ମେଡ଼ିକାଲ ବେଡ଼ରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ସ୍ୱାମୀ । ଆଉ ଏପଟେ ସ୍ତ୍ରୀ ପ୍ରେମିକ ସାଥିରେ ହୋଇଯାଇଥିଲେ ଛୁ । ଗୋଟେ ପଟେ ସ୍ୱାମୀ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ସ୍ତ୍ରୀ ମନ୍ଦିରରେ ପ୍ରେମିକ ବେକରେ ଫୁଲ ମାଳ ପିନ୍ଧାଇ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ସ୍ୱପ୍ନ ଦେଖୁଥିଲେ । ହେଲେ ଏତିକି ବେଳେ ସ୍ୱାମୀ ମେଡ଼ିକାଲ ବେଡ଼ରୁ ସ୍ତ୍ରୀଙ୍କ ପାଖକୁ ଫୋନ କରିଥିଲେ ଆଉ ଫୋନ କରି କହିଥିଲେ ମୁଁ ତୁମ ବିନା ଆଦୌ ବଞ୍ଚି ପାରିବି ନାହିଁ ।
ତୁମେ ଫେରି ଆସ ତୁମ ବିନା ମୋ ଜୀବନ ରହିବ ନାହିଁ । ମୁଁ ତୁମକୁ ଖୁବ ଭଲ ପାଏ । ମୋ ନିଜ ଜୀବନ ଠୁ ବି ଅଧିକ ମୁଁ ତୁମକୁ ଭଲ ପାଏ । ଫେରି ଆସ ମୋ ପାଖକୁ । ମୁଁ ଏ ମେଡ଼ିକାଲ ବେଡ଼ରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଛି । ଏମିତି କିଛି କହି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ସ୍ୱାମୀ ପ୍ରେମିକ ସହିତ ଫେରାର ହୋଇଯାଇଥିବା ସ୍ତ୍ରୀ ପାଖକୁ କଲ କରିଥିଲେ ।
ଆଉ ଏହା ପରେ ପତ୍ନୀଙ୍କୁ ନିଜ ଦୁଃଖ ବିଷୟରେ ଜଣାଇ ଥିଲେ । ଦୁଃଖରେ କହିଥିଲେ କି ତୁମେ ଜାଣିଛ ମୁଁ ତୁମକୁ କେତେ ଭଲ ପାଏ । ଆଉ ତୁମେ ମତେ କିପରି ଏ ସମୟରେ ଛାଡି କେଉଁ ଆଡେ ଚାଲିଗଲ । ତୁମ ବିନା କଣ ମୁଁ ବଞ୍ଚି ପାରିବି ଏତିକି କହିବା ପରେ ପ୍ରେମିକକୁ ଫୁଲ ମାଳ ପିନ୍ଧାଇ ସାରିଥିବା ସ୍ତ୍ରୀର ମନ ପୁଣିଥରେ ପରିବର୍ତ୍ତନ ହୋଇଯାଇଥିଲା । ଆଉ ପ୍ରେମିକକୁ ସରି କହି ପ୍ରେମିକ ପାଖକୁ ସିଧା ଧାଇଁ ଆସିଥିଲେ ସ୍ତ୍ରୀ ।
ସ୍ତ୍ରୀଙ୍କୁ ଦେଖି ସ୍ୱାମୀଙ୍କର ଅଧା କଷ୍ଟ ଦୂର ହୋଇଯିବା ସହିତ ସ୍ତ୍ରୀ ଙ୍କୁ କହିଥିଲେ ତୁମେ ମତେ ଛାଡି କେଉଁଭଳି ଭାବେ ଚାଲିଗଲ । ଏଥର ଆଉ ତୁମକୁ ଛାଡି କେଉଁ ଆଡେ ଯିବି ନାହିଁ ବୋଲି କହିଥିଲେ ପତ୍ନୀ । ଏହା ପରେ ପ୍ରେକିକ କମଲକାନ୍ତକୁ କହିଥିଲେ ମୁଁ ତୁମକୁ ଫୁଲ ମାଳ ପକାଇ ପୁଣିଥରେ ସ୍ୱାମୀଙ୍କ ପାଖକୁ ଚାଲି ଆସିଥିଲି ତୁମେ ମତେ କ୍ଷମା କରିଦେବ । ହେଲେ ମୁଁ କଣ କରିଥାନ୍ତି ଯେଉଁ ସ୍ୱାମୀ ମୋ ଉପରେ ରାଗୁଥିଲା ଆଉ ଅଭିମାନ କରୁଥିଲା ସେ ଏବେ ମତେ ଫୋନ କରି ତାଙ୍କ ପାଖକୁ ଫେରି ଆସିବାକୁ ବାଧ୍ୟ କରୁଛନ୍ତି
ମୋ ବିନା ସେ ବଞ୍ଚି ପାରିବେନି ବୋଲି କହୁଛନ୍ତି । ମୋ ଜାଗାରେ ତୁମେ ଯଦି ଥାନ୍ତ କମଳା କାନ୍ତ ତୁମେ କଣ କରିଥାନ୍ତ କହିଲ । ସ୍ୱାମୀକୁ ଛାଡି ଆସି ମୁଁ ତୁମ ବେକରେ ଫୁଲ ମାଳ ପକାଇ ଥିଲି ଭାବିଥିଲି ମୋ ସ୍ୱାମୀ ତ ମୋ ଉପରେ ସବୁବେଳେ ରାଗୁଛନ୍ତି ବାକି ବଳକା ଜୀବନ ତୁମ ସାଥିରେ କାଟି ଦେବି । ହେଲେ ମୋ ସ୍ୱାମୀ ମତେ ଏତେ ଭଲ ପାଆନ୍ତି ବୋଲି ମୁଁ ଜାଣିନଥିଲି । ସେ ମେଡ଼ିକାଲ ବେଡ଼ରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୁଁ ତୁମ ସହ କିପରି ସୁଖର ସଂସାର କରି ପାରିବି ।
ତୁମେ ମନ ଦୁଖ କରିବନି କମଳାକାନ୍ତ । ମୁଁ ଯାଉଛି ମତେ ପାରିବ ତ କ୍ଷମା କରିଦେବ । ଏମିତି କିଛି କମଳା କାନ୍ତଙ୍କୁ କହି ଚାଲିଗଲେ ଦୀପିକା । ଆଉ ଛଳ ଛଳ ଆଖିରେ ପାଟି ବନ୍ଦ କରି ସେମିତି କାଠ ପରି ଛିଡା ହୋଇ ରହିଥିଲେ କମଳାକାନ୍ତ । ଆଉ ମନେ ମନେ କମଳାକାନ୍ତ ଭାବୁଥିଲେ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରୁ କରୁ ତୁମେ ମତେ ଧୋକା ଦେଇ କେଉଁଭଳି ଚାଲିଗଲ । ମୁଁ ତୁମକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲି ହେଲେ ସେହି ସ୍ୱପ୍ନ ଗୁଡା ସବୁ ପାଣି ଫୋଟକା ଭଳି ମିଳେଇ ଗଲା ।
ଏପଟେ ଦୀପିକା ମନେ ମନେ ନିଜ ଭୁଲ ପାଇଁ ଅନୁତାପ କରୁଛନ୍ତି । ଆଉ କହୁଛନ୍ତି ପ୍ରେମ ଠାରୁ ଖୁବ ବଡ଼ ହୋଇଥାଏ ଦାୟିତ୍ୱ । କଣ ପ୍ରେମ ପାଇଁ ଆମେ ଆମ କର୍ତ୍ତବ୍ୟ ଭୁଲିଯିବା କି ଆଦୌ ନୁହେଁ । ଭୁଲ ଠିକ ହେଉଛି ଜୀବନର ଦୁଇଟି ମୁଦ୍ରା ଭଳି । ଆଉ ମୁ ଭୁଲ କରିଥିଲି ତେଣୁ ମୁଁ ମୋ ଭୁଲ ବୁଝିପାରିଲି । ମୋ ସ୍ୱାମୀ ପାଖକୁ ଫେରି ଆସିଲି । ଏଥର ଆଉ ତାଙ୍କୁ ଛାଡି କୁଆଡେ ବି ଯିବି ନାହିଁ । ମୁଁ ଏବଂ ମୋ ପରିବାର ଲୋକଙ୍କ ସାଥିରେ ଖୁସିର ସଂସାର କରିବି । ମୋ ସ୍ୱାମୀ ମତେ ଭଲ ପାଇବେ ଆଉ ମୁ ମୋ ସ୍ୱାମୀଙ୍କୁ ଭଲ ପାଇବି । ଆମେ ଆଉଥରେ ଆରମ୍ଭ କରିବୁ ଜୀବନର ଆଉ ଏକ ନୂତନ ଅଧ୍ୟାୟ ।