କାହିଁକି କୁକୁର ଭଳି ବ୍ୟବହାର କରୁଥିଲେ ଯୁବକ । କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏଇ ଗତ କିଛିଦିନ ତଳେ ଏକ ଘଟ-ଣା ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହୋଇଥିଲା । କାରଣ ଜଣେ ଯୁବକଙ୍କ ସ୍ୱାସ୍ଥ୍ୟ ହଠାତ ଏତେ ବିଗିଡି ଯାଇଥିଲା ଯେ ସେ କୁକୁର ଭଳି ଆଚରଣ କରୁଥିଲେ । ତାଙ୍କର ସେଭଳି ଅବସ୍ଥା ଦେଖି ତାଙ୍କ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେହି ସମୟରେ ଡାକ୍ତରଙ୍କ କହିବା କଥା ଥିଲା ଯେ ଯଦି କୌଣସି ବ୍ୟକ୍ତିକୁ କୁକୁର କା-ମୁଡ଼େ ତେବେ ସେ ଏଭଳି ଆଚରଣ କରିଥାଏ । ମାତ୍ର ତାହା ସ୍ପଷ୍ଟ ନଥିଲା । କିନ୍ତୁ ଯୁବକ ଜଣକ ଯେଉଁ ଭଳି ଭାବରେ ପାଣି ପିଇବାକୁ ମାଗି କୁକୁର ଭଳି ପାଣି ପିଉଥିଲେ ଏବଂ କୁକୁର ଭଳି ଭୋକୁଥିଲେ ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ଥିଲେ ।

ତେବେ ଆଜି ଆମେ ଆପଣଙ୍କୁ ଯୁବକଙ୍କର ସେପରି ଅବସ୍ଥା ହେବାର କାରଣ ବିଷୟରେ କହିବୁ । ବର୍ତ୍ତମାନ କଥା କହିବାକୁ ଗଲେ ଯୁବକ ଜଣକ କଟକ ସ୍ଥିତ ମେଡିକାଲରେ ଚିକିତ୍ସା ହେବା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଯୁବକଙ୍କ ବାପାଙ୍କ ଅନୁଯାୟୀ ଏପରି ସମସ୍ୟା ତାଙ୍କୁ ଆଗରୁ ନଥିଲା କିମ୍ବା କୌଣସି କୁକୁର କାମୁ-ଡ଼ିବା କାରଣରୁ ହୋଇନାହିଁ । ବରଂ ଏହା ନି-ଶା ଦ୍ର-ବ୍ଯ ସେବନ କାରଣରୁ ହୋଇଛି । ଏହାବ୍ୟତୀତ ଏସବୁର କାରଣ ହେଉଛି ମୋବାଇଲ । ଯୁବକ କୁଆଡ଼େ ତାଙ୍କ ବାପାଙ୍କୁ ମୋବାଇଲ ମାଗିବାରୁ ତାଙ୍କ ବାପା ଦେଇ ନଥିଲେ । ଆଉ ସେହି କାରଣରୁ ହିଁ ସେ ନି-ଶା ଦ୍ର-ବ୍ୟ ସେବନ କରିଥିଲେ ।

ସାଧରଣତଃ ନି-ଶା ଦ୍ରବ୍ୟ ମଧ୍ୟରୁ ଡ୍ର-ଗ୍ସ ଏବଂ ଭା-ଙ୍ଗ ଏତେ ଭ-ୟଙ୍କର ଜିନିଷ ଯେ , ତାହାକୁ ଯଦି କେହି ସେବନ କରନ୍ତି ତେବେ ସେ ଅନିଶ୍ଚିତ ବ୍ୟବହାର କରିବା ସ୍ୱାଭାବିକ । ଯେଉଁ କାରଣ ସେଠାକାର ଡାକ୍ତର ମଧ୍ୟ କହିଥିଲେ । ଡାକ୍ତରଙ୍କ କହିବା କଥା ଥିଲା ଯେ ଯୁବକ ଜଣକ ଯେହେତୁ ସିଗା-ରେଟ , ଭା-ଙ୍ଗ ଏବଂ ଡ୍ର-ଗ୍ସ ନେଇଥିଲେ ତେଣୁ ସେ ନିଜର ଭାରସାମ୍ୟ ହରାଇ ଏପରି କୁକୁର ଭଳି ବ୍ୟବହାର କରୁଥିଲେ । ଯେଉଁଥି ପାଇଁ ତାଙ୍କ ପରିବାର ଲୋକେ ମଧ୍ୟ ଭ-ୟଭୀତ ହୋଇ ଯାଇଥିଲେ । ଯୁବକ ନିଜେ ମଧ୍ୟ ଏହା କହିଛନ୍ତି ଯେ ଯଦି ତାଙ୍କ ପରିବାର ଲୋକେ ତାଙ୍କୁ ମୋବାଇଲ ଦେଇ ଦେଇଥାନ୍ତେ ତେବେ ତାଙ୍କର ଏପରି ଅବସ୍ଥା ହୋଇ ନଥାନ୍ତା ।

ତେବେ ବର୍ତ୍ତମାନ ଯୁବକ ଜଣକ ସୁସ୍ଥ ହୋଇ ଯିବାରୁ ତାଙ୍କ ପରିବାର ଲୋକେ ଖୁବ ଖୁସି ଅଛନ୍ତି । ଏଥିପାଇଁ ସେମାନେ ଉକ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ତେବେ ଯେଉଁ ଘଟ-ଣା କାଲି ଅବିଶ୍ୱସନୀୟ ଲାଗୁଥିଲା ତାହାର ବାସ୍ତବ କାରଣ ଏପରି ହୋଇଥାଇ ପାରେ ବୋଲି କେହିବି ଭାବି ନଥିଲେ । ତଥାପି ଏହା ସତ ଅଟେ । ନି-ଶାରେ ବୁଡ଼ି ରହିବାକୁ ଆଜିକାର ଯୁବ ସମାଜ ଏକ ଫ୍ୟାସନ ବୋଲି ମାନି ନେଇଛନ୍ତି , ଯାହା ବାସ୍ତବରେ ଫ୍ୟାସନ ନୁହେଁ ବରଂ ବ-ର୍ବାଦି ।

Leave a Reply

Your email address will not be published. Required fields are marked *