ବାହାହେଲା ପରେ ବହୁତ୍ ଭଲ ପାଉଥିଲେ, ଆଜି ପାଗେଳୀ କହି ଘରୁ ବାହାର କରିଦେଲେ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥା-ନା ଅନ୍ତର୍ଗତ ଡୁମୁକ ହାଟ ଗାଆଁର ସ୍ଵର୍ଗତ ବିଶ୍ଵନାଥ ନାୟକଙ୍କ ଝିଅ ସୋନାଲି ବିନ୍ଦୁ ନାୟକ କୁରୁଞ୍ଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା ମାହ୍ନିସାପୁରର ସୁବାଷ ଚନ୍ଦ୍ର ସାମଲଙ୍କୁ ଜୁଲାଇ ମାସରେ ବାହା ହେଇଥିଲେ। କୋରୋନା ରେ ସୋନାଲିଙ୍କ ବାପା ମାଆ ଚାଲିଗଲା ପରେ ସେ ପୁରା ଭଙ୍ଗି ପଡ଼ିଲେ। ସେଥିପାଇଁ ତାଙ୍କ ବଡ଼ ଭଉଣୀ ତାଙ୍କୁ କେତେଦିନ ନିଜ ପାଖରେ ରଖିଲେ। ଏବଂ ତାଙ୍କର ବହୁତ୍ ଯତ୍ନ ନେଲେ।

କିନ୍ତୁ ସୋନାଲି ତାଙ୍କ ବାପାମାଆଙ୍କୁ ଭୁଲିପାରୁ ନଥିଲେ। ସେଥିପାଇଁ ତାଙ୍କ ଭଉଣୀ ଆଉ ଭିଣେଇ ଭାବିଲେ ସେ ବାହା ହେବା ପରେ ଭଲରେ ରହିବେ। ଗୋଟେ ଭଲ ଘର ଦେଖି ଭିଣେଇ ସୋନାଲିଙ୍କୁ ବହାଦେଲେ କିନ୍ତୁ ଗୋଟେ ମାସ ପରେ ସୋନାଲି ଙ୍କ ଶାଶୂଘର ଲୋକ ୫ ଲକ୍ଷ ଟଙ୍କା ଯୌ-ତୁକ ମାଗି ତାଙ୍କୁ ଘରୁ ବାହାର କରିଦେଲେ।

ସୋନାଲି ପ୍ରଥମେ ନିଜ ଭଉଣୀ ଏବଂ ଭିଣେଇଙ୍କୁ ସାଙ୍ଗରେ ଧରି ସୁବାଷଙ୍କ ଘର ଆଗରେ ଧାରଣା ଦେଇଥିଲେ। କିଛି ଫାଇଦା ନ ହେବାରୁ ସେ ନ୍ୟା-ୟ ପାଇଁ ଡେରାବିଶ୍ ଥାନାରେ ସ୍ବାମୀ ଏବଂ ଶାଶୂଙ୍କ ନା ରେ ଅଭି-ଯୋଗ କଲେ କିନ୍ତୁ ସୁବାଷ ସୋନାଲିକୁ ପାଗଳ ବୋଲି କହି ଅଭି-ଯୋଗକୁ ଖାରଜ କରିବାକୁ ଚାହୁଁଛନ୍ତି।

ସୋନାଲି ମିଡ଼ିଆ ଆଗରେ କହିଛନ୍ତି ଗୋଟେ ମାସ ଭିତରେ ବାପାମାଆ ଚାଲିଯିବା ପରେ ମୁଁ ବହୁତ୍ ଚିନ୍ତାରେ ଥିଲି। ସେଥିପାଇଁ କାହା ସହ ଅଧିକ କଥା ହୁଅନି। ଘରର ସବୁ କାମ ଏକା କରିଦେଇ ଘରେ ରୁହେ। କିଛି ଦିନ ଏମିତି ଯିବା ପରେ ଶାଶୂ ଏବଂ ନଣନ୍ଦ ମତେ ପାଗେଳି ବୋଲି କହିଲେ। ମାଙ୍କ କଥାରେ ସ୍ବାମୀ ମଧ୍ୟ ମତେ ପାଗେଳି ବୋଲି କହିଲେ। କହିଲେ ଘରୁ ୫ ଲକ୍ଷ ଟଙ୍କା ଆଣିବାକୁ କହି ମତେ ଘରୁ ବାହାର କରିଦେଲେ। କହିଲେ ମୁଁ ଯଦି ୫ ଲକ୍ଷ ଟଙ୍କା ନ ଆଣେ ମତେ ଘରେ ରଖିବେନି।

ବାପାମାଆ ନ ଥାଇ ଭଉଣୀ ଭିଣେଇ ମୋ ବାହା ଘରେ କଲେ ଏବେ ମୁଁ ୫ ଲକ୍ଷ ଟଙ୍କା କୋଉଠୁ ଆଣିବି। ସେଥିପାଇଁ ମୁଁ ପୋ-ଲିସ୍ ଉପରେ ସବୁକିଛି ଛାଡ଼ିଦେଇ ନ୍ୟାୟ ପାଇଁ ଅପେକ୍ଷା କରିଛି। ସୋନାଲି କେମିତି ନିଜ ଶାଶୂ ଘରେ ବୋହୂର ଅଧିକାର ପାଇବ ଏବଂ ସୁବାଷ ତାଙ୍କୁ ସ୍ତ୍ରୀର ଅଧିକାର ଦେବେ ସୋନାଲି କେମିତି ନିଜ ଶାଶୂ ଘରେ ବୋହୂର ଅଧିକାର ପାଇବେ ଏବଂ ସୁବାଷ ତାଙ୍କୁ ସ୍ତ୍ରୀର ଅଧିକାର ଦେବେ ସୋନାଲିଙ୍କ ବଡ଼ ଭଉଣୀ ପୋ-ଲିସ୍ ଆଗରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *