ଏହି ନମ୍ବର ଷ୍ଟିକର ଥିବା ଫଳ ଖାଉଛନ୍ତି କି ତେବେ ହୋଇଯାନ୍ତୁ ସାବଧାନ…ନହେଲେ ଆପଣଙ୍କୁ ହୋଇପାରେ କ୍ୟାନ୍ସର।

ଫଳ ଉପରେ କାହିଁକି ଥାଏ ଷ୍ଟିକର? ଷ୍ଟିକର ଲାଗିବା ପଛରେ କ’ଣ ରହିଛି କାରଣ? ଏତେ ନମ୍ବର ଷ୍ଟିକର ଥିବା ଫଳ ସ୍ୱାସ୍ଥ୍ୟ ପାଇଁ ହିତକର।ବନ୍ଧୁଗଣ ଆପଣ ମାନେ ତ ଫଳ ଦୋକାନରୁ ସବୁବେଳେ ଫଳ କିଣୁଥିବେ। ଖାସ କରି ସେଓ। ସବୁବେଳେ ଆପଣ ଦେଖିଥିବେ ସେଓ ଉପରେ ଗୋଟେ ଷ୍ଟିକର ଲାଗିଥାଏ। ଆଉ ଷ୍ଟିକରରେ ଲେଖାଥାଏ କିଛି ନମ୍ବର। ଅନେକ ଥର ଆପଣ ସେଓ ଖାଇବା ପରେ ସେଇ ଷ୍ଟିକରଟିକୁ ଛଡାଇ ଫିଙ୍ଗି ଦିଅନ୍ତି। କେବେହେଲେ ଧ୍ୟାନ ତା ଉପରେ ଯାଇନାହିଁ। ହେଲେ ଏହା ପଛରେ କିଛି କାରଣ ରହିଛି। ଯାହାକୁ ଅନେକ ଲୋକେ ଜାଣିନଥିବେ।

କହିବାକୁ ଗଲେ ପ୍ରାୟ ୯୫% ଲୋକେ ଏହାର ପଛରେ ଥିବା କାରଣ ଜାଣି ନାହାଁନ୍ତି। ତାହେଲେ କାହିଁକି ଷ୍ଟିକର ଥାଏ ଫଳ ଉପରେ? ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ବାସ୍ତବରେ ଫଳ ଉପରେ ଲାଗିଥିବା ସେସବୁ ଷ୍ଟିକର ଦର୍ଶାଇଥାଏ ଫଳର କୁଆଲିଟି। ତା ଉପରେ ଲେଖାଥିବା ନମ୍ବରର ଗୁଣବତାକୁ କହିଥାଏ। ଯଦି ଷ୍ଟିକରରେ ୫ ଟି ଡିଜିଟ ରହିଛି ତେବେ ତାହାର ଅର୍ଥ ହେଉଛି ସେଇ ଫଳର ଅର୍ଗାନିକୱେରେ ଚାଷ କରାଯାଇଛି

ଯେତେବେଳେ କି ୪ ଟି ଡିଜିଟ ବିଶିଷ୍ଟ ଷ୍ଟିକର ଦର୍ଶାଇଥାଏ ସେଥିରେ କେମିକାଲ ଏବଂ ମେଡ଼ିସିନ ମଧ୍ୟ କରାଯାଇଛି ପ୍ରୟୋଗ। ଆଉ ଯଦି ଫଳ ଉପରେ ୫ ଟି ଡିଜିଟ ଲେଖାଅଛି ଆଉ ତାର ପ୍ରଥମ ନମ୍ବର ୯ରୁ ଆରମ୍ଭ ତାର ଅର୍ଥ ହେଲା କି ସେଇ ଫଳକୁ ଅର୍ଗାନିକ ଭାବରେ ଚାଷ କରାଯାଇଛି। ତାହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର।

ଆଉ ଯଦି ଫଳଟି ୫ଟି ଡିଜିଟରେ ଅଛି ଆଉ ତାର ନମ୍ବର ଆରମ୍ଭ ହେଉଛି ୮ରୁ ତାର ଅର୍ଥ ହେଉଛି ଫଳକୁ ଜନେଟିକ ମଡିଫିକେଶନ କରି ଚାଷ କରାଯାଇଛି। ଅର୍ଥାତ ତାହା ହେଉଛି ନନ ଅର୍ଗାନିକ। ଆଉ କିଛି ଫଳରେ କେବଳ ୪ ଟି ଡିଜିଟ ମଧ୍ୟ ରହିଥାଏ। ଯାହାର ଅର୍ଥ ସେସବୁର ଟିଟନାଶକ ଏବଂ କେମିକାଲ ବ୍ୟବହାର କରି ଚାଷ କରାଯାଇଛି। ଆଉ ସେସବୁ ଅର୍ଗାନିକ ଫଳ ଠାରୁ ବହୁତ ଶସ୍ତା ଏବଂ କମ ଲାଭଦାୟକ ମଧ୍ୟ।

ସେଥିପାଇଁ ସେମିତିକା ଫଳ ଖାଇବା ଅନୁଚିତ। କାରଣ ସେସବୁ ଫଳ ଦେହ ପାଇଁ ହିତକର ହୋଇନଥାଏ। ଫଳରେ ଅଧିକ ମାତ୍ରାରେ କେମିକାଲ ପ୍ରୟୋଗ କାରଣରୁ ଏହା କ୍ୟାନ୍ସର ଭଳି ରୋଗର କାରଣ ମଧ୍ୟ ହୋଇପାରେ। ସେଥିପାଇଁ ସର୍ବଦା ଅର୍ଗାନିକ ଫଳ ଅର୍ଥାତ ଜୈବିକ ଉପାୟରେ ଚାଷ କରାଯାଇଥିବା ଫଳ କିଣି ଖାଇବା ଉଚିତ।

Leave a Reply

Your email address will not be published. Required fields are marked *