ଏହି ଭିଡିଓ ଦେଖି ସାବଧାନ୍ ହେଇ ଯାଆନ୍ତୁ ନହେଲେ ….

ବନ୍ଧୁଗଣ ଆଜି ସିସିଟିଭି ଏବଂ ମୋବାଇଲ କ୍ୟାମେରା ଯୋଗୁଁ ଆମେ ଦୁନିଆରେ ଘଟୁଥିବା ଆଶ୍ଚର୍ଯ୍ୟଜନକ ଘଟଣା ଗୁଡ଼ିକୁ ଗୋଟିଏ କ୍ଲିକରେ ଦେଖି ପାରୁଛେ, କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ ବେଳେବେଳେ କିଛି ଏମିତି ଘଟଣା ସାମ୍ନାକୁ ଆସେ ଯାହା ଆମ ସମସ୍ତଙ୍କର ହୋଶ ଉଡାଇଦିଏ। ଆଜି ସେମିତି କିଛି ଆଶ୍ଚର୍ଯ୍ୟଜନକ ହୋଶ ଉଡେଇ ଦେବାଭଳି ଭିଡିଓ ସହିତ PK 4 You ନେଇ ଆସିଛି ଏହି ଧମାକେଦାର ସିରିଜର ପାର୍ଟ 5।

ବନ୍ଧୁଗଣ ଯଦି ଆପଣ କୈାଣସି ଝିଅକୁ ସୁନ୍ଦର ଦେଖି ଭଲ ପାଇ ବସୁଛନ୍ତି ଏବଂ ଅଜଣା ଝିଅ ସହିତ ବାହାରକୁ ବୁଲିବା ପାଇଁ ଯାଉଛନ୍ତି ତାହେଲେ ଏହି ଭିଡିଓ ନିଶ୍ଚିତ ଦେଖନ୍ତୁ।କେନିଆର ନାଇରୁବିଜ ସହରରୁ ରେକର୍ଡ ହୋଇଥିବା ଏହି ହୋଶ ଉଡେଇ ଦେବାଭଳି ଘଟଣାରେ ଗୋଟିଏ କପଲ ଡ୍ରିଙ୍କ୍ସ ପାଇଁ ଗୋଟିଏ ରେଷ୍ଟୁରାଣ୍ଟକୁ ଯାଆନ୍ତି। କିଛି ସମୟ ସାଥିହୋଇ ବସିବା ପରେ ଲୋକଜଣଙ୍କ ବାଥରୁମକୁ ଚାଲି ଯାଆନ୍ତି ଏବଂ ଏହି ସୁଯୋଗରେ ଝିଅ ଜଣଙ୍କ ଲୋକଟିର ବୋତଲରେ କିଛି ଜିନିଷ ମିଶାଇ ଦେଇଥାଏ। ଲୋକଟିର ଭାଗ୍ୟ ଭଲ ଥିଲା ତ ସେହି ଘଟଣା ସିସିଟିଭିରେ ରେକର୍ଡ ହୋଇ ଯାଇଥିଲା ନହେଲେ ସେଦିନ ତା ମୋବାଇଲ ଏବଂ ସବୁ ଟଙ୍କା ନିଶ୍ଚିତ ଭାବରେ ତା ହାତରୁ ଚାଲି ଯାଇଥାନ୍ତା।

ବନ୍ଧୁଗଣ ଭାରତୀୟ ସେନା ନିଜର ସାହାସୀ କାମ ଏବଂ ଦେଶପ୍ରେମ ପାଇଁ ପ୍ରତ୍ୟେକ ଭାରତୀୟର ହୃଦୟରେ ରାଜ କରେ। ଏହିପରି ଏକ ଘଟଣା ୯ ଫେବୃଆରୀ ୨୦୨୨ରେ କେରଳର ଗୋଟିଏ ପାହାଡ ଉପରେ ଘଟିଥିଲା। ଏଠାରେ ଜଣେ ଯୁବକ ସାହାସିକତାର ମଜା ନେବାପାଇଁ ପାହାଡ ଉପରେ ଚଢ଼ିଥିଲେ କିନ୍ତୁ ତା’ର ଭାଗ୍ୟ ଖରାପ ଥିବା ଯୋଗୁଁ ତାଙ୍କର ପାଦ ପାହାଡ଼ରୁ ଖସି ଯାଇଥିଲା ଏବଂ ସେ ଗୋଟିଏ ଖୋଲରେ ପଶି ରହିଗଲେ।ଯୁବକ ଜଣଙ୍କ ପାଖାପାଖି ଦୁଇଦିନ ପର୍ଯ୍ୟନ୍ତ ସେମିତି ସେଠାରେ ଫଶି ରହିଗଲେ। କିନ୍ତୁ ଯେତେବେଳେ ଏହି ଘଟଣା ଭାରତୀୟ ସେନାଙ୍କୁ ଜଣା ପଡିଥିଲା ତ ସେମାନେ ସାଙ୍ଗେସାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଏବଂ ଆର୍ମୀରେ ଜବାନମାନେ ଯୁବକ ଜଣଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନେଇଥିଲେ। ଏହି ଘଟଣା ପରେ ଭାରତୀୟ ସେନା ପୁଣିଥରେ ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲେ।

ବନ୍ଧୁଗଣ କ୍ୟାମେରାରେ ବେଳେବେଳେ କିଛି ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ରେକର୍ଡ ହୋଇ ଯାଇଥାଏ ଯାହା ଆମ ମୁଣ୍ଡକୁ କିଛି ସମୟ ପାଇଁ ସ୍ଥିର କରିଦିଏ। ଯେମିତି ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଚୁଲିରେ ବସିଥିବା ହାଣ୍ଡିରେ ଖାଦ୍ୟ ରୋଷେଇ ହେଉଥିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଛେଳି ଗୁଡ଼ିକ ସେହି ଗରମ ଖାଦ୍ୟକୁ ଖାଇ ଯାଉଛନ୍ତି।ଆପଣ ଜାଣିବା ପାଇଁ ବତାଇଦେବାକୁ ଚାହିଁବି ଯେ କୈାଣସି ଜୀବ ସର୍ବାଧିକ ୬୦° ସେଲସିୟସ ଗରମ ଥିବା ଖାଦ୍ୟ ଖାଇପାରେ। କିନ୍ତୁ ତଥାପି ଏହି ଛେଳି ଗୁଡ଼ିକ କେମିତି ଏତେ ଗରମ ଖାଦ୍ୟ ଖାଉଛନ୍ତି ତାହା ବୁଝିବା ବହୁତ ମୁସ୍କିଲ ଅଟେ।

https://www.youtube.com/watch?v=OVgyx-kKbrI

ଏହି ଲୋମ ଟାଙ୍କୋରି ଉଠିବା ଭଳି ଘଟଣାରେ ଆପଣ କିଛି ଏମିତି ଘଟଣା ଦେଖିବେ ଯାହା ଆପଣଙ୍କୁ ଏହି ଶିକ୍ଷା ଦେବ ଯେ ଅଜଣା ଲୋକ ଉପରେ ଭୁଲରେ ମଧ୍ୟ ବିଶ୍ଵାସ କରିବା ଉଚିତ ନୁହେଁ। ଏଠାରେ ଦୁଇଟି ଝିଅ ରାସ୍ତା କଡ଼ରେ ଛିଡ଼ା ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କୁ ଗାଡ଼ି ରଖିବା ପାଇଁ ହାତ ଦେଖାଇଥାନ୍ତି। ଏବଂ ବିଚରା ଟ୍ରକ ଡ୍ରାଇଭର ଏମାନଙ୍କର ଯୋଜନା ବୁଝି ନପାରି ଟ୍ରକ ରଖି ଦେଇଥାନ୍ତି। ଦୁଇଟି ସୁନ୍ଦରୀ ଝିଅଙ୍କୁ ରାସ୍ତା କଡ଼ରେ ଦେଖି ଟ୍ରକ ଡ୍ରାଇଭର ସେମାନଙ୍କ ପାଖକୁ ଚାଲିଯାଏ କିନ୍ତୁ ଏହା ତା’ର ଜୀବନର ସବୁଠାରୁ ବଡ଼ ଭୁଲ ପାଲଟିଗଲା। କାରଣ ସେଠାରେ ଲୁଚିଥିବା କିଛି ଯୁବକ ମଧ୍ୟ ସେଠାକୁ ଚାଲି ଆସନ୍ତି ଏବଂ ସମସ୍ତେ ମିଶି ଡ୍ରାଇଭରକୁ ଲୁଟି ନିଅନ୍ତି।

ବନ୍ଧୁଗଣ ଆଜିକାଲି ଧନୀ ଆହୁରି ଧନୀ ହେବାରେ ଲାଗିଛି ଏବଂ ଗରିବ ଦିନକୁ ଦିନ ଆହୁରି ଗରିବ ହୋଇ ଯାଉଛି। କାରଣ ଯିଏ ପବ୍ଲିକକୁ ଯେତେ ଲୁଟି ପାରିଲା ସିଏ ସେତେ ଅଧିକ ଧନୀ ପାଲଟିଯାଏ। ଯେମିତି ଏଠାରେ ଏହି ପେଟ୍ରୋଲ ପମ୍ପରେ ଅଲଗା ପ୍ରକାରର ଠକାମୀ କରୁଥିବାର ଦେଖିବା ପାଇଁ ମିଳିଥିଲା। ଏଠାରେ ଏହି ଯୁବକ ଜଣଙ୍କ ନିଜ ଗାଡିରେ ପେଟ୍ରୋଲ ପକେଇବା ପାଇଁ ସେଲ୍ସମ୍ୟାନଙ୍କୁ ୫୦୦ଟଙ୍କା ଦେଇଥାଏ କିନ୍ତୁ ଏହି ସେଲ୍ସମ୍ୟାନ ଜଣଙ୍କ ବଡ଼ ଚାଲାଖିରେ ବାଇକରର ନଜର ଆଢ଼ୁଆଳରେ ପେଟ୍ରୋଲ ପାଇପ ବଦଳେଇ ଦେଲା ଯାହାଫଳରେ ଗ୍ରାହକଙ୍କୁ ପେଟ୍ରୋଲ ୫୦୦ଟଙ୍କାର ନୁହେଁ ବରଂ ଏହାଠାରୁ କମ ଟଙ୍କାର ମିଳିଲା।

ଡିସେମ୍ବର ୨୦୨୧ରେ ଆମେରିକାରେ ରେକର୍ଡ ହୋଇଥିବା ଏହି ଭିଡିଓରେ ଦେଖା ଯାଉଛି ଯେ ଗୋଟିଏ କୁକୁଡାକୁ ଏକୁଟିଆ ଦେଖି ଚିଲ ଏହାକୁ ସହଜ ଶିକାର ଭାବି ଆକ୍ରମଣ କରି ଦେଇଥାଏ କିନ୍ତୁ ଚିଲକୁ ଏହିକଥା କେବେବି ଜଣା ନଥିଲା ଯେ ସେଠାରେ କୁକୁଡ଼ାର ସାଥି ଗଞ୍ଜା ମଧ୍ୟ ଅଛି। ଯେମିତି ଚିଲ କୁକୁଡ଼ା ଉପରକୁ ଆକ୍ରମଣ କରିଛି ଗଞ୍ଜା ସାଙ୍ଗେସାଙ୍ଗେ ପ୍ରତି ଆକ୍ରମଣ କରିଦେଲା। କିଛି ସମୟ ଗଞ୍ଜାର ମୁନିଆ ଏବଂ ଶକ୍ତିଶାଳୀ ଥଣ୍ଟମାଡ ଖାଇବା ପରେ ଚିଲର ବୁଦ୍ଧି ଉଦୟ ହୋଇଗଲା ଏବଂ ସେ ସେଠାରୁ ଖସି ପଳେଇ ଗଲା।

ଭିଡ଼ିଓର ଶେଷରେ ଏହି ମଜାଦାର ଘଟଣାରେ ଜଣେ ବାପା ନିଜ ପୁଅକୁ ମନୋରଞ୍ଜନ କରେଇବା ପାଇଁ ଟମ ଜେରୀ କାର୍ଟୁନରେ ଏହି ଆଶ୍ଚର୍ଯ୍ୟଜନକ ଯାଦୁ ଦେଖାଇଲେ।ଏହା ସେହି ଛୋଟ ଛୁଆଟିର ମନକୁ ବହୁତ ଖୁସି କରିଦେଲା।

Leave a Reply

Your email address will not be published. Required fields are marked *