ନିର୍ବାଚନ ପରେ କାହିଁକି ୪୮ ଘଣ୍ଟା ଲୁଚିବେ ମୋଦୀ, ଏହି ସମୟ ପାଇଁ ତାଙ୍କୁ ଆଉ କେହି ଦେଖି ପାରିବେନି…. ସମୁଦ୍ରରେ….।

କାହିଁକି ମେ ୩୧ ରୁ ଜୁନ ୧ ପର୍ଯ୍ୟନ୍ତ ଲୁଚିଯିବେ ମୋଦୀ। ଏମିତି ନିଷ୍ପତ୍ତି କାହିଁକି ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଚାଲିଥିବା ବେଳେ ମୋଦୀଙ୍କର ଏ କି ପ୍ଲାନ? ସମୁଦ୍ର ଭିତରେ ରହିବେ ୪୮ ଘଣ୍ଟା।ହଁ ଆଜ୍ଞା ଏଇ ଏବେ ଏବେ ଏ ଖବର ମିଳିଛି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ମୋଦୀ ଏମିତି ନିଷ୍ପତ୍ତି ନେଇଛନ୍ତି ଯେଉଁଥିପାଇଁ ତାଙ୍କୁ ୪୮ ଘଣ୍ଟା କେହି ଦେଖିପାରିବେନି ହେଲେ କାହିଁକି? ମୋଦୀ କୁଆଡେ ଯିବେ ବୋଲି ଚର୍ଚ୍ଚା ହେଲାଣି। ତେବେ ଏବେ ଘନ ଘନ ଓଡିଶା ଆସୁଛନ୍ତି, ପ୍ରଚାର ପ୍ରସାର କରୁଛନ୍ତି। ଆଉ ଲୋକପ୍ରିୟତା ବି ବଢିଛି। ପ୍ରଚାର ସମୟରେ ଏଭଳି ଖବର ସମସ୍ତଙ୍କ ହସ ଉଡାଇ ଦେଇଛି।

ତେବେ ପୁରା ଘଟଣାଟି ହେଉଛି ମୋଦୀ ଧ୍ୟାନରେ ବସିବେ। ଗୋଟିଏ ପଟେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ରହିଛି। ମେ ୩୦ ରେ ଶେଷ ପାର୍ଯ୍ୟୟ ନେଇ ପ୍ରଚାର ଶେଷ ହେବାକୁ ଯାଉଛି। ଶେଷ ପ୍ରଚାର ହେବା ପରେ ମୋଦୀ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ବୋଲି ସୂଚନା ମିଳିଛି।

ତେବେ ତାମିଲନାଡୁର କନ୍ୟାକୁମାରି ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକିରେ ସେ ୪୮ ଘଣ୍ଟା ଯାଏ ଧ୍ୟାନ କରିବେ। ବିବେକାନନ୍ଦ ସ୍ମାରକଟି ସମୁଦ୍ର ଭିତରେ ରହିଛି। ତେଣୁ ମୋଦୀ ସମୁଦ୍ର ଭିତରକୁ ଯାଇ ଧ୍ୟାନ କରିବେ। ଯେଉଁଠି ବିବେକାନନ୍ଦ ୩ ଦିନ ଧ୍ୟାନ କରିଥିଲେ। ସେହି ସ୍ଥାନରେ ହିଁ ମୋଦୀ ଧ୍ୟାନ କରିବେ। ମେ ୩୧ ତାରିଖ ସନ୍ଧ୍ୟାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ମୋଦୀଙ୍କୁ କେହି ଦେଖି ପାରିବେ ନାହିଁ। ସୂଚନା ଅନୁସାରେ ମୋଦୀ ଗୁରୁବାର ଅର୍ଥାତ ୩୦ ସନ୍ଧ୍ୟାରେ କନ୍ୟାକୁମାରିରେ ପହଂଚିବେ। ଉପକୂଳ ଠାରୁ ୫୦୦ ମିଟର ସମୁଦ୍ର ଭିତରେ ଥିବା ସ୍ମାରକିରେ ମୋଦୀ ଧ୍ୟାନ କରିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମେ ୩୧ ସନ୍ଧ୍ୟାରୁ ଧ୍ୟାନ ଆରମ୍ଭ କରିବେ। ଜୁନ ୧ ସନ୍ଧ୍ୟାରେ ସେ ଧ୍ୟାନରୁ ଉଠି ସିଧା ଦିଲ୍ଲୀରେ ପହଂଚିବେ।

ତେବେ ଏହା ପୂର୍ବରୁ ମଧ୍ୟ ମୋଦୀ ଏମିତି ଧ୍ୟାନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନର ଠିକ ଶେଷ ପର୍ଯ୍ୟାୟରେ ମୋଦୀ କେଦାରନାଥ ଗସ୍ତ କରିଥିଲେ। ସେଠାରେ ଥିବା ଏକ ଗୁମ୍ଫାରେ ସେ ଧ୍ୟାନରେ ବସିଥିଲେ। ୨୦୧୯ ମେ ୧୮ ତାରିଖରେ ମୋଦୀ ଉତ୍ତରାଖଣ୍ଡର ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ ଏବଂ ୧୯ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା ଓ ମେ ୨୩ ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ସେ ୨୦୧୪ ରେ ଶିବାଜୀ ପ୍ରତାପଗଡ଼ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *