ଜଙ୍ଗଲ ଭିତରୁ ଶୁଭିଲା 18 ବର୍ଷର ଝିଅଟିର କା-ନ୍ଦ, ତାଙ୍କ ଦୁଃ-ଖ ଶୁଣିଲେ ଆପଣ ବି କା-ନ୍ଦିବେ।

ଘଞ୍ଚ ଜଙ୍ଗଲ ଆଉ ଜଙ୍ଗଲ ଭିତରେ ଛୋଟ ଭଙ୍ଗା ଦଦରା କୁଡ଼ିଆ। ଉପରେ ଖଣ୍ଡିଏ ଆଡ଼ଯବେଷ୍ଟ ପଡିଛି ତାହା ବି କେଉଁଠି କଣା ହୋଇଯାଇଛି ତ ଆଉ କେଉଁଠି ଭା-ଙ୍ଗି ଯାଇଛି। ଜଙ୍ଗଲ ମଧ୍ୟରୁ ବାହାରକୁ ଚାହିଁଲେ ଆଖି ପାଉନି। କେବଳ ଜଙ୍ଗଲ ଆଉ ଜଙ୍ଗଲ ହିଁ ଦେଖା ଯାଉଛି। ହେଲେ ସେହି ଜଙ୍ଗଲ ଭିତରେ ଗଛ ଲତା ପଶୁ ପକ୍ଷୀଙ୍କ ସହ ବାସ କରୁଛନ୍ତି ଜଣେ 18 ବର୍ଷୀୟ ଝିଅ। ଏହା ହୁଏତ ଆପଣଙ୍କୁ ଅବସ୍ଥବ ଲାଗୁଥାଇ ପାରେ ମାତ୍ର ତାହା କିନ୍ତୁ ସତ। ବାପା ମା ଛେଉଣ୍ଡ ଝିଅ ଟିଏ। ବାପା ମା ଆରପାରିକୁ ଚାଲିଯାଇଛନ୍ତି

ବାପା ମା ବଞ୍ଚିଥିବା ବେଳେ ଝିଅ ବାପା ମାଙ୍କ ସାଥିରେ ଏହି ଭ-ଙ୍ଗା ଦଦରା ଘରେ ଜୀବନ ଜିଉଁଥିଲା। ହେଲେ ଏଇ କିଛି ଦିନ ହେଲା ସେ ଏକାକୀ ଉପାସ ଭୋ-କରେ ଏହି ଜଙ୍ଗଲ ମଧ୍ୟରେ ପଡି ରହିଛି। ଏହି ନିଘଞ୍ଚ ଜଙ୍ଗଲରେ ତାର ନିଜର କହିଲେ କେହି ନାହାଁନ୍ତି କେବଳ ଗଛ ଲତା ବନ ପାହାଡ଼ ହିଁ ବର୍ତ୍ତମାନ ତା ପାଇଁ ସବୁକିଛି। ଘଞ୍ଚ ଜଙ୍ଗଲ ଭିତରେ ଏକାକୀ ଝିଅ ଟା ରହିବାକୁ ମନେ ମନେ ଭ-ୟ ମଧ୍ୟ କରୁଛି। ବାପା ମା ତାକୁ ଏକା କରି ଚାଲିଯିବା ପରେ ଜଙ୍ଗଲ ଭିତରେ ଥିବା ସେହି ଛୋଟ କୁଡ଼ିଆରେ ଝିଅଟି ସବୁବେଳେ କା-ନ୍ଦୁଥିଲା। ତେବେ ଜଙ୍ଗଲର ବୁକୁଚିରି ଝିଅଟିର କା-ନ୍ଦ ପଡିଥିଲା କିଛି ଲୋକଙ୍କ କାନରେ।

ଏଭଳି ଦୁଃ-ଖଦ ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଏମପିଭି ଏକ ଗ୍ରାମରୁ। ଏହି ଗ୍ରାମର ଝିଅ ହେଉଛନ୍ତି ଦୀପା। ଦୁଃ-ଖର ବାରୁଦ ଗଦାରେ ବସି ଆଖିରୁ ବୋହି ଚାଲିଛନ୍ତି ଲୁ-ହ କଣ ବା ଆଉ କରିବେ ବାପା ମା ହାତ ଛାଡି ଆରପାରିକୁ ଚାଲିଯିବା ପରେ ଦୀପା ଏକ ଦମ ଅସ-ହାୟ ହୋଇ ଯାଇଛନ୍ତି। ପଢିବାକୁ ଇଛା ଥିଲେ ବି ପାଠ ପଢ଼ାରେ ଡୋରି ବନ୍ଧା ଯାଇଛି। ବାପା ଏଇ ଗଲା ୭ ଦିନ ହେବ ଆରପାରିକୁ ଚାଲିଗଲେ।ବାପା ବଞ୍ଚିଥିବା ବେଳେ ମୂଲ ମଜୁରୀ ଲାଗି ତାଙ୍କୁ ପାଠ ପଢ଼ାଉଥିଲେ ଏବେ ଦିପାଙ୍କ ପାଇଁ ପଢିବା ତ ଦୂରର କଥା ମୁଠେ ଖାଇବାକୁ ମଧ୍ୟ ଦାନା ମିଳୁନି।

ଗଣ ମାଧ୍ୟମରେ ନିଜର ଦୁଃ-ଖ ପ୍ରକାଶ କରୁଥିବା ବେଳେ ଦୀପା କୋ-ହକୁ ଚା-ପି ଧରି କହିଥିଲେ ଘରେ ଖାଇବାକୁ କିଛି ନାହିଁ। ମୁଁ ଲୁଣ ଲଗାଇ ଭାତ ଖାଉଛି। ଆଉ ଦୀପା ଯୁକ୍ତ ଦୁଇରେ ପାଠ ପଢୁଥିବା ବେଳେ ଏବେ ଭାବୁଛନ୍ତି କିପରି ଆଗକୁ ପଢିବେ ନା ଅର୍ଥ ଆଉ ଅସହାୟତା କାରଣରୁ ଦିପାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଯିବ। ଦୀପା କୋହ ଭରା କଣ୍ଠରେ ସରକାରଙ୍କୁ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କି ସରକାର ମତେ ଟିକେ ସାହାଯ୍ୟ କରନ୍ତୁ ମୁଁ ଆଗକୁ ପଢିବାକୁ ଚାହୁଁଛି।

ମୋ ବାପା ମା ମତେ ନେଇ ଦେଖିଥିବା ସ୍ୱପ୍ନକୁ ମୁଁ ପୂରଣ କରିବାକୁ ଚାହୁଁଛି। ଦୟାକରି ମତେ ସାହାଯ୍ୟ କରନ୍ତୁ। ଏ ଭ-ଙ୍ଗା ଦଦରା ଝାଟି ମାଟିର ଘରେ ମୋ ପକ୍ଷେ ରହିବା ଆଦୌ ସମ୍ଭବ ନୁହେଁ ଜଙ୍ଗଲ ଭିତରେ ଏକା ଜୀବନ କା-ଟିବା ମୋ ପାଇଁ ସହଜ ନୁହେଁ ରାତି ଆସିଲେ ଭ-ୟ ଆସୁଛି ଅନ୍ଧାର ଘୋଟି ଗଲେ ମୁଁ ଥ-ରି ଉଠୁଛି।

ବାପା ମା ଥିବା ବେଳେ ବାପା ମା ମତେ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ମୁଁ ବଡ଼ ହେବି ଭଲ ପାଠ ପଢିବି ଆଉ ବଡ଼ ଚାକିରୀ କରି ଜଙ୍ଗଲ ଭିତରୁ ତାଙ୍କୁ ବାହାରକୁ ଆଣିବି ବୋଲି ସେମାନେ ଭାବୁଥିଲେ ହେଲେ ସେମାନଙ୍କ ସ୍ୱପ୍ନ ଏବେ ସ୍ୱପ୍ନରେ ରହିଗଲା। ଆଉ ମୁଁ ଅସ-ହାୟ ହୋଇପଡିଛି। ମୁଁ କେବେ ଭାବିନଥିଲି ଏମିତି ହଟାତ ଅଦିନିଆ ଝଡ଼ ଆମ ଜୀବନରେ ଝଡ଼ ସୃଷ୍ଟି କରି ସବୁକିଛି ଛାରଖାର କରିଦେବ। କେବେ ମୁଁ ଭାବିନଥିଲି ମୋ ଭାଗ୍ୟରେ ଦିନେ ଏମିତି ଲେଖା ହୋଇଥିବା ଘ-ଟଣା ଘ-ଟିବ ବୋଲି।

ଏବେ ମତେ ସରକାର ଯଦି ସାହାଯ୍ୟର ହାତ ନବଢାନ୍ତି ତେବେ ମୋ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ। ଏମିତି କହି ଗଣ ମାଧ୍ୟମ ସମ୍ମୁଖରେ କୋହ ଭରା କଣ୍ଠରେ ଦୀପା ସରକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଦୀପାକୁ ସାହାଯ୍ୟର ହାତ ବଢ଼ାଉଛନ୍ତି।

Leave a Reply

Your email address will not be published. Required fields are marked *