କାହିଁକି ଖୋଲା ହେଉ ନାହିଁ ରତ୍ନଭଣ୍ଡାର , କଣ ରହିଛି ଏହା ପଛର ରହସ୍ୟ , ସତରେ କଣ ….

ଅନେକ ପ୍ରଶ୍ନ ଘେରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ଅନେକ ବାଦ ବିବାଦ ଚାଲି ଆସିଛି ବର୍ଷ ବର୍ଷ ଧରି । କାହିଁକି ଆଉ କେଉଁ କାରଣ ପାଇଁ ଖୋଲା ହେଉ ନାହିଁ ଶ୍ରୀମନ୍ଦିରର ଏହି ରତ୍ନଭଣ୍ଡାର । ସତରେ କଣ ଏହା ପଛରେ ରହିଛି ଗୁଢ଼ ରହସ୍ୟ । ଯେଉଁ କାରଣ କାହାକୁ ବି ଜଣା ନାହିଁ ନା ଜାଣି ଜାଣି ଖୋଲା ହେଉ ନାହିଁ ରତ୍ନଭଣ୍ଡାର । ଯାହା ମଧ୍ୟରେ ବର୍ଷ ବର୍ଷ ଧରି ଗଚ୍ଛିତ ହୋଇ ରହିଛି ସୁନା , ରୂପା , ହୀରା , ମୋତି ଆଉ ମାଣିକର ଅଳଙ୍କାର । ଯାହାକୁ ବାହାରକୁ ବାହାର କରି ହେଉ ନାହିଁ ।

ସମସ୍ତେ ଜାଣିବା ପାଇଁ ଚେଷ୍ଟା କରନ୍ତି , ଏହା ମଧ୍ୟରେ କଣ ଗଚ୍ଛିତ ହୋଇ ରହିଛି । କିନ୍ତୁ କେହି ବି ଏହାକୁ ଖୋଲି ପାରନ୍ତି ନାହିଁ କିମ୍ବା ଏହା ମଧ୍ୟକୁ ପ୍ରବେଶ କରି ପାରନ୍ତି ନାହିଁ । କାହିଁକି ନା କୁହାଯାଏ ଏପରି କିଛି ଗଭୀର ଜିନିଷ ଅଛି ଆଉ କିଛି ଅଲୌକିକ କଥା ରହିଛି , ଯାହା ପାଇଁ ଏହି ରତ୍ନଭଣ୍ଡାର ଖୋଲା ହୋଇ ପାରେ ନାହିଁ । କୁହାଯାଏ ଆଗରୁ ଅନେକ ଥର ଏହାକୁ ଖୋଲିବା ପାଇଁ ଚେଷ୍ଟା କରାଯାଇଛି , କିନ୍ତୁ ସବୁଥର କେବଳ ବିଫଳତା ହିଁ ମିଳିଛି । କେହି କେବେ ଏହାକୁ ଖୋଲିବା ପାଇଁ ହୋଇପାରି ନାହାଁନ୍ତି ସକ୍ଷମ।

ତେବେ କୁହାଯାଏ ଯେ , ଏହା ମଧ୍ୟରେ ସପ୍ତଫେଣି ନାଗ ଅଛନ୍ତି । ଯେଉଁ ମାନେ ଏହାକୁ ର-କ୍ଷା କରିଛନ୍ତି । ଆଉ ରତ୍ନଭଣ୍ଡାର ଖୋଲିବା ମାତ୍ରେ ସେମାନେ ଦଂ-ଶନ କରିଦେବେ । ସେଥିପାଇଁ ଏହାକୁ କେହି ମଧ୍ୟ ଖୋଲିବା ପାଇଁ ଚେଷ୍ଟା କରନ୍ତି ନାହିଁ । ଅନେକ ଥର ଏହା ମଧ୍ୟରୁ ସାପ ମାନଙ୍କର ଗ-ର୍ଜନ ଶୁଭାଯାଏ । ଯାହା ଫଳରେ ଏହାକୁ ଖୋଲିବା କଥା ଭାବିଲେ , ସମସ୍ତେ ଭ-ୟଭୀ-ତ ହୋଇ ଯାଆନ୍ତି । କୁହାଯାଏ ଆଗରୁ ଅର୍ଥାତ ଯେତେବେଳେ ଦେଶ ସ୍ଵାଧୀନ ହୋଇ ନଥିଲା , ସେତେବେଳେ ଜଣେ ବ୍ରିଟିଶ ଶାସକ ଏହାକୁ ଖୋଲିବା ପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଶେଷରେ ତାଙ୍କ ସହିତ ଏହା ଘଟିଥିଲା , ଯାହାକୁ କେହି ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲେ । ସେ ତ ରତ୍ନଭଣ୍ଡାର ଖୋଲି ପାରି ନଥିଲେ ଆଉ ଏହାର କିଛି ଦିନ ପରେ ତାଙ୍କ ପୁଅଙ୍କର ଆକସ୍ମିକ ଭାବରେ ମୃ-ତ୍ୟୁ ହୋଇଥିଲା । ତେବେ ଏହାପରେ ୨୦୧୮ ମସିହାରେ ଶେଷ ଥର ପାଇଁ ଏହାକୁ ଖୋଲିବା ଲାଗି କରା ଯାଇଥିଲା ଚେଷ୍ଟା । ଏପରିକି ସାପ ହେଲ୍ପଲାଇନ ବିଭାଗ ଆସିବା ସହିତ ଆଣ୍ଟି ସ୍ନେକ ଭେନମ ମଧ୍ୟ ରଖା ଯାଇଥିଲା । କିନ୍ତୁ ଠିକ୍ ଖୋଲିବା ବେଳକୁ ରତ୍ନଭଣ୍ଡାରର ଚାବି ଅଚାନକ ଭାବରେ କୁଆଡେ ଗା-ଏବ ହୋଇ ଯାଇଥିଲା । ଆଉ ତାପର ଠାରୁ ଆଜି ଯାଏଁ କେବେ ମଧ୍ୟ ଏହାକୁ ଖୋଲିବା ପାଇଁ ଚେଷ୍ଟା କରା ଯାଇ ନାହିଁ ।

Leave a Reply

Your email address will not be published. Required fields are marked *