ଅନୁଭବ କହିଲେ ରାଣୀ ତୁମେ ଭଲ ସ୍ତ୍ରୀ ହେବ,ରାଣୀ କହିଲେ ଧନ ଆଇ ଲଭ ୟୁ ।

ଶେଷରେ ରାଣୀ ପଣ୍ଡାଙ୍କ ମନକୁ ଖୁସୀ କରିଦେଲେ ଅନୁଭବ ମହାନ୍ତି । ଅନେକ ଚର୍ଚ୍ଚା ପରେ ରାଣୀ ପଣ୍ଡାଙ୍କୁ ନେଇ ମୁହଁ ଖୋଲିଲେ ରାଣୀଙ୍କ ଡ୍ରିମ ବୟ ଅନୁଭବ ମହାନ୍ତି । ଆଉ ରାଣୀଙ୍କୁ ଏଭଳି କିଛି କହିଲେ ଯାହା ଶୁଣିବା ପରେ ଲୋକେ କହୁଛନ୍ତି କି ରାଣୀ ପଣ୍ଡା କୁଆଡେ ରାତିରେ ସୋଇ ପାରୁ ନଥିବେ କି ଦିନରେ ଖାଇ ପାରୁ ନଥିବେ।

ଏବେ ତ ଯେଉଁଠି ବସୁଥିବେ କେବଳ ଆଉ କେବଳ ଅନୁଭବ ମହାନ୍ତିଙ୍କ କଥା ହିଁ ତାଙ୍କର ମନେ ପଡୁଥିବ । କାରଣ ଯେଉଁ ଅନୁଭବ ମହାନ୍ତିଙ୍କୁ ବିବାହ କରିବାକୁ ରାଣୀ ପଣ୍ଡା କହିବା ପରେ ରାଣୀ ପଣ୍ଡା ଆଉ ଅନୁଭବ ମହାନ୍ତିଙ୍କ ଯୋଡିକୁ ନେଇ ବେଶ ଚର୍ଚ୍ଚା ହେଉଥିଲା ସାରା ଓଡିଶା ଏହି ଘଟଣାକୁ ନେଇ ଦୋହଲି ଯାଇଥିଲା । ଏବେ ସେହି ଅନୁଭବ ମହାନ୍ତି ନିଜେ ଭିଡିଓ ଜାରି କରି ରାଣୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ନିହାତି ଭାବେ ମନେ ଥିବ କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜ ଜନ୍ମ ଦିନରେ କହିଥିଲେ କି ମୁଁ ମୋ ଜନ୍ମ ଦିନ ଏହି ବର୍ଷ ପାଳନ କରିବି ନାହିଁ। ମୁଁ ସେବେ ମୋ ଜନ୍ମ ଦିନ ପାଳନ କରିବି ଯେବେ ମୋର ଡିଭୋର୍ସ ହେବ। କାରଣ ଯେଉଁ ଦିନ ଅନୁଭବ ମହାନ୍ତିଙ୍କର ଡିଭୋର୍ସ ହେବ ସେହି ଦିନ ସେ କୁଆଡେ ପୁନ ଜନ୍ମ ନେବେ ବୋଲି କହିଥିଲେ । ଏହି ଭିଡ଼ିଓକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଲା ।

ଆଉ ଏହି ଭିଡିଓ ଅନୁଭବ ମହାନ୍ତି ଜାରି କରିବା ପରେ । ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ଅନୁଭବ ମହାନ୍ତିଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ ଏକ ଭିଡିଓ ଜାରି କଲେ । ଯେଉଁଥିରେ ଅନୁଭବଙ୍କ ଜନ୍ମ ଦିନରେ ରାଣୀ ଶୁଭେଚ୍ଛା ଜଣାଇବା ସହିତ ରାଣୀ ପଣ୍ଡା କହିଥିଲେ କି ତୁମ ଡିଭୋର୍ସ ହେଲେ ଅନୁଭବ ତୁମେ ମତେ କହିବ ମୁଁ ତୁମକୁ ବିବାହ କରିବି । ଆଉ ମୁଁ ତୁମକୁ ବିବାହ କରିବା ପରେ ତୁମେ ବିବାଦରୁ ଏକ ଦମ ମୁକ୍ତ ହୋଇଯିବ ।

ରାଣୀ ପଣ୍ଡା ଏହା କହିବା ପରେ ସାରା ଓଡ଼ିଶାର ଲୋକଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା କି ସତରେ କଣ ଅନୁଭବ ମହାନ୍ତିଙ୍କୁ ରାଣୀ ପଣ୍ଡା ବିବାହ କରିବେ । ଏନେଇ ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମୁହଁ ଖୋଲି କହିଛନ୍ତି କି ରାଣୀ ତୁମେ ବହୁତ ଭଲ ମଣିଷ । ତୁମେ କେବଳ ଜଣେ ଭଲ ସ୍ତ୍ରୀ ନୁହେଁ ତୁମେ ଜଣେ ଭଲ ବୋହୁ ହୋଇ ପାରିବ । ସେ ଦକ୍ଷତା ତୁମ ଭିତରେ ଅଛି । ମୋର ସମୟ ଅଭାବରୁ ମୁଁ ତୁମକୁ କେବେ ଦେଖା କରି ପାରି ନାହିଁ। ଯଦି ସମୟ ମିଳେ ମୁଁ ତୁମକୁ ନିହାତି ଭାବେ ଦେଖା କରିବି । ତୁମେ ଗରିବଙ୍କ ପାଇଁ ଦେବତା । ତୁମେ ନିଜ ପାରିଶ୍ରମିକରୁ ଲୋକଙ୍କୁ ସାହାଯ୍ୟ କରୁଛ । ତୁମେ ବହୁତ ଭଲ । ଭଗବାନ ତୁମର ମଙ୍ଗଳ କରନ୍ତୁ।

ରାଣୀ ପଣ୍ଡାଙ୍କୁ ନେଇ ଅନୁଭବ ମହାନ୍ତି ଏପରି କହିବା ପରେ । ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କ ଏହି ଭିଡିଓ ଇଂଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କି ଧନ ଆଇ ଲଭ ୟୁ । ଆଉ ଯାହାକୁ ଦେଖି ଓଡିଶା ବାସୀ ଆସ୍ଟର୍ଯ୍ୟ ହୋଇ ଯାଇଛନ୍ତି । କେହି କେହି କହୁଛନ୍ତି କି ଅନୁଭବ ସାପ ମାରିଲେ ନାହିଁ କି ବାଡ଼ି ଭାଙ୍ଗିଲେ ନାହିଁ। ଆଉ କେହି କେହି କହୁଛନ୍ତି କି ଅନୁଭବ ମହାନ୍ତି କଣ ରାଣୀଙ୍କୁ ଦେଲେ କି ଗ୍ରୀନ ସିଗନାଲ। ତେବେ ସେ ଯାହାବି କିଛି ହେଉ ଏବେ ସମୟ କହିବ ଆଗକୁ କଣ ହେବ

Leave a Reply

Your email address will not be published. Required fields are marked *