ମିଡ଼ିଆ ସାମ୍ନାରେ ନିଜ ଜୀବନର ଅନୁଭୂତି କହିଲେ ଉଶସି ମିଶ୍ର । ସେ ମଧ୍ୟ କରିଥିଲେ ବିବାହ କିନ୍ତୁ ……..

ଓଲିଉଡ ଅଭିନେତ୍ରୀ ଉଶସି ମିଶ୍ରଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ନିଜ ଫିଲ୍ମ କ୍ୟାରିଅରରେ ସେ ଅନେକ ସଫଳ ଫିଲ୍ମରେ ଅଭିନୟ କରିବା ସହିତ ଅନେକ ନାମ ମଧ୍ୟ କମେଇଛନ୍ତି । ତେବେ ମିଡ଼ିଆ ସାମ୍ନାରେ ସେ ଦେଇଥିବା ଏକ ଇଣ୍ଟରଭିଉ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଠି ତାଙ୍କ କଥାକୁ କିଛି ପସନ୍ଦ କରିଛନ୍ତି ଏବଂ ଆଉ କିଛି ୟୁଜର ପସନ୍ଦ କରି ନାହାଁନ୍ତି । କାରଣ ଏମିତିରେ ଉଶାସି ମିଶ୍ର ଜଣେ ସ୍ପଷ୍ଟଭାଷୀ ଏବଂ ସେ ଯାହା କହନ୍ତି ସାମ୍ନାରେ । ସେ କିଭଳି ଯାତ୍ରା ଜଗତରେ କାମ କରିଥିଲେ ଏବଂ କିଭଳି ତାଙ୍କର ବିବାହ ସମ୍ପର୍କ ଥିଲା ସବୁକିଛି ସେ ସେୟାର କରିଛନ୍ତି ।

ଉଶାସି ମିଶ୍ର ପ୍ରଥମରୁ ଜଣେ ଓଲିଉଡ ଫିଲ୍ମ ଅଭିନେତ୍ରୀ ନଥିଲେ । ବରଂ ସେ ଜଣେ ଯାତ୍ରା କଳାକାର ଥିଲେ । ଦେଖିବାକୁ ମଧ୍ୟ ସେ ଖୁବ ସୁନ୍ଦର । ଯାତ୍ରାରେ ସେ ଜଣେ ଭଲ କଳାକାର ଥିଲେ ମାତ୍ର ନିଜ ଜୀବନରେ ଘଟିଥିବା ଏକ ଦୁର୍ଘ-ଟଣା କାରଣରୁ ଯାତ୍ରା ଉପରୁ ତାଙ୍କର ସେହି ଭଲ ମନୋଭାବ ହଟି ଯାଇଛି । ନିଜର ଖରାପ ଗୁଣକୁ ସେ ସ୍ୱୀକାର କରି ପାରନ୍ତି ଏବଂ ନିଜେ କିଭଳି ଏଭଳି ସ୍ୱାର୍ଥପର ଦୁନିଆ ସହିତ ଚଳି ଆସୁଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି । ତାଙ୍କର କଷ୍ଟ ସମୟରେ ଯାତ୍ରା କଳାକାର ମାନେ ତାଙ୍କ ସାଥ ଦେଇ ନଥିଲେ ।

ଯେଉଁ କାରଣରୁ ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ ସେ ବାପି ପଣ୍ଡାଙ୍କ ବ୍ୟତୀତ ଆଉ କୌଣସି ଯାତ୍ରା କଳାକାରଙ୍କୁ ସମ୍ମାନ ଦିଅନ୍ତି ନାହିଁ । ପୁଣି ଯେତେବେଳେ ଉଶାସିଙ୍କୁ ତାଙ୍କ ନିସଙ୍ଗ ଜୀବନ ବିଷୟରେ ପଚରା ଯାଇଛି , ସେ କହିଛନ୍ତି ଯେ ସେ ସବୁବେଳେ ଏକୁଟିଆ ନଥିଲେ । ସେ ମଧ୍ୟ ବିବାହ କରିଥିଲେ ପୂର୍ବରୁ । ମାତ୍ର ବିବାହର ୨ ବର୍ଷ ପରେ ତାଙ୍କ ସ୍ୱାମୀ ଏବଂ ତାଙ୍କ ମଧ୍ୟରେ ବିବାଦ ହେବାରୁ ଦୁହେଁ ମିଶି ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ । ପୁଣି ୧୦ ବର୍ଷ ପରେ ଯେତେବେଳେ ତାଙ୍କ ସ୍ୱାମୀ ପୁଣି ତାଙ୍କ ସହିତ ରହିବାକୁ କହିଥିଲେ ସେତେବେଳେ ସେ ମନା କରି ଦେଇଥିଲେ । ସେହିଠାରୁ ହିଁ ଉଶାସି ଏକୁଟିଆ ନିଜ ବାପା ମା’ଙ୍କ ସହିତ ରହି ଆସୁଛନ୍ତି ।

ବୋଲିଉଡ଼ରୁ ମଧ୍ୟ କିଛି ପ୍ରୋଜେକ୍ଟରେ କାମ ପାଇଁ ଆସିଥିଲେ ବି ସେ ବଲିଉଡକୁ ଯିବାକୁ ମନ ବଳାଇ ନାହାଁନ୍ତି । ଉଶାସି ଲୋକଙ୍କୁ ମଧ୍ୟ ଖୁବ ସାହାଯ୍ୟ କରନ୍ତି । ଯାହାକି ୨୦୦୩ ପାଖରୁ ତାଙ୍କର NGO କାମ ଏବଂ କରୋନା ସମୟରେ ଲୋକଙ୍କୁ କରିଥିବା ସାହାଯ୍ୟରୁ ଜାଣି ହେଉଛି । ନି-ଶା ଦ୍ରବ୍ଯ ସେ-ବନ ବିଷୟରେ ଉଶାସି ଯାହା କହିଛନ୍ତି ତାହା ବାସ୍ତବରେ ହିଁ ଠିକ । ସେ କହିଛନ୍ତି ଯେ ଭାରତରେ ଅଧିକ ନିଶା ଦ୍ରବ୍ଯ ସେବନ କାରଣରୁ ଲୋକଙ୍କ ମୃ-ତ୍ୟୁ ହେବାର ସବୁଠାରୁ ବଡ଼ କାରଣ ହେଉଛି ନି-ଶା ଦ୍ରବ୍ୟର ସହଜ ଉପଲବ୍ଧତା । ତେବେ ତାଙ୍କ ମତ ଏହା ଯେ ଏହା ଉପରେ ସାମାନ୍ୟ ପ୍ରତିବନ୍ଧକ ହେଲେ ବି ଏଭଳି ମାମ-ଲା କିଛି ମାତ୍ରାରେ କମି ପାରିବ ।

Leave a Reply

Your email address will not be published. Required fields are marked *