ଗାଁରେ ଓହ୍ଲାଇଲେ ତିନୋଟି ଗରୁଡ଼ ପକ୍ଷୀ । ଏପଟେ ପାଖେଇ ଆସୁଛି ରାମ ମନ୍ଦିର ପ୍ରତିଷ୍ଠା ହେବାର ଦିନ । ଯାହାକୁ ଦେଖି ଲୋକ କହୁଛନ୍ତି ……..

ବାସ୍ତବରେ ଭଗବାନଙ୍କ ଲୀଳା ଅପାର । ଭଗବାନ ଯେ କେଉଁ ରୂପରେ କେତେବେଳେ ଦର୍ଶନ ଦେବେ କିମ୍ବା କେଉଁ ସଙ୍କେତ ନେଇ ନିଜ ବାହନକୁ ପଠାଇବେ ତାହା ଅନୁମାନ କରିବା ପ୍ରାୟତଃ ଅସମ୍ଭବ ମନେ ହୁଏ । କିନ୍ତୁ ସମୟ ସମୟରେ ଯେଉଁ ଲୋକ ମାନେ ଏସବୁ ସଙ୍କେତକୁ ଜାଣି ପାରନ୍ତି ସେମାନେ ତାହାକୁ ଲୋକଙ୍କ ସାମ୍ନାକୁ ଆଣନ୍ତି ।

ଯାହାକି ହୁଏତ କିଛି ଲୋକ ବିଶ୍ୱାସ ନକରି ପାରନ୍ତି କିନ୍ତୁ ଅଧିକାଂଶ ଲୋକ ବିଶ୍ୱାସ କରନ୍ତି କାରଣ ସେମାନେ ଦୁନିଆରେ ଭଗବାନଙ୍କ ଉପସ୍ଥିତିକୁ ବିଶ୍ୱାସ କରନ୍ତି । ଆଉ ଏହାର ଅନେକ ଉଦାହରଣ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିଛି । ଯାହାର ଆଉ ଏକ ଉଦାହରଣ ଦ୍ୱାରା ଆଜି ଆମେ ଆପଣଙ୍କୁ ଏଭଳି ଏକ ଅଦ୍ଭୁତ ଘଟଣା ବିଷୟରେ କହିବାକୁ ଯାଉଛୁ ।

ଆମ ରାଜ୍ୟରେ ବର୍ତ୍ତମାନ ମହାପ୍ରଭୁ ଜଗନ୍ନାଥଙ୍କର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଅନେକ ଆଶ୍ଚର୍ଯ୍ୟ ଜନକ ଏବଂ ସୌଭଗ୍ୟ ଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିଧା ପଞ୍ଚାୟତର ତିରୁଖା ଗ୍ରାମରେ ନୂତନ ବର୍ଷର ଆରମ୍ଭରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ନିଜ ଆଖିକୁ ବିଶ୍ଵାସ କରି ପାରିବେ ନାହିଁ ।

ତିରୁଖା ଗ୍ରାମର କିଛି ଯୁବକ ଜମିକୁ ଆସିଥିବା ସମୟରେ ତିନୋଟି ଏହି ବିରଳ ପକ୍ଷୀକୁ ଦେଖିଥିଲେ । ସେମାନେ ପ୍ରଥମେ ଚିହ୍ନି ପାରି ନଥିଲେ ଏବଂ ପରେ କିଛି ବୟସ୍କ ଲୋକଙ୍କୁ ଡାକି ଦେଖାଇଥିଲେ । ଏହାପରେ ବୟସ୍କ ଲୋକେ କହିଥିଲେ ଏହା ହେଉଛି ଭଗବାନଙ୍କ ସ୍ୱରୂପ ଗରୁଡ଼ ପକ୍ଷୀ ।

ଆଉ ଏହାପରେ ଲୋକଙ୍କ ମୁହଁରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ଶୁଣିବାକୁ ମିଳିଥିଲା । ତେବେ କହିରଖିବୁ ଯେ ଏମିତି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଏମିତି ଘଟଣା ଘଟିଛି । ଜଣେ ଯୁବକଙ୍କୁ ଗରୁଡ଼ ପକ୍ଷୀ ଡାକିଥିବାର ଘଟଣା ଶୁଣିବାକୁ ମିଳିଥିଲା ଏବଂ ସେହି ଯୁବକ ଜଣକ ସେହି ଗରୁଡ଼ ପକ୍ଷୀକୁ ନିଜ ଘରକୁ ନେଇ ଆସିଥିଲେ ।

ଏପଟେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାର ଖବର ଶୁଣିବା ପରଠାରୁ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖୁଥିବାର ଲୋକେ କହୁଛନ୍ତି । ଆଉ ବର୍ତ୍ତମାନ ଆଉ ତିନୋଟି ପକ୍ଷୀ ଓଡ଼ିଶାକୁ ଆସି ଥିବାରୁ ଲୋକେ ଖୁବ ଗର୍ବିତ ଅଛନ୍ତି ଏବଂ କହିଛନ୍ତି ଯେ ସ୍ବୟଂ ଭଗବାନ ରାମଙ୍କ ଉପସ୍ଥିତି ରହିଛି । ଏପଟେ ଗାଁ ଲୋକେ ବନ ବିଭାଗକୁ ଖବର ଦେବା ସହିତ ତିନୋଟି ଗରୁଡ଼ ପକ୍ଷୀକୁ ଏକ ତାଳ ଗଛ ଉପରେ ସୁରକ୍ଷିତ ଭାବରେ ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *