ଓଡ଼ିଆ ସିନେମା ଜଗତକୁ ଭାଗ ଭାଗ କରାଯାଉଛି , ଯାହାର କାମ ନାହିଁ ସେ ଏମିତି କରୁଛି – ବବି ମିଶ୍ର

ଥମୁ ନାହିଁ ଓଲିଉଡ଼ କଳି । ଧିରେ ଧିରେ ଏହି କଳି ତୀବ୍ର ରୂପ ଧାରଣ କରୁଥିବାର ଦେଖିବାକୁ ମିଳୁଛି । ଏହାର ଶେଷ ହେବା ଭଳି ମଧ୍ୟ ଜଣା ଯାଉ ନାହିଁ । କାହିଁକି ନା ଜଣଙ୍କ ପରେ ଜଣେ ଏ ବାବଦରେ ମୁଁହ ଖୋଲିବାରେ ଲାଗିଛନ୍ତି । ମନୋଜ ମିଶ୍ର ଏବଂ ଅରିନ୍ଦମ ମଧ୍ୟରେ ଚାଲିଥିବା ଏହି ବିବାଦ ମଧ୍ୟରେ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ମୁଁହ ଖୋଲିବାରେ ଲାଗିଛନ୍ତି । ତେବେ ଅନେକ ଲୋକ କିନ୍ତୁ ମନୋଜ ମିଶ୍ରଙ୍କ ସପକ୍ଷରେ ନଥିବା ଭଳି ଜଣା ପଡ଼ୁଛନ୍ତି । କାହିଁକି ନା ତାଙ୍କର ଏପରି କିଛି କଥା ରହିଛି , ଯାହାକୁ ସମସ୍ତେ ଘୋର ପ୍ରତିବାଦ କରୁଛନ୍ତି ।

ତେବେ ଏହି ବିବାଦ ମଧ୍ୟରେ ବର୍ତ୍ତମାନ ସମୟରେ ମୁଁହ ଖୋଲିଛନ୍ତି ଓଲିଉଡ଼ ସୁପରଷ୍ଟାର ବବି ମିଶ୍ର । ଜଣେ ପାରଙ୍ଗମ ଅଭିନେତା ଭାବରେ ସେ କହିଛନ୍ତି କି , ଓଲିଉଡ଼ ଜଗତ କୁଆଡେ ଯାଉଛି ଜଣା ପଡୁନାହିଁ । କାହିଁକି ନା ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ତାହା ବାସ୍ତବରେ ବିଶ୍ୱାସ କରି ହେଉନାହିଁ କିମ୍ବା ଏହା ସ୍ଵାଗତଯୋଗ୍ୟ ମଧ୍ୟ ନୁହେଁ । ଦେଖାଯାଉଛି କି , ଓଡ଼ିଶାକୁ ଭାଗ ଭାଗ କରାଯାଉଛି ଆଉ ତାହା ପୁଣି ଲୋକ ମାନଙ୍କ କିଛି କଥାରେ । ଲୋକେ ଏମିତି ହିଁ କିଛି କଥା କହୁଛନ୍ତି ।

ଆଉ ଏହି ଭାଗ କିଏ କରୁଛି ତାହାର ଉତ୍ତର ମଧ୍ୟ ସେ ଦେଇଛନ୍ତି । ଏହି ଭାଗ କରିବାକୁ କେହି ବାହାରୁ ଆସି ନାହାଁନ୍ତି । ଭାଗ କରୁଛନ୍ତି ଏହି ଓଡ଼ିଶାର କିଛି ଲୋକ । ଆଉ ବାସ୍ତବରେ ଯାହାର କିଛି କାମ ଧନ୍ଦା ନାହିଁ , ଯେଉଁ ମାନେ କେବଳ ବସୁଛନ୍ତି , ସେମାନେ ହିଁ ଏସବୁ କିଛି କରୁଛନ୍ତି । ପ୍ରକୃତରେ ଓଡ଼ିଶା ଗୋଟିଏ । ଆଜି ବିଶ୍ୱରେ ଓଡ଼ିଶା ହିଁ ପରିଚିତ , ନା କି ଉତ୍ତର ଓଡ଼ିଶା କି ପଶ୍ଚିମ ଓଡ଼ିଶା । ଓଡ଼ିଶାର କଳା ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ଲୋକେ ବାହାରେ ଆଲୋଚନା କରୁଛନ୍ତି । ସେତେବେଳେ କାହିଁ ଓଡ଼ିଶାକୁ ଭାଗ କରି କୁହା ଯାଉ ନାହିଁ ।

ଆମ ଓଡ଼ିଶାର ଭଗବାନ କୁହାଯାଉଛି । ଏମିତି କୁହା ଯାଉନାହିଁ ନି , ସମ୍ବଲପୁରର ସମଲେଶ୍ବରୀ ଆଉ ବାଙ୍କୀର ଚର୍ଚ୍ଚିକା । ଆମର ସିନା ଭାଷା ଅଲଗା ହୋଇପାରେ କିନ୍ତୁ ଆମ ସମସ୍ତେ ଓଡ଼ିଶାବାସୀ । ଆଉ ଭିତରେ ବହୁତ ଏକତା ରହିଛି ଆଉ ଯାହା ପାଇଁ ଆମେ ଆଜି ଗର୍ବିତ । କାହିଁକି ଲୋକେ ଏମିତି କରୁଛନ୍ତି , କାହିଁକି ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି , ତାହା ସେ ଜାଣି ପାରୁ ନାହାଁନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଫିଲ୍ମକୁ ନେଇ ଚାଲିଥିବା ବିବାଦ ବିଷୟରେ ସେ କିଛି ବି କହିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *