ବାକି ଥିଲା ଆଉ ମାତ୍ର କେଇଟା ଦିନର ଆୟୁଷ । ଆଉ ଜାଣି ସାରିଥିଲା ଯେ ସେ ଆଉ ବଞ୍ଚିବନି । କିନ୍ତୁ ନିଜ ସାନ ଭଉଣୀ ପାଇଁ କରିଥିଲା ଅପେକ୍ଷା ।

ନଅ ବର୍ଷର ପିଲା ବେଲି କୂପର ଜୀବନର ଘଟଣା ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । ମା’ ରାଚେଲ ଏବଂ ବାପା ଲିଙ୍କର ବଡ଼ ପୁଅ ଥିଲା ବେଲି । ୭ ବର୍ଷର ରିଲି ବେଲିଙ୍କ ସାନ ଭାଇ ଥିଲେ । ୨୦୧୬ ରେ ଜାଣିବାକୁ ପାଇଲେ ଯେ ବେଲି କ୍ୟାନ୍ସର ପିଡ଼ିତ । ଅର୍ଥାତ ବେଲି ନନ୍ ହଚକିନ୍ସ ଲିମ୍ଫୋମାରେ ପୀଡ଼ିତ ଥିବା ଜଣା ପଡ଼ିଥିଲା । ଯାହାକୁ ନେଇ ପୁରା ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ । ଏହାପରେ ଏହି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା ଆରମ୍ଭ ହୋଇଥିଲା । ୨୦୧୭ ଅଗଷ୍ଟରେ ବେଲିଙ୍କ ବାପା ମା’ଙ୍କୁ ଡାକ୍ତର ଜଣାଇ ଦେଇଥିଲେ ଯେ ବେଲି ଆଉ ବେଶୀ ଦିନ ବଞ୍ଚିବେ ନାହିଁ । କିନ୍ତୁ ଏହା ଶୁଣିବାର କିଛିମାସ ପୂର୍ବରୁ ହିଁ ରାଚେଲ ଗର୍ଭବତୀ ଥିଲେ ଯେଉଙ୍କ କଥାକୁ ସେ ଏହି ଘ-ଟଣା ଜାଣିବା ପରେ ବେଲି ଏବଂ ରିଲିଙ୍କୁ ଜଣାଇ ଥିଲେ ।

ଏହାବ୍ୟତୀତ ଡାକ୍ତର ବେଲିଙ୍କୁ ଦେଇଥିବା କେଇ ମାସର ସମୟ ବିଷୟରେ ମଧ୍ୟ କହିଥିଲେ । ପୂର୍ବରୁ ମଧ୍ୟ ବେଲିଙ୍କୁ ନିଜର ସ୍ୱାସ୍ଥ୍ୟ ଖରାପ ବିଷୟରେ ଜଣା ଥିବାରୁ ସେ ଚିନ୍ତିତ ହୋଇ ନଥିଲେ ଏବଂ ସେସବୁକୁ ବୁଝିଥିଲେ । କିନ୍ତୁ ସେ ଏଥିପାଇଁ ଦୁଃଖିତ ଥିଲେ ଯେ ସେ ନିଜ ସାନ ଭଉଣୀକୁ ଦେଖି ପାରିବେ ନାହିଁ । ଯିଏକି ଏବେ ସୁଦ୍ଧା ଜନ୍ମ ହୋଇନାହିଁ । ରାଚେଲଙ୍କ ପ୍ରସବକୁ ଆଉ ମାତ୍ର ୨ ରୁ ୩ ମାସ ବାକି ଥିଲା । ଏପଟେ ବାପା ମା ଜାଣି ନଥିଲେ ଯେ ପୁଅ କିମ୍ବା ଝିଅ ଜନ୍ମ ହେବ । କିନ୍ତୁ ବେଲି ନିଜ ସାନ ଭଉଣୀର ନାମ ସୁଦ୍ଧା ବାଛି ଦେଇଥିଲା ଏବଂ ଖୁବ ଖୁସି ମଧ୍ୟ ଥିଲା । ନିଜ ନାମ ବେଲି ଏବଂ ସାନ ଭାଇର ନାମ ରିଲି ଥିବାରୁ ସେ ନିଜ ସାନ ଭଉଣୀର ନାମ ମିଲି ଦେଇଥିଲା ।

ବାପା ମା ମଧ୍ୟ ଖୁବ ଦୁଃଖିତ ଥିଲେ ଆଃ ଜାଣି ଯେ ବେଲିର ସମୟ ଗଡ଼ି ଗଡ଼ି ଯାଉଛି । କିନ୍ତୁ ଭଗବାନ ମଧ୍ୟ ବେଲିର ଦୁଃଖ ବୋଧହୁଏ ଦେଖି ପାରୁ ନଥିଲେ । ନଭେମ୍ବର ୩୦ , ୨୦୧୭ ରେ ରାଚେଲଙ୍କ ପ୍ରସବ ହେଲା ଏବଂ ସେ ଆଶ୍ଚର୍ଯ୍ୟ ଜନକ ଭାବରେ ଜଣେ କନ୍ୟା ସନ୍ତାନକୁ ହିଁ ଜନ୍ମ ଦେଇଥିଲେ । ସେଦିନ ବେଲିର ସ୍ୱାସ୍ଥ୍ୟ ଖୁବ ଖରାପ ଥିବା ସତ୍ତ୍ୱେବି ସେ ହସ୍ପିଟାଲରେ କବାଟ ପାଖରେ ଆସି ଅପେକ୍ଷା କରି ରହିଥିଲା । ଆଉ ଭଉଣୀ ଜନ୍ମ ହୋଇଛି ଶୁଣି ବେଶ ଖୁସି ହୋଇ ଯାଇଥିଲା । ନିଜ ସାନ ଭଉଣୀକୁ କୋଳକୁ ନେଇ ବେଲି ଏବଂ ରିଲି ଖୁବ ଖୁସି ହୋଇ ଯାଇଥିଲା । ଏହାପରେ କୁନି ଝିଅ ମିଲିକୁ ନେଇ ସମସ୍ତେ ଘରକୁ ଯାଇଥିଲେ ଏବଂ ମିଲିର ସବୁ ଦାୟିତ୍ୱ ବେଲି ନେଇ ଯାଇଥିଲା ।

ନିଜ ସାନ ଭଉଣୀର ସବୁ କାମ ସେ ଅତି ଆଗ୍ରହର ସହିତ କରୁଥିଲା । ସେ ନିଜ ବିଷୟରେ ଏତେ ଚିନ୍ତା କରୁ ନଥିଲା ଏବଂ ବାସ ଖୁସିରେ ରହୁଥିଲା ଏବଂ ନିଜ ବାପା ମା’ଙ୍କୁ ମଧ୍ୟ ଦୁଃଖ କରିବାକୁ ମନା କରୁଥିଲା । ଦିନକୁ ଦିନ ବେଲି ଆହୁରି ଅସୁସ୍ଥ ହୋଇ ପଡ଼ୁଥିଲା । କିନ୍ତୁ ସେ ମିଲିର ଯତ୍ନ ନେବା ଜାରି ରଖିଥିଲା । କିନ୍ତୁ ୨୦୧୭ ଖ୍ରୀଷ୍ଟମାସ ଦିନ ବେଲି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା । ଇଂଲଣ୍ଡର ବ୍ରିଷ୍ଟେଲରେ ରହୁଥିଲା ରାଚେଲ ଏବଂ ଲି କହନ୍ତି ଯେ ବେଲିର ମୃ-ତ୍ୟୁ ତାଙ୍କୁ ପୁରାପୁରି ଭାଙ୍ଗି ଦେଇଥିଲା । ଆଜି ବେଲିର ଅ-ଭାବ ସେମାନଙ୍କୁ ସମ୍ପୂର୍ଣ୍ଣ ପରିଲକ୍ଷିତ ହେଉଛି । ବେଲି ଯିବା ପରେ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିବା ସେମାନେ କହିଛନ୍ତି । କିନ୍ତୁ ପରିବାର ଲୋକେ ସମସ୍ତେ ବର୍ତ୍ତମାନ ମିଲିକୁ ନିଜ ଭାଇ ବେଲି ବିଷୟରେ କହନ୍ତି ଏବଂ ଭିଡ଼ିଓ ମଧ୍ୟ ଦେଖାନ୍ତି । ବର୍ତ୍ତମାନ ମିଲି ବଡ଼ ହେଉଛି ଏବଂ ସେ ଜାଣି ସାରିଛି ମଧ୍ୟ ଯେ ତାର ଜଣେ ବଡ ଭାଇ ମଧ୍ୟ ଥିଲା । ଯିଏକି ବର୍ତ୍ତମାନ ଆଉ ନାହିଁ ।

Leave a Reply

Your email address will not be published. Required fields are marked *