ସ୍ୱାମୀ ଥାଉ ଥାଉ ଅନ୍ୟ ପୁରୁଷ ସହିତ ଫୋନରେ ଗପୁଥିଲା ସ୍ତ୍ରୀ । ଆଉ ବର୍ତ୍ତମାନ ଝିଅ ଏବଂ ସ୍ୱାମୀର ଟଙ୍କା ନେଇ ଫେ-ରାର ହେଲା ସ୍ତ୍ରୀ ।

ଏଭଳି ଏକାଧିକ ମାମ-ଲା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ପର-କୀୟା ପ୍ରୀତିର । ନିଜର ସ୍ୱାମୀ ସ୍ତ୍ରୀ ଥାଉ ଥାଉ ପର ପୁରୁଷ ଏବଂ ପର ସ୍ତ୍ରୀ ସହିତ ଲୋକେ ସ-ମ୍ବନ୍ଧ ରଖୁଛନ୍ତି । ଆଉ ତାହାର ଶେଷ ପରିଣତି ହେଉଛି ନିଜ ମ-ର୍ଯ୍ୟାଦା ଏବଂ ସମ୍ମାନକୁ ଭୁଲି ନିଜ ସ୍ୱାମୀ କିମ୍ୱା ସ୍ତ୍ରୀ ଏବଂ ଘର ଛାଡ଼ି ପଳାଇବା । ଆଉ ଏଭଳି ଏକ ଘ-ଟଣା ବର୍ତ୍ତମାନ ବାଳଚନ୍ଦ୍ରପୁର ଚାରିନଙ୍ଗଳ ବାରବାଟୀ ଅଞ୍ଚଳରୁ ଆସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ସ୍ୱାମୀ ଥାଉ ଥାଉ ଜଣେ ମହିଳା ନିଜ ଝିଅକୁ ନେଇ ନିଜର ସ୍ୱାମୀ ଏବଂ ଘର ଛାଡ଼ି ନିଜ ପ୍ରେମିକ ପାଖକୁ ପଳାଇ ଯାଇଛି । ଆଉ ଏହାକୁ ନେଇ ସ୍ୱାମୀ ଥା-ନାରେ ଅଭି-ଯୋଗ କରିଛନ୍ତି ।

ବ୍ୟକ୍ତିଙ୍କ କହିବା ଅନୁଯାୟୀ ସେ ବିବାହ ପରେ ନିଜ ସ୍ତ୍ରୀ ସହିତ ହାଇଦ୍ରାବାଦରେ ରହୁଥିଲେ । ସେଠାରୁ ଫେରି ଉଭୟେ ସ୍ତ୍ରୀର ବାପ ଘରେ ରହୁଥିଲେ । ମାତ୍ର କୌଣସି କାରଣକୁ ନେଇ ସ୍ତ୍ରୀର ବାପ ଘର ଲୋକେ ବ୍ୟକ୍ତିଙ୍କ ନାମରେ ଥା-ନାରେ ମାମ-ଲା ଦେଇଥିଲେ । ଆଉ ସେହିଠାରୁ ସେ ନିଜ ସ୍ତ୍ରୀ ଏବଂ ଝିଅ ସମେତ ନିଜର ବିଧବା ମା’କୁ ନେଇ ନିଜ ଘରକୁ ପଳାଇ ଆସିଥିଲେ ।

କିନ୍ତୁ ତା ପୂର୍ବରୁ ହିଁ ତାଙ୍କ ସ୍ତ୍ରୀ ପର ପୁରୁଷ ସହିତ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲା । ସବୁବେଳେ ଫୋନରେ ଗପିବାରେ ଲାଗୁଥିଲା । ଆଉ ସ୍ୱାମୀ ଯେତେ ବି-ରୋଧ କଲେବି ସୁଦ୍ଧା ମାନି ନଥିଲା । ଶେଷରେ ସ୍ତ୍ରୀ ନିଜ ଝିଅ ଏବଂ ସ୍ୱାମୀର ୭୯ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଛି ।

ସ୍ୱାମୀ ଏହାକୁ ନେଇ ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ ଦେଇଛି । ତାଙ୍କ କହିବା କଥା ଯେ ସେ ତାଙ୍କ ମାଲିକ ଠାରୁ ତାଙ୍କ ଧାର ନେଇଥିଲେ । ଯାହାକୁ ତାଙ୍କ ସ୍ତ୍ରୀ ନେଇ ଯାଇଛି ଏବଂ ତାଙ୍କ ଝିଅକୁ ମଧ୍ୟ ନେଇ ଯାଇଛି । ଏପଟେ ସ୍ତ୍ରୀର ବାପ ଘର ଲୋକଙ୍କୁ ଏବିଷୟରେ ପଚାରିବାରୁ ସେମାନେ ଝିଅ ମରିଲେ କି ବଞ୍ଚିଲେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି କହିଛନ୍ତି । ଏପଟେ ସ୍ୱାମୀ ଥା-ନାରେ ଅଭି-ଯୋଗ ସହିତ ଗଣମାଧ୍ୟମରେ କହିଛି ଯେ ସ୍ତ୍ରୀକୁ ସ୍ମାର୍ଟଫୋନ ଦେଉଥିବା ସ୍ୱାମୀ ହିଁ ଏଭଳି ହଇ-ରାଣ ହୋଇଥାଏ । ଯାହା ଆଜିକାଲିକା ସମୟରେ ଏକ ସାଧାରଣ ଘଟାଣ ପାଲଟି ଗଲାଣି ।

Leave a Reply

Your email address will not be published. Required fields are marked *