ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲା ସ୍ତ୍ରୀ । ଜାଣିବା ପରେ ମଣ୍ଡପରେ ପହଞ୍ଚି ସ୍ୱାମୀକୁ ଘୋଷାରିଲା ସ୍ତ୍ରୀ ।

ସ୍ୱାମୀର ଦ୍ୱିତୀୟ ବିବାହ ମଣ୍ଡପରେ ପହଞ୍ଚି ଯାଇଛି ପ୍ରଥମ ସ୍ତ୍ରୀ । ଆଉ ତାକୁ ଧୋକା ଦେଇ କିଭଳି ସେ ଦ୍ୱିତୀୟ ବିବାହ କରୁଛି ତାହାକୁ ନେଇ ସ୍ତ୍ରୀ ରାଗିଯାଇ ବେଦୀ ଉପରୁ ସ୍ୱାମୀକୁ ଘୋଷାରି ପକାଇଛି । ସ୍ତ୍ରୀ ଜଣକ ପୋଲିସ ପାଖରେ ଅନେକ ଗୁହାରି କରିଥିଲେ ଏବଂ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ମଧ୍ୟ କହିଥିଲେ ।

ତଥାପି ତାଙ୍କ କଥା କେହିବି ଶୁଣି ନଥିଲେ । ଆଉ ଶେଷରେ ସ୍ୱାମୀ ଯେଉଁଠି ଦ୍ୱିତୀୟ ବିବାହ କରିଥିଲା ସେହି ସ୍ଥାନରେ ବିବାହ ମଣ୍ଡପରେ ସ୍ତ୍ରୀ ପହଞ୍ଚି ଯାଇଛି । ଆଜ୍ଞା ହଁ ! ନିଜ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିଲା । ଆଉ ସେହି ସ୍ଥାନରେ ପ୍ରଥମ ସ୍ତ୍ରୀ ପହଞ୍ଚି ଯାଇଥିଲା । ଆଉ ତାପରେ ଯାହା ଘଟିଲା ତାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସାତ ବର୍ଷର ବୈବାହିକ ସମ୍ପର୍କକୁ ସ୍ୱାମୀ ଖାତିର କରିନାହିଁ । ଏପଟେ ଲୁଚି ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଦୌଡ଼ି ଆସିଛି । ବିବାହ ହେଉଥିବା ସ୍ଥାନରେ ପ୍ରଥମ ସ୍ତ୍ରୀ ପହଞ୍ଚି ଯାଇଛି । ସୂଚନା ଅନୁଯାୟୀ ବୁର୍ଲା ବସନ୍ତବିହାର ଅଞ୍ଚଳର ପ୍ରିୟମ୍ବଦା ବାଗ ୨୦୧୫ ମସିହାରେ ରାଉରକେଲା ନିବାସୀ ଓଁପ୍ରକାଶ ହରିପାଲଙ୍କୁ ବିବାହ କରିଥିଲେ ।

ବିବାହକୁ ସାତ ବର୍ଷ ବିତି ଗଲାଣି । କିନ୍ତୁ ବିବାହର ମାତ୍ର ଗୋଟିଏ ବର୍ଷ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବାରୁ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଆଉ ତାପରେ ସ୍ୱାମୀ ସ୍ତ୍ରୀ ପରସ୍ପର ଠାରୁ ଅଲଗା ରହୁଥିଲେ । ଏହି ଘଟଣାକୁ ନେଇ ମହିଳା ଜଣକ ମହିଳା ଥାନା , ବୁର୍ଲା ଥାନା ଏବଂ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଯେତେବେଳେ ମହିଳା ଜଣକ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ , ସେତେବେଳେ ସେ ଥାନାକୁ ଦୌଡ଼ିଥିଲେ । ଏମିତିକି ଏସପିଙ୍କ ଅଫିସକୁ ମଧ୍ୟ ଦୌଡ଼ିଥିଲେ । କିନ୍ତୁ ତାଙ୍କ କଥା କୁଆଡ଼େ କେହିବି ଶୁଣି ନଥିଲେ । ଯେଉଁ କାରଣରୁ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ସ୍ଥାନରେ ପ୍ରଥମ ସ୍ତ୍ରୀ ପହଞ୍ଚି ଯାଇଛି ।

ଯେଉଁ କାରଣରୁ ଏଭଳି ଗଣ୍ଡଗୋଳ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ର ସାଲେପାଲିରେ ହେଉଥିବା ଦ୍ୱିତୀୟ ବିବାହର ମଣ୍ଡପରେ ପ୍ରଥମ ସ୍ତ୍ରୀ ପହଞ୍ଚି ଯାଇଥିଲା । ବିବାହ ଚାଲିଥିବା ସମୟରେ ହିଁ ପ୍ରଥମ ସ୍ତ୍ରୀ ପହଞ୍ଚି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ମିଛ ଛାଡ଼ପତ୍ର କାଗଜ ଦେଖାଇଥିବା ଏପଟେ ପ୍ରଥମ ସ୍ତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *