ଭାଇରାଲ ହେଉଛି ଓଡ଼ିଆ ପୁଅଙ୍କ ଅଧା ଖଣ୍ଡିଆ ହିନ୍ଦୀ , ହସି ହସି ଗଡିଯିବେ ଆପଣ

ଭାରତରେ ଅନେକ ପ୍ରକାରର ଲୋକ ବସବାସ କରୁଛନ୍ତି ଆଉ ସମସ୍ତଙ୍କର ଭାଷା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର । ସମସ୍ତଙ୍କୁ ସବୁ ଭାଷା ଆସି ନଥାଏ । ସମସ୍ତେ ନିଜ ଭାଷାରେ କଥାବାର୍ତ୍ତା କରି ପାରୁଥିବା ବେଳେ ଆଉ କେତେକ ଲୋକ ଆମ ରାଷ୍ଟ୍ରୀୟ ଭାଷା ହିନ୍ଦୀ ମଧ୍ୟ କହି ପାରିଥାନ୍ତି । ତେବେ କହିବାକୁ ଗଲେ ସମସ୍ତଙ୍କୁ ମଧ୍ୟ ଏହି ଭାଷା ଆସିନଥାଏ । କାରଣ ସବୁ ଭାଷା ଶିଖିବା ଏତେ ବି ସହଜ ନୁହେଁ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଅଡିଓ କଲ ଭାଇରାଲ ହେଉଅଛି । ଯାହାକୁ ଶୁଣିବା ପରେ ଆପଣ ପେଟରେ ହାତ ଦେଇ ହସିବାକୁ ଲାଗିବେ । ଜଣେ ବ୍ୟକ୍ତି କଷ୍ଟମର କେୟାର ସହିତ ଏଭଳି ହିନ୍ଦୀରେ କଥା ହେଉଛନ୍ତି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଆଉ ହସିବା ପାଇଁ ବାଧ୍ୟ କରିଦେବ । ତେବେ ବ୍ୟକ୍ତି ଜଣଙ୍କର ଅଧା ଖଣ୍ଡିଆ ହିନ୍ଦୀ ଶୁଣିବା ପରେ ଆପଣ ବି ହସି ହସି ଗଡିଯିବେ ।

ଭାଇରାଲ ହୋଇଥିବା ଅଡିଓ କଲରେ ଆପଣ ଶୁଣିପାରିବେ କି , ଜଣେ କଷ୍ଟମର କେୟାର ଜଣେ ବ୍ୟକ୍ତିଙ୍କୁ ଫୋନ କରୁଛନ୍ତି , ଯାହାଙ୍କୁ ହିନ୍ଦୀ ଆସୁନାହିଁ । ତେବେ ମହିଳା ଜଣକ କହୁଛନ୍ତି କି , ଆପଣଙ୍କର ଏକ ବାଇକ ଆସିଛି ଆପଣ ଆସି ୫ଟା ବେଳକୁ ନେଇ ଯିବେ । ଏହାପରେ ବ୍ୟକ୍ତି ଜଣକ ଅଧା ଖଣ୍ଡିଆ ହିନ୍ଦୀ କହି କହୁଛନ୍ତି କି , ଯଦି ମୁଁ ନ ଯାଇ ମୋ ମାମୁଁଙ୍କୁ ପଠାଏ , ତେବେ ଆପଣ ସେ ଗାଡିଟିକୁ ଦେଇ ଦେବେ ତ । କିନ୍ତୁ ଏହାପରେ ମହିଳା ଜଣକ ମନା କରୁଛନ୍ତି ।

ଆଉ ଏହାପରେ ବ୍ୟକ୍ତି ଜଣକ ଅଧା ଖଣ୍ଡିଆ ହିନ୍ଦୀ କହି ହସି ପକାଉଛନ୍ତି ଆଉ ବିରକ୍ତ ମଧ୍ୟ ହୋଇ ଯାଉଛନ୍ତି । ଆଉ କହୁଛନ୍ତି କାହିଁକି ମୋ ମାମୁଁଙ୍କୁ ଦେବ ନାହିଁ । ଏହାପରେ ମହିକା କହୁଛନ୍ତି କି , ଯାହାଙ୍କ ନମ୍ବର ଅଛି , ସେ କେବଳ ଏହି ଗାଡିକୁ ନେଇ ପାରିବେ । ତେବେ ଏହି ମହିଳା ଆଉ ବ୍ୟକ୍ତିଙ୍କର ଅଧା ଖଣ୍ଡିଆ ହିନ୍ଦୀ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାର ବହୁତ ମଜା ନେଉଛନ୍ତି ।

Leave a Reply

Your email address will not be published. Required fields are marked *