ତମେ କିପରି ବାପା, ମତେ ବାହା କରି ବୋହୁ ଆଣିଲ ହେଲେ ନିଜେ ଧରିକି ଶୋଇଲା…

ଶଶୁର ଆଉ ବୋହୂର ସମ୍ପର୍କ ଦୁନିଆଁର ସବୁଠାରୁ ପବିତ୍ର ସମ୍ପର୍କ ହୋଇଥାଏ । ଝିଅଟିଏ ନିଜ ବାପା ମାଆଙ୍କୁ ଛାଡି ଆସିବା ପରେ ଶାଶୁ ଘରେ ସେ ଶଶୁର ରୂପରେ ବାପାଙ୍କୁ ପାଇଥାଏ । ଆଉ ସେ ନିଜର ସୁନାର ସଂସାର ଗଢ଼ିବା ଆରମ୍ଭ କରିଥାଏ । କିନ୍ତୁ ଏ ଦୁନିଆଁ ଏମିତି ପାଲଟି ଯାଇଛି , ସମସ୍ତେ ଏଠାରେ ସାଜି ଯାଉଛନ୍ତି ରାକ୍ଷସ ।

କାହିଁକି ନା ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଚମକେଇ ଦେଇପାରେ । ଶଶୁର ନିଜ ବୋହୂ ସହିତ ହୋଇଛନ୍ତି ଫେରାର । କେବଳ ଏତିକି ନୁହେଁ ସାଙ୍ଗରେ ନେଇ ଯାଇଛନ୍ତି ବୋହୂର ଛୋଟ ଝିଅକୁ ମଧ୍ୟ ।

ଏପରି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରପୁର ଥାନା ସଲିନା ଗାଆଁରେ । ଏହି ଗାଆଁର ସଞ୍ଜୟ ମୁଣ୍ଡା ନିଜ ସ୍ତ୍ରୀ ଆଉ ବାପାଙ୍କ ପାଇଁ ଜୀବନ ହାରି ଦେଇଛନ୍ତି । ସଞ୍ଜୟ ନିଜ ପରିବାର ସହିତ ଏକାଠି ରହୁଥିଲେ ଅର୍ଥାତ୍ ତାଙ୍କ ସହିତ ତାଙ୍କ ସ୍ତ୍ରୀ ଏବଂ ତିନି ମାସର ଝିଅ ରହୁଥିଲେ । କିନ୍ତୁ ଏହା ମଧ୍ୟରେ ସଞ୍ଜୟଙ୍କ ମାଆଙ୍କର ମୃତ୍ୟୁ ଯୋଗୁଁ ତାଙ୍କ ବାପା ମଧ୍ୟ ଆସି ଏକାଠି ରହୁଥିଲେ । ଆଉ ଏହା ମଧ୍ୟରେ ଶଶୁର ବୋହୂ ଅତି ନିକଟତର ହେବାକୁ ଲାଗିଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ଦୁହେଁ ସାରା ଜୀବନ ଏକାଠି ରହିବେ ବୋଲି ସ୍ବପ୍ନ ଦେଖିଥିଲେ । ଏହାପରେ ଶଶୁର ବୋହୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ଘରୁ ପଳାଇ ଯିବା ପାଇଁ ଧାର୍ଯ୍ୟ କରିଥିଲେ । ଆଉ ଦିନେ ରାତିରେ ଶଶୁର ବୋହୂ ଆଉ ସଞ୍ଜୟଙ୍କ ତିନି ମାସର କୁନି ଝିଅକୁ ନେଇ ସେମାନେ ପଳାଇ ଯାଇଥିଲେ । ସଞ୍ଜୟ ଏହାପରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଫଳ କିଛି ପାଇ ନଥିଲେ । ଶେଷରେ ନିରାଶ ହୋଇ ପଡ଼ିଥିଲେ ସଞ୍ଜୟ । ଆଉ ନିଜ ମାନସିକ ଭାରସାମ୍ୟ ହରାଇ ଦେଇଥିଲେ । ଆଉ ଗାଁରେ ଏକୁଟିଆ ପାଗଳ ହୋଇ ବୁଲିବାକୁ ଲାଗିଥିଲେ ।

ସେପଟେ ତାଙ୍କ ବାପା ଆଉ ସ୍ତ୍ରୀ ନିଜ ଖୁସିର ସଂସାର ଗଢ଼ିବାକୁ ଲାଗିଥିଲେ । ଟିକିଏ ମଧ୍ୟ ସଞ୍ଜୟଙ୍କ କଥା ଚିନ୍ତା କରିନଥିଲେ । କିନ୍ତୁ ଶେଷରେ ସବୁକିଛି ସରି ଯାଇଥିଲା । ଗତକାଲି ସଞ୍ଜୟ ଜୀବନ ହରାଇବାକୁ ବାଧ୍ୟ ହୋଇଥିଲେ । ଗତକାଲି ତାଙ୍କ ମୃତଦେହ ଜଙ୍ଗଲ ମଧ୍ୟରେ ରହିଥିବା ଏକ ନାଳରୁ ଉଦ୍ଧାର କରା ଯାଇଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ପଠା ଯାଇଥିଲା । ଏହା ପରେ ଗାଆଁ ଲୋକ ମାନେ ତାଙ୍କ ମୃତ ଦେହକୁ ସହରରେ ରହିଥିବା ଏକ ମଶାଣିରେ ଅନ୍ତିମ ସଂସ୍କାର ସମ୍ପନ୍ନ କରିଥିଲେ।

Leave a Reply

Your email address will not be published. Required fields are marked *