ସମୟ କେତେବେଳେ ବଦଳି ଯିବ , ସେ କଥା କିଏ ବା ଜାଣିଛି । ଆଜି ମଣିଷ ଖୁସିରେ ଅଛି ତ କାଲି କଷ୍ଟରେ ରହିଥାଏ । କାହା ଜୀବନରେ କେତେବେଳେ ଝଡ ଆସିବ , କାହାକୁ ଜଣା ନଥାଏ । ବାପା ମାଆ ନଥିବା ପିଲା ମାନଙ୍କର ଦୁଃଖ କିଏ ବି ଜାଣି ପାରିବେ ନାହିଁ , ସେ କଥା ହିଁ କେବଳ ସେ ପିଲା ହିଁ ବୁଝିପାରିବ । ତେବେ ଏପରି କିଛି ଝଡ ବର୍ତ୍ତମାନ ସେହି ଚାରି ଚାରୋଟି ଛୁଆ ମାନଙ୍କ ଜୀବନରେ ସୃଷ୍ଟି ହୋଇଛି , ଯେଉଁ ମାନଙ୍କର ବାପା ମାଆ ତାଙ୍କ ପାଖରେ ନାହାଁନ୍ତି ।
ଆଉ ପରିଣତ ବୟସରେ ବୁଢ଼ୀ ମାଆ ଭିକ ମାଗି ସେମାନଙ୍କ ପେଟ ପୋଷିବାରେ ଲାଗିଛି । ତେବେ ଏପରି ଏକ ଦୁଃ-ଖମୟ ଘ-ଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହୁଖଳୀ ଗ୍ରାମରେ । ଏହି ଗାଆଁରେ ନନ୍ଦ ମୁଣ୍ଡାଙ୍କ ପରିବାର କହିଲେ ମାଆ ନିରାଶ , ସ୍ତ୍ରୀ ପୂର୍ଣ୍ଣନ୍ଦୁ ଆଉ ଚାରି ପିଲା ରହୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ଚାରି ପିଲା ଥାଉ ଥାଉ ନନ୍ଦଙ୍କ ସ୍ତ୍ରୀ ଆଉ ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡି ପ୍ରେମିକ ସହିତ ଫେ-ରାର ହୋଇ ଯାଇଥିଲେ । ନିଜ ପିଲା କି ପରିବାର କଥା ଭାବି ନଥିଲେ । ଆଉ ଏପଟେ ସ୍ତ୍ରୀଙ୍କୁ ଝୁରି ଝୁରି ନନ୍ଦ ମଧ୍ୟ କୁଆଡେ ପଳାଇ ଯାଇଥିଲେ ।
ଆଜି ପର୍ଯ୍ୟନ୍ତ ଯେତେ ଖୋଜାଖୋଜି କରିବା ପରେ ମଧ୍ୟ ନନ୍ଦଙ୍କ ଖୋଜ ଖବର ମିଳୁ ନାହିଁ । ତେବେ ଏପଟେ ବୁଢ଼ୀ ଜେଜେ ମାଆ ପରିବାର ଚଳାଇବା ପାଇଁ କଣ କରିବେ ଭାବି ପାରି ନଥିଲେ ଆଉ ଚାରି ପିଲାଙ୍କ ପେଟ ପୋଷିବା ପାଇଁ ଭିକ ମାଗିବା ଆରମ୍ଭ କରିଥିଲେ । ଭିକ ମାଗି ମାଗି ସେ ତାଙ୍କ ପରିବାର ପୋଷିଥାନ୍ତି । ଘରେ ଚାରି ପିଲାକୁ ନେଇ ଅନ୍ଧାରରେ ରହୁଛନ୍ତି । ନା ମୁଣ୍ଡ ଉପରେ ଭଲ ଛାତ ଅଛି ନା ସାହାରା ଦେବା ପାଇଁ ଆଉ କିଏ ଅଛି । ଏହା ଭିତରେ ଦୁଃ-ଖରେ ପରିବାର କଟୁଛି । ହାତୀ ଆସି ତାଙ୍କ ଘର ଭାଙ୍ଗି ମଧ୍ୟ ଦେଉଛି ।
ତେଣୁ ଏତେ ଭୟ ଭିତରେ ପୁରା ପରିବାର ରହୁଛି । ପିଲା ମାନେ ପାଠ ପଢିବା ପାଇଁ ଯିବାକୁ ଇଚ୍ଛା ରଖିଥିଲେ ମଧ୍ୟ ପରିବାରର ଅସୁବିଧା ପାଇଁ ପାଠ ପଢିବାକୁ ଯାଇ ପାରୁ ନାହାଁନ୍ତି । ବାପା ମାଆଙ୍କୁ ପାଖରେ ନ ପାଇ ଛୋଟ ପିଲା ଗୁଡିକ ଅତ୍ୟନ୍ତ କଷ୍ଟ ପାଉଛନ୍ତି । ପ୍ରେମ ପାଇଁ ମାଆ ପିଲା ମାନଙ୍କୁ ଛାଡି ପଳାଇଲା ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ଗ୍ରାମ ବାସି ଏବଂ ନିରାଶ ମଧ୍ୟ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି । ଯାହା ଦ୍ଵାରା ସେମାନେ ଟିକିଏ ଶାନ୍ତିରେ ବଞ୍ଚି ପାରିବେ ଆଉ ପିଲାମାନେ ପାଠ ପଢ଼ି ପାରିବେ ।