ଆସୁଛି ଆଉ ୨ଟା ଲଘୁଚାପ, ୬ ରୁ ପ୍ରବଳ ବର୍ଷିବ। ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ।

ଖରାରୁ ମିଳିବ ତ୍ରାହି। ଆସୁଛି ଆଉ ୨ଟା ଲଘୁଚାପ। ତେବେ ଉକ୍ତ ଲଘୁଚାପ ଗୋଟେ ୬ ତାରିଖରେ ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟଟି ୧୩ ତାରିଖରେ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପ ବଳୟ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଦୁଇଟି ଲଘୁଚାପ ବଡ଼ ଧରଣର ହେବ ବୋଲି ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଗତ ମାସରେ ୩ ଟା ଲଘୁଚାପ ରାଜ୍ୟର ଅବସ୍ଥା ବେହାଲ କରି ଦେଇଥିଲା। ଜଳ ବନ୍ଦୀରେ ଥିବା ଲୋକମାନେ ଅନେକ ହଇରାଣ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନ ଯେଉଁ ଖବର ମିଳିଛି ଆଉ ଦୁଇଟି ଲଘୁଚାପ ମାଡି ଆସୁଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖ ପର ଠାରୁ ରାଜ୍ୟରେ ପାଗ ବଦଳିବାର ସମ୍ଭାବନା ରହିଛି।

ବନ୍ୟା ପରେ ମୌସୁମୀ ଦୁର୍ବଳ ହେଇ ଯାଇଛି ବୋଲି ଆଇଏମଡି ସୂଚନା ଦେଇଥିଲେ। କିନ୍ତୁ ଗୁଳୁ ଗୁଳି ଯୋଗୁଁ ପୁଣି ଥରେ ମୌସୁମୀ ସକ୍ରିୟ ହୋଇ ଯାଇଥିବା ସୂଚନା ମିଳିଛି। ତେବେ ଗତ କାଲି ରାଜ୍ୟର ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇଛି। ତେବେ ଆସୁଥିବା ଲଘୁଚାପର ପ୍ରଭାବ କେଉଁ କେଉଁ ଜିଲ୍ଲାରେ ଅଧିକ ରହିବ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ଏହି ବିଷୟରେ ୪ ତାରିଖ ଦିନ ସ୍ପଷ୍ଟ ଭାବରେ ଜଣା ପଡିବ।

Leave a Reply

Your email address will not be published. Required fields are marked *