ଦଳର ସୁପ୍ରିମ ଶ୍ରୀମୟୀଙ୍କୁ ଦେଲେ ବଡ଼ ଦାୟିତ୍ୱ, ଷ୍ଟାର ପ୍ରଚାରକ ହୋଇ ଦଳକୁ ଜିତାଇବେ ଶ୍ରୀମୟୀ।

ନିର୍ବାଚନ ପୂର୍ବରୁ ବିଜେଡିର ସବୁ ବୈଠକରେ ଦେଖିବାକୁ ମିଳିଥିଲା ଶ୍ରୀମୟୀ ମିଶ୍ରଙ୍କୁ। ସେ ସମ୍ମିଳନୀ ହେଉ କିମ୍ବା ଜନ ସେବା ସବୁଥିରେ ବିଜେଡିର ମଙ୍ଗ ଧରିଥିଲେ ଏହି ମ୍ୟାଡାମ। ସେଥିପାଇଁ ନିର୍ବାଚନ ମାହଲରେ ଚର୍ଚ୍ଚା ଜୋର ହେଉଥିଲା ୨୪ ନିର୍ବାଚନରେ ବିଜେଡି ପକ୍ଷରୁ ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ମିଶ୍ର ହେବେ ଲୋକସଭା ସାଂସଦ ପ୍ରାର୍ଥୀ। ସବୁ ଆଶା ଆକାକ୍ଷକୁ ପଛରେ ପକାଇ ଶ୍ରୀମୟୀଙ୍କ ବଦଳରେ ବିଜେଡି ସାଂସଦ ଟିକେଟ ଧରାଇଦେଲା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ନବାଗତ ମନ୍ମଥ ରାଉତରାୟଙ୍କ ହାତରେ।

ଏହା ପରଠାରୁ ଆଉ ବିଜେଡିର ଦେଖିବାକୁ ମିଳିଲାନାହିଁ ଆଶାୟୀ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ। ନାଁ କେଉଁ ଜନସମ୍ମିଳନୀ ନାଁ କେଉଁ ସଭା ସମିତି ଏମିତିକି କୌଣସି ମିଶ୍ରଣ ପର୍ବରେ ବି ମ୍ୟାଡାମଙ୍କର ପଡିଲାନି ପାଦ। ତାପରେ ଏସବୁକୁ ଦେଖି ଚର୍ଚ୍ଚା ହେଲା କୁଆଡେ ଶ୍ରୀମୟୀ ମିଶ୍ର ଦଳ ଛାଡିବେ ଆଉ ଅନ୍ୟ ଦଳରେ ରହି ନିର୍ବାଚନ ଲଢ଼ିବେ। ହେଲେ ସବୁ ପରେ ବୁଜେଡି ପାର୍ଟି ସୁପ୍ରିମକଙ୍କ ନିଷ୍ପତ୍ତି ସମସ୍ତଙ୍କ ଭାବନାରେ ପୁନଛେଦ ପକାଇଦେଇଛି।

ପାର୍ଟି ତରଫରୁ ତାଙ୍କୁ ଦିଆଯାଇଛି ଏକ ଗୁରୁ ଦାୟିତ୍ୱ। ଅନ୍ୟ କେଉଁ ପାର୍ଟି ପାଇଁ ନୁହେଁ ବରଂ ସେ ବିଜେଡିରେ ରହି ପାର୍ଟି ପାଇଁ କରିବେ ପ୍ରଚାର। ମୁଖ୍ୟ ପ୍ରଚାରିକା ଭାବେ ସେ ନେବେ ସମସ୍ତ ଦାୟିତ୍ୱ। ଏହି ଷ୍ଟାର ପ୍ରଚାରରେ ସାମିଲ ହେବେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ପରି ବଡ଼ ବଡ଼ ନେତାମାନେ।

ତେବେ ଶ୍ରୀମୟୀଙ୍କ ହାତରେ ପ୍ରଚାରର ମଙ୍ଗ ଧରି ଦେଇ ବିଜେଡି ଲଦି ଦେଇଛି ଗୁରୁ ଦାୟିତ୍ୱ। ପାର୍ଟିର ପ୍ରଚାର ପ୍ରସାରରେ ମ୍ୟାଡାମଙ୍କର ରହିବ ବୋହୁ ଭୂମିକା। ତାଙ୍କ ଉପରେ ସେ କାମ କରିବେ ଅନ୍ୟ ବିଜେଡି କର୍ମୀମାନେ। ଏମିତି କିଛି ଗୁରୁ ଦାୟିତ୍ୱ ଦେଇ ବିଜେଡି ସୁପ୍ରିମ ନବୀନ ପଟନାୟକ ଶ୍ରୀମୟୀଙ୍କ ଉପରେ ରଖିଛନ୍ତି ବହୁତ ଆଶା ଆଉ ଭରସା।।ଷ୍ଟାର ପ୍ରଚାର କରି ଶ୍ରୀମୟୀ ପିନ୍ଧାଇଦେବେ ବିଜେଡିକୁ ବିଜୟର ଟୀକା ବୋଲି ସବୁ ଆଡେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *