ତୁ ମା ନୁହେଁ ତୁ ମାଁ ନାଁରେ କ-ଳଙ୍କ।

ଛି ବୋଉ ଛି। ତତେ ବୋଉ କହିବାକୁ ମତେ ଲା-ଜ ଲାଗୁଛି। ତତେ ବୋଉ ବୋଲି କହିବାକୁ ମୋ ବିବେକ ମତେ ବାଧା ଦେଉଛି। ଆଉ ତତେ ବୋଉ ବୋଲି କହିବାକୁ ମତେ ଘୃ-ଣା ଲାଗୁଛି। ବୋଉ ଲୋ ଏ ବୋଉ ଚାଲ ଏ ଦୁନିଆ ସାରା ଦେଖି ଆସିବୁ ଚାଲ ତୋ ପରି ବୋଉ ନା ସତରେ ପାଇବୁନି ଲୋ। ତୁ ବୋଉ ନୁହେଁ ତୁ ଗୋଟେ ସ୍ୱାର୍ଥପର। ନହେଲେ କେଉଁ ବୋଉ ତା ଛୁଆଙ୍କ ପାଇଁ ଏପରି ହୋଇ ପାରିଥାନ୍ତା କହିଲୁ। କେଉଁ ବୋଉ ତା ଛୁଆକୁ ଏମିତି ଏକା କରି ଛାଡି ଯାଇଥାନ୍ତା କହିଲୁ। ତୁ ମତେ ଦଶ ମାସ ଦଶ ଦିନ ଜନ୍ମରେ ରଖି ଜନ୍ମ କରିଥିଲୁ ତ ବୋଉ ? ନା ତୁ ମତେ କେଉଁ ଜଙ୍ଗଲ ରୁ କି କେଉଁ ବୁଦା ମୂଲୁ ପାଇକି ଆଣିଥିଲୁ ଆଜି ଏ ପ୍ରଶ୍ନ ମୋ ମନରେ ଉଙ୍କି ମା-ରୁଛି। ଭାବୁଛି କାହାକୁ ଦୋ-ଷ ଦେବି ତତେ ନା ମୋ ଭାଗ୍ୟକୁ। ତତେ ଦୋ-ଷ ଦେବି ନା ଭଗବାନଙ୍କୁ ଦୋ-ଷ ଦେବି।

ମୁଁ ପାଗେଳି ବୋଲି ତୁ ମତେ ଗୁହାଳ ଭିତରେ ଛାଡି ଚାଲିଗଲୁ। ମୁଁ ତ ପାଗେଳି ହେଲେ ବୋଉ ଲୋ ତୋ ମୁଁଣ୍ଡବି କଣ ଖରାପ କି କହିଲୁ। ଏ ଗୁହାଳ ଭିତରେ କିଏ ରୁହନ୍ତି ଜାଣିଛୁ ଗାଈ ମାନେ ଏ ଗୁହାଳ ଭିତରେ ରୁହନ୍ତି। ହେଲେ ତୁ ମତେ ଜନ୍ମ ଦେଇ ପାଳି ପୋଷି ବଡ଼ କରି କେମିତି ଏ ଗୁହାଳ ଭିତରେ ଛାଡି ଚାଲି ଯାଇ ପାରିଲୁ। ମୁଁ ଭାବୁଥିଲି ଭଗବାନ ବୋଧେ ମତେ ମାନ-ସିକ ବିକୃତ କରି ଜନ୍ମ ଦେଇଛନ୍ତି। ହେଲେ ମୁଁ ଜାଣିନଥିଲି ଭଗବାନ ତତେ ସୁସ୍ଥ ମାନ-ସିକ ଦେଇଥିଲେ ବି ଅସୁସ୍ଥ ହୃଦୟ ଟିଏ ଦେଇଛନ୍ତି। ଯେଉଁ ହୃଦୟରେ ଭୁଲ ଠିକର ବି-ଚାର ନାହିଁ। ଯେଉଁ ହୃଦୟରେ ଛୁଆଙ୍କ ପ୍ରତି ସ୍ନେହ ପ୍ରେମ ଭଲ ପାଇବା ବଦଳରେ କେବଳ ଘୃ-ଣା ଆଉ ବାଛ ବିଚାର ଅଛି। ବନ୍ଧୁଗଣ କୁନି ଛୁଆଟି ଦୁନିଆ କଣ ଜାଣିନି ହେଲେ ତାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁ-ହ ଆସିଯିବ।

ଗୁହାଳ ଘର ଭିତରେ କୁନି ପାଗେଳି ଝିଅକୁ ଛାଡି ମା ଚାଲିଯାଇଛି। ଆଉ ପାଗେଳି କୁନି ଝିଅ ଚାରି ଆଡକୁ ବଲ ବଲ ହୋଇ ଚାହିଁ କହୁଛି ମତେ ମୋ ମା ପର କରିଦେଲା ମତେ ସାହା ହେବ କିଏ। ମୋ ଜନ୍ମ କଲା ମା ଯେତେବେଳେ ମତେ ପର କରିଦେଇଛି ମୁଁ ବା ପର ଲୋକଙ୍କ ପାଖରୁ ଆଉ କଣ ଆଶା ରଖିବି କି ସେମାନେ ମତେ ନିଜର କରିବେ ବୋଲି। ମୋର ବି ଇଚ୍ଛା ଥିଲା ମୋର ବି ସବୁ ପିଲାଙ୍କ ପରି ସ୍ୱପ୍ନ ଥିଲା ଦିନେ ମୁଁ ବି ଭାବୁଥିଲି ମୁଁ ଗାଁ ଦାଣ୍ଡରୁ ଧୂଳି ଖେଳି ଆସି ମା କାନିରେ ଝାଡ଼ି ହେବି।

ଦିନେ ମୁଁ ମଧ୍ୟ ଭାବୁଥିଲି କି ମୋ ମା ମତେ ତା କୋଳରେ ବସାଇ ଖୁଆଇ ଦେବ ବୋଲି ହେଲେ ମୋର ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ମୁଁ ଜାଣିନଥିଲି ମୋ ମା ମୋ ଜନ୍ମ କଲା ମା ମତେ ଅସହାୟ ଅବସ୍ଥାରେ ଛାଡି ଚାଲିଯିବ ବୋଲି। ମତେ ଭାରି କ-ଷ୍ଟ ଲାଗୁଛି। ମୁଁ ଚାହୁଁଛି ବାହାର ଦୁନିଆକୁ ବାହାରି ତୋ ସ୍ନେହ ଟିକେ ପାଆନ୍ତି। ଗାଁ ସାଙ୍ଗ ମାନଙ୍କ ସହିତ ସାଙ୍ଗ ହୋଇ ପାଠ ପଢିବାକୁ ସ୍କୁଲ ଯାଆନ୍ତି। ମା ଲୋ ତୁ କଣ କହୁଛୁ ମତେ ବାହାର କରି ଦେବୁ ନା ଏହି ଗୁହାଳ ଭିତରୁ।

ଏମିତି ସ୍ପର୍ଶ କାତର ଘ-ଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାରୁ। ସୂଚନା ଅନୁଯାୟୀ ଝିଅର ମାନ-ସିକ ବିକୃତି ଥିବାରୁ ନିଜ ଜନ୍ମ କଲା ମା ଝିଅକୁ ଗୁହାଳ କରେ ଛାଡି ଚାଲିଯାଇଛି। କୁନି ଝିଅ ଗୁହାଳ କରେ ଥାଇ ଚାରି ଆଡକୁ ଚାହିଁ ରହୁଥିବା ବେଳେ ମା ଝିଅକୁ ଛାଡି ଅଚିନ୍ତାରେ ଅଛି। ଏପଟେ ଝିଅ ଉପରେ କେହି ଯଦି ଦୟାକରି ଖାଇବାକୁ ମୁଠେ ଦେଉଛନ୍ତି ତ ତାହାଲେ ଝିଅ ଖାଉଛି ନହେଲେ ଉପାସ ଭୋକରେ ସେହି ଗୁହାଳ କରେ ପଡି ରହୁଥିବା ଗ୍ରାମବାସୀ କହିଛନ୍ତି। ତେବେ ଏହି ଘଟ-ଣାକୁ ବୁଦ୍ଧିଜୀବୀ ମାନେ ନିନ୍ଦା କରୁଥିବା ବେଳେ ଦେଖିବାକୁ ବାକି ରହିଲା କି କେବେ ଏହି କୁନି ନିରିହ ଝିଅ ଉପରେ ମାର ଦୟା ହେବ ଆଉ ଝିଅକୁ ଗୁହାଳ ଘରୁ ବାହାର କରି ଘରକୁ ନେବ।

Leave a Reply

Your email address will not be published. Required fields are marked *