ଟୋଲ କର୍ମଚାରୀଙ୍କୁ ଟୋଲ ଚାର୍ଜ ଆଦାୟ କରିବାର ପରିଣାମ ହେଲା ଭୟଙ୍କର , ୧୦ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଗଲା ଟ୍ରକ ଡ୍ରାଇଭର :- ଦେଖନ୍ତୁ ଭିଡିଓ

ମନୁଷ୍ୟର କ୍ରୋଧ ତାର ସବୁଠାରୁ ବଡ଼ ଶତ୍ରୁ ଅଟେ । କ୍ରୋଧରେ ମନୁଷ୍ୟ ନିଜ ଲୋକଙ୍କୁ ବି ହତ୍ୟା କରିବାକୁ ପଛାଉ ନାହିଁ । ପୁଣି ବର୍ତ୍ତମାନ ଯୁଗରେ ମଣିଷ ନିଜ ସ୍ୱାର୍ଥ ଠାରୁ ବଡ଼ ଆଉ କାହାକୁ ଭାବି ନଥାଏ । ଆଉ ସମୟ ସମୟରେ ମଣିଷ କ୍ରୋଧରେ ଏପରି କାମ କରିଥାଏ ଯାହା ଅବିଶ୍ଵାସନୀୟ ହୋଇଥାଏ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେଉଛି ଯେଉଁଥିରେ ଏକ ଚଳନ୍ତା ଟ୍ରକର ବମ୍ପରରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ତେବେ ଏହା ଦେଖି ଆପଣ ଭାବୁଥିବେ ଯେ ବାସ୍ତବରେ ହେଉଛି କଣ ?

ତେବେ ଏହି ଦୃଶ୍ୟ ମଣିଷର କ୍ରୋଧର ପରିଣାମ ଅଟେ । ଯେଉଁଠି ଜଣେ ଟୋଲ କର୍ମଚାରୀଙ୍କୁ ଟ୍ରକ ଆଗରେ ରଖି ଟ୍ରକ ଡ୍ରାଇଭର କ୍ରୋଧରେ ୧୦ କିଲୋମିଟର ପର୍ଯ୍ୟନ୍ତ ନେଇ ଯାଇଛି । ତଥାପି ଟ୍ରକ ଡ୍ରାଇଭର ଆଦୌ ଅଟକି ନାହିଁ । ଯାହାଦ୍ୱାରା ଶେଷରେ ପୋଲିସକୁ ଆସି ଟୋଲ କର୍ମଚାରୀଙ୍କୁ ଉଦ୍ଧାର କରିବା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରିବାକୁ ପଡ଼ିଛି ।

ତେବେ ଏହି ଘଟଣା ଆନ୍ଧ୍ରପ୍ରଦେଶ କୁନୁର ଜିଲ୍ଲାର ଆମକତାଡୁ ୫ନଂ. ଜାତୀୟ ରାଜପଥ ନିକଟରେ ଥିବା ଜାତୀୟ ଟୋଲ ଗେଟର ଅଟେ । ଯେଉଁଠି କିଛି ଦିନ ତଳେ ଏକ ଆଳୁ ବୋଝେଇ ଟ୍ରକ ଆସିଥିଲା ମାତ୍ର ଟ୍ରକର ଫାଷ୍ଟ ଟ୍ୟାଗ କାମ ନକରୁଥିବାରୁ ଟୋଲ କର୍ମଚାରୀ ଟ୍ରକକୁ ଅଟକାଇ ଚାର୍ଜ ଦେବାକୁ କହିଥିଲେ । ତେବେ କଥା ସେଠାରେ ନଥିଲା । ବାସ୍ତବରେ ଟୋଲ କର୍ମଚାରୀ ମାନେ ସାଧାରଣ ଚାର୍ଜ ଠାରୁ ଅଧିକ ଚାର୍ଜ ମାଗିବାରୁ ଉଭୟ ଟ୍ରକ ଡ୍ରାଇଭର ଏବଂ ଟୋଲ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏତିକିରେ ଟ୍ରକ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିବାରୁ ଟୋଲ ଗେଟ ସୁପରଭାଇଜର ଶ୍ରୀନିବାସ ଗାଡ଼ି ଅଟକାଇବା ଆସିଥିଲେ । ତଥାପି ଗାଡ଼ି ନଅଟକିବାରୁ ଶ୍ରୀନିବାସ ଟ୍ରକର ବମ୍ପର ଉପରକୁ ଚଢ଼ିଥିଲେ । କିନ୍ତୁ ଟ୍ରକ ଡ୍ରାଇଭର ଗାଡ଼ି ଅଟକାଇ ନଥିଲା ବରଂ ଟୋଲ କର୍ମଚାରୀ ବମ୍ପର ଉପରକୁ ଚଢ଼ିଥିବା ଅବସ୍ଥାରେ ଗାଡ଼ି ଛୁଟେଇ ଚାଲିଥିଲା । ଯେତେବେଳେ କହିଲେ ବି ଟ୍ରକ ଡ୍ରାଇଭର ଗାଡ଼ି ଅଟକାଇ ନଥିଲା ବରଂ ଗାଡ଼ିକୁ ସେହିପରି ୧୦ କିଲୋମିଟର ପର୍ଯ୍ୟନ୍ତ ନେଇ ଯାଇଥିଲା । ତେବେ ଏହାର ଭିଡ଼ିଓ ମଧ୍ୟ ଉତ୍ତୋଳନ କରାଯାଇ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି । ଯାହା ଆପଣ ମାନେ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ ।

ତେବେ ଟ୍ରକ ଡ୍ରାଇଭରର କ୍ରୋଧ ଏତେ ଟପି ଯାଇଥିଲା ଯେ ସେ ଟୋଲ ଗେଟ କର୍ମଚାରୀଙ୍କ ଜୀବନକୁ ବଡ଼ ନଭାବି ଏପରି ଭୁଲ କାର୍ଯ୍ୟ କରିବାକୁ ପଛାଇଲା ନାହିଁ । ତେଣୁ ପରେ ପୋଲିସ ଟ୍ରକ ଅଟକାଇ ଶ୍ରୀନିବାସଙ୍କୁ ଉଦ୍ଧାର କରିବା ସହିତ ଟ୍ରକ ଡ୍ରାଇଭରକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *