ଭଗବାନଙ୍କ ଅଲୌକିକତା , ମନ୍ଦିରରେ ବସୁ ବସୁ ହଠାତ୍ ସୁସ୍ଥ ହୋଇଗଲା ପାଗଳ

କୁହାଯାଏ ଭଗବାନଙ୍କ ବିନା ଅନୁମତିରେ ଗଛରୁ ପତ୍ରଟିଏ ମଧ୍ୟ ହଲେ ନାହିଁ । ଭଗବାନ ହିଁ ସବୁକିଛି , ସେ ହିଁ ହର୍ତା କର୍ତ୍ତା । ଭଗବାନଙ୍କ ଇଶାରାରେ ଏ ପୃଥିବୀ ଚାଲିଛି ଆଉ ସବୁକିଛି ହେଉଛି । ତେବେ ଅନେକ ମଣିଷ ଏ ଦୁନିଆଁରେ ଅଛନ୍ତି , ଯେଉଁ ମାନେ ଭଗବାନ ଏ ଦୁନିଆଁରେ ଅଛନ୍ତି ବୋଲି ବିଶ୍ୱାସ କରନ୍ତି ନାହିଁ । ଆଉ ସେମାନେ ନିଜର ଏକ ଦୁନିଆଁ ତିଆରି କରି ଦେଇଥାନ୍ତି , ଯେଉଁଠି ଭଗବାନଙ୍କ ପାଇଁ ଆଦୌ ଜାଗା ନଥାଏ । ତେବେ ଅନ୍ୟ ପକ୍ଷରେ ସମସ୍ତ ମଣିଷ ଭଗବାନଙ୍କ ବିନା ଅନୁମତିରେ କାମଟିଏ ମଧ୍ୟ କରନ୍ତି ନାହିଁ । ତେଣୁ ସେ ହିଁ ସବୁକିଛି ।

ବେଳେ ବେଳେ ଏ ଦୁନିଆଁରେ ଏପରି ଏକ ଚମତ୍କାର ଦେଖିବାକୁ ମିଳିଥାଏ , ଯାହା ଆଶ୍ଚର୍ଯ୍ୟ କରି ଦେଇଥାଏ । ତେବେ ଏପରି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି , ଯାହାକୁ ଦେଖିବା ପରେ ସମସ୍ତେ ଭାବ ବିହ୍ବଳ ହୋଇ ଯାଇଛନ୍ତି । ଆଉ ଏହା କେବଳ ଭଗବାନଙ୍କ କୃପା ବୋଲି କହୁଛନ୍ତି । ଜଣେ ପାଗଳ ମଣିଷ ହଠାତ୍ କିପରି ଭଲ ହୋଇଗଲା , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଉ ସମସ୍ତେ କହୁଛନ୍ତି ଏହା ସେହି ଭଗବାନଙ୍କର କୃପା । ତାଙ୍କ ବିନା କିଛି ସମ୍ଭବ ନୁହେଁ । ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମୈତାପୁର ଅଞ୍ଚଳରେ ।

ତେବେ ଏହି ଅଞ୍ଚଳରେ ଥିବା ଏକ ଲୋକେଶ୍ୱର ଏବଂ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗୋଟିଏ ପାଗଳ ଲୋକଙ୍କୁ ଗାଆଁ ଲୋକ ରଖି ଦେଇଥିଲେ । ପାଗଳଟି ଦୁଇ ମାସ ହେବ ଗାଁକୁ ଆସି ଯାଇଥିଲା । ଆଉ ଲଙ୍ଗଳା ହୋଇ ଗାଆଁ ଯାକ ବୁଲିବାରେ ଲାଗିଥିଲା । କେବଳ ଏତିକି ନୁହେଁ , ପାଗଳ ଦୋକାନରୁ ଚୋରି କରିବା ସହିତ ଗାଆଁ ଲୋକଙ୍କୁ ଟେକା ପଥର ମଧ୍ୟ ମାରିବାରେ ଲାଗିଥିଲା । ତେବେ ଏଥିପାଇଁ ତାଙ୍କୁ ମନ୍ଦିରରେ ରଖା ଯାଇଥିଲା ଆଉ ନିକଟସ୍ଥ ଗାଆଁର ଜଣେ ବ୍ୟକ୍ତି ତାଙ୍କୁ ଖାଇବାକୁ ଦେଉଥିଲେ । ତେବେ ହଠାତ୍ ଗତ ଦୁଇ ଦିନ ହେବ ତାଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ବ୍ୟକ୍ତି ଜଣକ ସାଧାରଣ ମଣିଷ ଭଳି କଥା କହିବା ସହିତ ନିଜ ଗାଆଁ ଆଉ ନାମ ମଧ୍ୟ କହିବାକୁ ଲାଗିଥିଲେ । ବ୍ୟକ୍ତି ଜଣକ ନିଜ ନାମ ହେମ ବୋରାହ କହିବା ସହିତ ନିଜ ଘର ଆସାମ ବୋଲି କହିଥିଲେ । ଆଉ ଏଠାକୁ କିପରି ଆସିଲେ , ସେ କଥା ଜାଣି ନାହାଁନ୍ତି ବୋଲି କହିଥିଲେ । ତେବେ ଏହାପରେ ଗାଆଁ ଲୋକ ମାନେ ଆସାମରେ ରହୁଥିବା ଓଡ଼ିଆ ଯୁବକଙ୍କୁ ଫୋନ୍ କରି ବ୍ୟକ୍ତିଙ୍କର ପୁଅଙ୍କ ସହିତ ଭିଡିଓ କଲ୍ କରାଇ ଦେଇଥିଲେ ଆଉ ତାପରେ ତାଙ୍କ ପୁଅ ଆସି ତାଙ୍କୁ ନେଇ ଯିବେ ବୋଲି ମଧ୍ୟ କହିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ହଠାତ୍ ଜଣେ ବ୍ୟକ୍ତି ମନ୍ଦିରରେ ବସୁ ବସୁ କିପରି ପରିବର୍ତ୍ତନ ହୋଇଗଲା । ବର୍ତ୍ତମାନ ଲୋକ ମାନେ ଅତ୍ୟନ୍ତ ଭାବ ବିହ୍ବଳ ହୋଇ ଭଗବାନଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି । ତାଙ୍କ କୃପାରୁ ସବୁ ସମ୍ଭବ ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *