ଅନନ୍ତ ଅମ୍ବାନୀଙ୍କ ପ୍ରି ୱେଡିଙ୍ଗ ଫଙ୍କସନରେ ଏକାଠି ତିନି ଖାନ । ନାଚିବା ପାଇଁ ନେଇଥିଲେ ଏତିକି ଟଙ୍କା ।

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ପ୍ରି ୱେଡିଙ୍ଗ ଉତ୍ସବରେ ଅନେକ ବଡ଼ ବଡ଼ ବୋଲିଉଡ଼ ଷ୍ଟାର ମାନଙ୍କୁ ଦେଖିବାକୁ ମିଳିଥିଲା । ଗତ ତିନି ଦିନ ତଳେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମଞ୍ଚନଙ୍କର ପ୍ରି ୱେଡିଙ୍ଗ ଇଭେଣ୍ଟ ଶେଷ ହୋଇଛି । ସେଠାରେ ଅନେକ ବଡ଼ ବଡ଼ ତାରକା ସାମିଲ ହୋଇଥିଲେ । ଯେଉଁମାନେ ଏହି ଇଭେଣ୍ଟରେ ସାମିଲ ହୋଇ ଧୂମ ମଚେଇଥିଲେ ।

ଏହାର ଆୟୋଜନ ଏମିତି ହୋଇଥିଲା ଯାହାର ଆଲୋଚନା ଦେଶ ଏବଂ ବିଦେଶରେ ମଧ୍ୟ ହେଉଛି । ସମାରୋହ ଭିତରେ ଏକ ଖାସ ମୁହୂର୍ତ୍ତ ମଧ୍ୟ ଆସିଥିଲା । ସେହି ଦୃଶ୍ୟ ହେଲା ଯେ ଷ୍ଟେଜ ଉପରେ ତିନି ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଷ୍ଟେଜରେ ତିନି ଖାନ ଧୂମ ମଚେଇଥିଲେ ।

ଆଜ୍ଞା ହଁ ! ସଲମାନ ଖାନ , ଶାହରୁକ ଖାନ ଏବଂ ଅମୀର ଖାନ ଏକାଠି ଷ୍ଟେଜ ଉପରେ ନାଚିବା ପରେ ସମସ୍ତେ ତାଜୁବ ହୋଇ ଯାଇଥିଲେ । ଏହାପାରେ ଭିନ୍ନ ଭିନ୍ନ ପ୍ରକାରର ଖବର ସାମ୍ନାକୁ ଆସିବାରେ ଲାଗିଥିଲା । ବର୍ତ୍ତମାନ ଏହାକୁ ନେଇ ଏକ ତାଜା ଅପଡେଟ ଆସିଛି । ଜାମନଗରରେ ତିନି ଦିନ ପର୍ଯ୍ୟନ୍ତ ସେଠାରେ ରହିଥିବା ସବୁ ଅତିଥି ମାନେ ଏହି ତିନି ଖାନଙ୍କର ଜଲୱା ଦେଖିଥିଲେ ।

ଇଣ୍ଡଷ୍ଟ୍ରିର ଏହି ତିନି ଜଣ ଖାନ ଏହି ଇଭେଣ୍ଟରେ ସତେ ଯେମିତି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ଶାହରୁକ , ସଲମାନ ଏବଂ ଅମୀରଙ୍କୁ ଏକା ସାଙ୍ଗରେ ଦେଖିବା ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ ଭଳି ଥିଲା । କାରଣ ଏହି ତିନି ଜଣ ବଡ଼ ତାରକାଙ୍କୁ ଖୁବ କମ ଏକାଠି ଦେଖିବାକୁ ମିଳିଥାଏ ।

ତିନି ଜଣ ଷ୍ଟେଜ ଉପରକୁ ଆସି ତେଲୁଗୁର ସୁପରହିଟ ସଙ୍ଗ ନାଟୁ ନାଟୁରେ ଜବରଦସ୍ତ ଡାନ୍ସ କରିଥିଲେ । ରାମ ଚରଣ ମଧ୍ୟ ଏଥିରେ ସେମାନଙ୍କର ସାଥ ଦେଇଥିଲେ । ଏହାପରେ ଅନେକ ମିଡ଼ିଆ ରିପୋର୍ଟ ଦାବି କରିଥିଲେ ଯେ ଅମ୍ବାନୀଙ୍କ ପାର୍ଟିର ସଦସ୍ୟ ହେବାପାଇଁ ତିନି ଜଣଙ୍କୁ ଭାରି ରକମର ଆମାଉଣ୍ଟ ଦିଆଯାଇଛି ।

କିନ୍ତୁ ବର୍ତ୍ତମାନ ମିଳିଥିବା ଖବର ହିସାବରେ ଏହି ଇଭେଣ୍ଟରେ ପ୍ରଦର୍ଶନ କରିବା ପାଇଁ ସେମାନେ କୌଣସି ଫିସ ନେଇ ନାହାଁନ୍ତି । କିନ୍ତୁ ଇନ ସାଇଡର ଖବର ମୁତାବକ ତିନିଜଣ ଖାନଙ୍କୁ ଏକା ସାଥିରେ ଷ୍ଟେଜକୁ ଡାକିବା ପ୍ରିପ୍ଲାନ ନଥିଲା । ତାହା ହଠାତ ହୋଇଥିଲା । ଏଭଳି ଏକ ଗ୍ରାଣ୍ଡ ଇଭେଣ୍ଟର ଅଂଶ ହେବା ପାଇଁ ସେମାନେ କୌଣସି ଟଙ୍କା ନେଇ ନଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *