ସାଉଥର ଜଣାଶୁଣା ମେଗା ଷ୍ଟାର ରାମ ଚରଣଙ୍କ ଝିଅର ନାନୀଙ୍କ ଦରମା କେତେ ? ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ବଡ଼ ବଡ଼ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜ ପିଲାଙ୍କୁ ନେଇ ଖୁବ ସିରିୟସ ଥାଆନ୍ତି । ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବେଶ ଧ୍ୟାନ ଦିଅନ୍ତି । ପିଲାଙ୍କ ଦେଖାଶୁଣା କରିବା ପାଇଁ ସେମାନେ କେୟାର ଟେକରଙ୍କୁ ନିଯୁକ୍ତି କରନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ପିଲାଙ୍କ ପ୍ରତି ଯେମିତି ଟିକିଏବି ଅବହେଳା ନହେଉ , ସେନେଇ ସେମାନେ ବେଶ ତତ୍ପରତା ଦେଖାନ୍ତି ।

ଏହାରି ମଧ୍ୟରେ ସାଉଥ ମେଗା ଷ୍ଟାର ରାମ ଚରଣ ମଧ୍ୟ ବାଦ ଯାଇ ନାହାଁନ୍ତି । ସେ ଟଲିଉଡ଼ର ଜଣେ ଜଣାଶୁଣା ମେଗା ଷ୍ଟାର । ପୂର୍ବ ବର୍ଷ ରାମ ଚରଣ ବାପା ହେବାର ସୌଭଗ୍ୟ ପାଇଥିଲେ । ବିବାହର ୧୧ ବର୍ଷ ପରେ ରାମ ଚରଣ ବାପା ହୋଇଥିଲେ । ଅଭିନେତାଙ୍କର ଏ ହେଉଛି ପ୍ରଥମ ସନ୍ତାନ । ପ୍ରଥମ ସନ୍ତାନ ଭାବରେ ଉଭୟଙ୍କର ଏକ ଝିଅ ଜନ୍ମ ହୋଇଥିଲା ।

ଝିଅର ନାମ କ୍ଲିନକାରାକଲିଡେରା ମଧ୍ୟ ରଖିଥିଲେ । ବର୍ତ୍ତମାନ ଏହି ମେଗା ଦମ୍ପତ୍ତି ନିଜ ଝିଅର ବିଶେଷ ଧ୍ୟାନ ପାଇଁ ସମୟ ଦେଉଛନ୍ତି । ଏହାରି ଭିତରେ ଗୋଟିଏ ଖବର ମଧ୍ୟ ଶୁଣିବାକୁ ମିଳିଛି ଯେ ରାମ ଚରଣ ଏବଂ ତାଙ୍କର ପତ୍ନୀ ନିଜ ଝିଅ ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରକାରର କଠୋରି ଡିଜାଇନ କରିଛନ୍ତି । ନିଜ ଝିଅର ଯତ୍ନ ନେବାକୁ ଜଣେ ପ୍ରସିଦ୍ଧ ନାନୀଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି ।

ତେବେ କଣ ଆପଣ ଅନୁମାନ କରି ପାରିବେ କି , ସେହି ନାରୀଙ୍କୁ ରାମ ଚରଣ କେତେ ଦରମା ଦେଉଥିବେ ? ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ରାମ ଚରଣ କିଛିଦିନ ପୂର୍ବରୁ ତାଙ୍କ ଝିଅ ସହିତ ମନ୍ଦିରକୁ ଯାଇଥିଲେ । ସାବିତ୍ରୀ ମଧ୍ୟ ତାଙ୍କ ସହିତ ଥିଲେ । ସାବିତ୍ରୀ ବୋଲିଉଡ଼ରେ ବହୁତ ପ୍ରସିଦ୍ଧ ଏବଂ ସେ ଖୁବ ଭରସାଯୋଗ୍ୟ ମଧ୍ୟ ଅଟନ୍ତି ।

ସାବିତ୍ରୀ ସୈଫ ଅଲ୍ଲୀ ଖାନ ଏବଂ କରିନା କପୁରଙ୍କ ପୁଅ ତୈମୁର ଅଲ୍ଲୀ ଖାନଙ୍କ କେୟାର ଟେକର ଭାବରେ କାମ କରି ସାରିଛନ୍ତି । କରିନା କପୁରଙ୍କ ପୁଅ ପରେ ପରେ ଶାହୀଦ କପୁରଙ୍କ ଝିଅଙ୍କ ଦେଖାଶୁଣା ମଧ୍ୟ କରୁଥିଲେ । କିନ୍ତୁ ଆରମ୍ଭରେ ମାସକୁ ଏକ ଲକ୍ଷ ଦରମା ନେଉଥିବା ଏହି ମହିଳା ଜଣକ ବର୍ତ୍ତମାନ ତିନି ଲକ୍ଷ ଟଙ୍କା ଦାବି କରୁଛନ୍ତି ।

ତେବେ ମେଗା ଷ୍ଟାରଙ୍କ ପରିବାରରେ ନିଯୁକ୍ତି ଦେବା ଏବଂ ଏତେ ବଡ଼ ବେତନ ଦେବା କୌଣସି ବଡ଼ କଥା ନୁହେଁ । ଉପାସନାଙ୍କ ପରିବାର ମଧ୍ୟ ବେଶ ଧନୀ ଲୋକ । ତେଣୁ ଉପାସନା ନିଜ ଝିଅର ଯତ୍ନ ପାଇଁ ଏହି କେୟାର ଟେକରଙ୍କୁ ନିଯୁକ୍ତି ଦେଇଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *