ରିୟାଙ୍କ ବିବାହକୁ କାହିଁକି ଆସିଲେନି ତାଙ୍କ ହିରୋ, ଅମ୍ଲାନ, ବାବୁଶାନ

ଏହାରି ଭିତରେ ସରିଯାଇଛି ରିୟାଙ୍କ ବିବାହ । ରିୟା ଏବେ ଶ୍ରୀକ୍ଷେତ୍ର ପୁରୀର ବୋହୁ ହୋଇ ସୌଭାଗ୍ୟ ଲାଭ କରିଛନ୍ତି । ରିୟାଙ୍କ ବିବାହରେ ଅନେକ ବଡ଼ ବଡ଼ ନାମୀ ଦାମୀ କଳାକାର ମାନେ ଉପସ୍ଥିତ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ କି ରିୟାଙ୍କ ବାହାଘରରେ କାହିଁକି ଆସି ନାହାଁନ୍ତି ବାବୁସାନ, ଅମ୍ଳାନ,ଅରିନ୍ଦମ ଏମାନଙ୍କ ସହ ରିୟା ନିଜ କ୍ୟାରିଅରର ପ୍ରଥମ ଫିଲ୍ମ କରିଥିବା ବେଳେ କାହିଁକି ଆସିଲେ ନାହିଁ ରିୟାଙ୍କ ମେନ ହିରୋ ମାନେ ?

ରିୟା ଯେତେବେଳେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ରିୟାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଓଲିଉଡ ଜଗତର ଚକଲେଟ ବୟ ବାବୁସାନ ମହାନ୍ତି ଫିଲ୍ମି ଟି ହେଉଛି ପ୍ରେମ ଅଢେଇ ଅକ୍ଷର। ଆଉ ତା ପରେ ରିୟାଙ୍କ ଦ୍ୱିତୀୟ ଫିଲ୍ମି କ୍ରିମିନାଲରେ ରିୟା ଅରିନ୍ଦମଙ୍କ ବିପକ୍ଷରେ ଅଭିନୟ କରିଥିଲେ ହେଲେ ଏମିତି କଣ ହେଲା ଯେ ସେହି ମାନେ ହିଁ ରିୟାଙ୍କ ବିବାହରେ କି ବିବାହ ଭୋଜିରେ ଯୋଗ ଦେଲେ ନାହିଁ।

ଏ ପ୍ରଶ୍ନ ଆମର ନୁହେଁ ଏ ପ୍ରଶ୍ନ ହେଉଛି ସାଧାରଣ ଜନତାଙ୍କର। କାରଣ ରିୟାଙ୍କ ବିବାହ ଭୋଜିରେ ଦେବାଶିଷ,ସିଦ୍ଧାନ୍ତ, ପୁନମ,ଗୁଗୁଗୁନ ଆଉ ଅନୁ ଚୌଧୁରୀ ଙ୍କ ଭଳି ବଡ଼ ବଡ଼ ଅଭିନେତା ମାନେ ଯୋଗ ଦେଇଥିବା ବେଳେ ବାବୁସାନ,ଅମ୍ଳାନ ଓ ଅରିନ୍ଦମ ନ ଆସିବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।

କାରଣ ଏମାନେ ବିବାହରେ ନଜର ଆସିନଥିବା ବେଳେ ରିସିପସନ ପାର୍ଟିରେ ମଧ୍ୟ ନଜର ଆସିନଥିଲେ । ତେବେ ଏହାକୁ ନେଇ ସେମାନଙ୍କ ଫ୍ୟାନ୍ସ ମାନେ ପ୍ରଶ୍ନ କରୁଛନ୍ତି କି କଣ ରିୟାଙ୍କ ସହ ସେମାନଙ୍କର କିଛି ମନୋ ମାଳିନ୍ୟ ହୋଇଛି ନା ରିୟାଙ୍କ ବିବାହରେ ହିରୋ ମାନେ ଆସିଥିଲେ ହୃଦୟ ଚୁନା ହୋଇ ଯାଇଥାନ୍ତା ବୋଲି ଆସିଲେ ନାହିଁ।

ସମସ୍ତଙ୍କ ଚର୍ଚ୍ଚା ଆଉ ଆଲୋଚନା ଭିତରେ କିନ୍ତୁ ରିୟା ଏବେ ବିବାହ କରି ଝିଅରୁ ବୋହୁ ହୋଇ ଯାଇଛନ୍ତି। ଆଉ ରିୟାଙ୍କ ଜୀବନ ସାଥୀ ମାନେ ସୁନୀଲ ଦଲାଇଙ୍କ ନାମରେ ରିୟା ମଥାରେ ସିନ୍ଦୁର ପିନ୍ଧି ସାରିଛନ୍ତି। ରିୟା ବର୍ତ୍ତମାନ ବାଲେଶ୍ଵରର ଆଉ ଝିଅ ହୋଇ ରହି ନାହାଁନ୍ତି ରିୟା ଏବେ ପୁରୀର ବୋହୁ। ଜଗତର ନାଥ ଜଗନ୍ନାଥ ରିୟାଙ୍କୁ ଶ୍ରୀକ୍ଷେତ୍ରର ବୋହୁ କରି ଦେଇଛନ୍ତି। ଆଉ ରିୟା ବିବାହ ପରେ ଶାଶୂଘରେ ଦୁଇ ଦିନ ମଧ୍ୟ କାଟି ସାରିଛନ୍ତି।

ରିୟା ତାଙ୍କ ଶାଶୁ ଘରୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ରିୟା ତାଙ୍କ ଶାଶୁ ଘରେ ବେଶ ଖୁସିରେ ଥିବା ଦେଖିବାକୁ ମିଳିଛି। ହେଲେ ଏହି ସବୁ ମଧ୍ୟରେ ରିୟାଙ୍କ ଫ୍ୟାନ୍ସ ମାନଙ୍କ ମନ କିନ୍ତୁ ବୁଝୁନି ସେମାନେ ସେହି ଗୋଟିଏ କଥାରେ ଅଟକି ଯାଇଛନ୍ତି କି କଣ ହୋଇଛି କାହିଁକି ଆସିଲେନି ହିରୋମାନେ । ଏହାର ଉତ୍ତର କିନ୍ତୁ କେବଳ ରିୟା ଆଉ ରିୟାଙ୍କ ବିବାହରେ ଆସିନଥିବା ହିରୋ ମାନେ ହିଁ ଦେଇ ପାରିବେ ।

କିନ୍ତୁ ଏବେ ଫ୍ୟାନ୍ସ ମାନଙ୍କର ଗୋଟିଏ କଥା କି ବାବୁସାନ ଆଉ ରିୟାଙ୍କ ଯୋଡିକୁ ଦର୍ଶକ ଏତେ ଭଲ ପାଆନ୍ତି ଦୁହେଁ ମଧ୍ୟ ଖୁବ ଭଲ ସାଙ୍ଗ ବୋଲି ସେମାନଙ୍କ ଫ୍ୟାନ୍ସ ମାନେ ଜାଣିଛନ୍ତି ହେଲେ କାହିଁକି ବାବୁସାନ ଆସିଲେ ନାହିଁ ରିୟାଙ୍କ ବାହାଘରରେ। ବାବୁସନଙ୍କ ମା ଅପରାଜିତା ମହାନ୍ତି ରିୟାଙ୍କ ବିବାହରେ ଉପସ୍ଥିତ ଥିବା ବେଳେ ବାବୁସାନଙ୍କୁ କିନ୍ତୁ ଦେଖିବାକୁ ମିଳିଲା ନାହିଁ। ତେବେ ସେ ଯାହା ବି କିଛି ହେଉ।

କିଛି ଦିନ ଗଲା ପରେ ରିୟା ତାଙ୍କ ଶାଶୁ ଘରେ ଟିକେ ଫ୍ରି ହେଲେ ନିହାତି ଭାବେ କହିବେ ତାଙ୍କ ବାହାଘରରେ ଯେଉଁ ମାନେ ଆସି ନାହାଁନ୍ତି ତାହା ପଛର କାରଣ କଣ ବୋଲି ରିୟାଙ୍କ ଫ୍ୟାନ୍ସ ମାନେ କହୁଛନ୍ତି। ତେବେ ସେପଟେ ରିୟାଙ୍କ ବିବାହକୁ ନେଇ ତାଙ୍କ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ଛୁଟାଉ ଛନ୍ତି ଶୁଭେଚ୍ଛାର ସୁଅ।

Leave a Reply

Your email address will not be published. Required fields are marked *