପୁଣିଥରେ ମଣିଷ ଖିଆ କୁମ୍ଭୀରର ଆତଙ୍କ ଖେଳି ଯାଇଛି । ସ୍ତ୍ରୀ ଜଣକ ଚୁପ ରହି ନଥିଲେ ବରଂ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ଏହାକୁ ଦେଖି ନଦୀ କୂଳରେ ସ୍ତ୍ରୀ ଜଣକ ଛାତି ଫଟାଇ କା-ନ୍ଦୁଛି । ସମସ୍ତଙ୍କ ଆଖିରେ ଲୁ-ହ , କିଏ ନିଜ ସ୍ୱାମୀକୁ କିଏ ନିଜ ପୁଅକୁ ତ କିଏ ନିଜ ଭାଇକୁ ଖୋଜୁଛି । କୁନି ପିଲାଟି ନିଜ ବାପାଙ୍କୁ ଖୋଜୁଛି ।

ଆଜ୍ଞା ହଁ , କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ରାହ୍ମଣୀ ନଦୀରେ ପୁଣିଥରେ କୁମ୍ଭୀର ଆ-ତଙ୍କ ଦେଖିବାକୁ ମିଳିଛି । ଜାଗର ଥିବାରୁ ସ୍ୱାମୀ ସ୍ତ୍ରୀ ତରବର ହୋଇ ଚାଷ କାର୍ଯ୍ୟ ହେବା ପରେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ସ୍ତ୍ରୀର ଆଖି ସାମ୍ନାରେ ହିଁ ସ୍ୱାମୀକୁ କୁମ୍ଭୀର ଟାଣି ନେଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥା-ନା ଅନ୍ତର୍ଗତ ଦକ୍ଷିଣବେଡ଼ା ଗ୍ରାମର ନିମାଇଁ ମଳିକଙ୍କୁ ଏକ କୁମ୍ଭୀର ଝାମ୍ପି ନେଇଛି । ସ୍ତ୍ରୀ ଏହି ଦୃ-ଶ୍ୟକୁ ଦେଖି ସ୍ୱାମୀକୁ ବଞ୍ଚାଇବାକୁ ଉଦ୍ୟମ ମଧ୍ୟ କରିଥିଲେ । କିନ୍ତୁ ଶେଷରେ ସେ ହାରି ଯାଇଥିଲେ । ନଦୀ କୂଳରେ ହଠାତ ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ । ନିମାଇଁଙ୍କୁ କୁମ୍ଭୀର ଟାଣି ନେଇଥିବା ଜାଣିବାକୁ ପାଇଥିଲେ । ଯାହାଙ୍କୁ ବର୍ତ୍ତମାନ ଖୋଜାଖୋଜି ଚାଲିଛି ।

ପୁଅକୁ କୁମ୍ଭୀର ଟାଣି ନେଇଥିବା କଥା ଶୁଣି ପରିବାର ଲୋକେ ନଦୀ କୂଳକୁ ଧାଇଁ ଆସିଥିଲେ ଏବଂ କା-ନ୍ଦି କା-ନ୍ଦି ବର୍ତ୍ତମାନ ପୁଅକୁ ଖୋଜିବାରେ ଲାଗିଛନ୍ତି । ଗ୍ରାମବାସୀ , ପୋ-ଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଘଟ-ଣାସ୍ଥଳରେ ନିମାଇଁଙ୍କୁ ଖୋଜାଖୋଜି କରୁଛନ୍ତି କିନ୍ତୁ ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ନାହିଁ ।

Leave a Reply

Your email address will not be published. Required fields are marked *