ସାବଧାନ ! ଗାଆଁରେ ବୁଲା ବେପାରୀ ବିକୁଛନ୍ତି ନକଲି ଚା ପ୍ୟାକେଟ , ଜ-ବତ ହେଲା ଟାଟା ପ୍ରିମିୟମ ଟିର ନକଲି ଚା ପ୍ୟାକେଟ

ଯଦି ବୁଲା ବେପାରୀ ମାନଙ୍କ ପାଖରୁ କିଣୁଛନ୍ତି କିଛି ଜିନିଷ , ତେବେ ହୋଇ ଯାଆନ୍ତୁ ସାବଧାନ । ସେମାନେ କରୁଛନ୍ତି ନକଲି ଜିନିଷ ବିକ୍ରି । ଯାହାକୁ ନେଇ ବର୍ତ୍ତମାନ ସାମ୍ନାକୁ ଆସିଛି ସବୁ ସତ କଥା । ବୁଲା ବେପାରୀ ମାନଙ୍କ ସେହି କାରବାର ବିଷୟରେ ବର୍ତ୍ତମାନ ସବୁ ଜଣା ପଡ଼ିଯାଇଛି । କଟକ ଜିଲ୍ଲାରେ ଏପରି ବୁଲା ବେପାରୀ ମାନଙ୍କ କାର-ନାମା ଧରା ପଡିଯାଇଛି । ତେବେ ସେମାନେ ବିକୁଥିବା ନକଲି ଜିନିଷ ସେବନ କରିବା ଦ୍ଵାରା ଦେହ ଅସୁସ୍ଥ ହେବାର ଅନେକ ସମ୍ଭାବନା ରହିଛି ।

ତେବେ ବର୍ତ୍ତମାନ ସମୟରେ କଟକ ଜିଲ୍ଲା ନିଶ୍ଚିତକୋଇଲି ଥା-ନା ଏସ କେ ଭେରାଇଟି ଷ୍ଟୋର କଟିକଟା ବଜାରରେ ଟାଟା ପ୍ରିମିୟମ ଟି ର ନକଲି ପ୍ୟାକେଟ ଜ-ବତ କରାଯାଇଛି । ତେବେ ସୂଚନା ଅନୁଯାୟୀ , ଟାଟା ପ୍ରିମିୟମ ଟିର ନକଲି ଚା ପ୍ୟାକେଟ ଗୁଡ଼ିକୁ ନର୍ଥ ଇଷ୍ଟର୍ଣ୍ଣ ଜୋନ ର ରିଜିନାଲ ଟିମ୍ ଧରି ପକାଇଛନ୍ତି । ତେବେ ଏକ ଟିମ୍ ଗଠନ କରାଯାଇ ସବୁ ନକଲି ଜିନିଷ ଧରିବା ଉପରେ କାର୍ଯ୍ୟ କରା ଯାଉଥିଲା । ବର୍ତ୍ତମାନ ଏହି ଟିମ୍ ର ନଜର ଏସ କେ ଭେରାଇଟି ଷ୍ଟୋର ଉପରେ ପଡ଼ିଛି ।

ତେବେ ଏହି ଷ୍ଟୋର ମାଲିକ ଏସ କେ ରିଜୱାନା ଙ୍କ ବିରୁ-ଦ୍ଧରେ ଟିମ୍ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ସହିତ ତାଙ୍କ ବିରୁ-ଦ୍ଧରେ ଥା-ନାରେ ଅଭି-ଯୋଗ ଦାୟର କରାଯାଇଛି । ତେବେ ସେ କହିଛନ୍ତି କି , ଏଥିରେ ତାଙ୍କର କିଛି ଭୁଲ ନାହିଁ । ସେ ଜଣେ ବୁଲା ଚା ବେପାରୀଙ୍କ ଠାରୁ ଏହି ଚା ପ୍ୟାକେଟ ଗୁଡ଼ିକ କିଣିଥିଲେ ।

ଶେଷରେ ସେହି ପ୍ୟାକେଟ ଗୁଡ଼ିକ ନକଲି ବାହାରିଲା । ସେ ଜାଣି ନଥିଲେ ଚା ପ୍ୟାକେଟ ଗୁଡ଼ିକ ନକଲି ଥିଲା ବୋଲି । ତେବେ ସେ ଯାହା ବି ହେଉ ନା କାହିଁକି , ଅତିରିକ୍ତ ଟିମ୍ ତାଙ୍କ ଉପରେ ଅଭି-ଯୋଗ କରିବା ସହିତ ସେହି ଚା ପ୍ୟାକେଟ ଗୁଡ଼ିକୁ ଜ-ବତ କରି ନେଇଛି ଆଉ ସେଗୁଡିକୁ ସିଲ୍ କରି ଦେଇଛି ।

Leave a Reply

Your email address will not be published. Required fields are marked *