ଯବାନ ମନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇ ମାତୃଭୂମି ର ସେବାରେ ଲାଗି ପଡନ୍ତି। ତେବେ ସେମାନଙ୍କ ମନରେ ପରିବାର କୁ ନେଇ କୌଣସି ଭୟ ନଥାଏ। ସେମାନଙ୍କ ସଂସାର ପ୍ରତି କୌଣସି ଲୋଭ ନଥାଏ। ଦେଶର ସେବା କରିବା ଏବଂ ସୁରକ୍ଷା ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିଥାଏ। ସେଥିପାଇଁ ଜୀବନ ଦେବାକୁ ପଡିଲେ ମଧ୍ୟ ଯବାନ ମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। କାର୍ଯ୍ୟରୁ ଛୁଟି ମିଳିଲେ ପରିବାର ଲୋକଙ୍କ ସହ ସମୟ ଅତି ବାହିତ କରିବା ପାଇଁ ଚାଲି ଆସନ୍ତି। କିନ୍ତୁ ନିଜର ପରିବାର ମୃତ୍ୟୁର କାରଣ ସାଜିବ ତାହା ଜାଣି ପାରିଲେ ନାହିଁ ଯବାନ।
ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।
ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀ ଶେଷରେ ସ୍ୱାମୀକୁ ହତ୍ୟା କରିବା ପାଇଁ ଟିକେ ବି ହାତ ଥରିଲା ନାହିଁ। ହରିୟାଣାର ଚରଖୀ ଦାଦରୀରୁ ଅତି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚରମ ସୀମା ଅତିକ୍ରମ କରି ନିଜ ପୁରୁଷ ବନ୍ଧୁ ସହ ମିଶି ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ଭାରତୀୟ ସେନାର ଜଣେ ଯବାନ ଥିଲେ। ଛୁଟିରେ ସେ ଘରକୁ ଆସିଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି। ମୃତକ ପ୍ରବୀଣ କୁମାରଙ୍କ ମୃତ ଶରୀର ସନ୍ଦେହ ଜନକ ଭାବେ ଉଦ୍ଧାର ହେବା ପରେ ଏହି ଖବର ସମଗ୍ର ଅଞ୍ଚଳରେ ଖେଳି ଯାଇଥିଲା।
ତେବେ ଫୌଜି ପ୍ରବୀଣ କୁମାରଙ୍କ ମୃତ୍ୟୁ ପରେ ପୋଲିସ ଖବର ପାଇ ମୃତ ଦେହ ଉଦ୍ଧାର କରିଥିଲା। ସେହି ସମୟରେ ପରିବାର ଲୋକେ ପ୍ରବୀଣ ଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି କହିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରବୀଣ କୁମାର ଫେବୃଆରୀ ୪ ତାରିଖ ରାତି ରେ ଭୋଜନ କରି ଶୋଇଥିଲେ। ତେବେ ରାତି ଅଧରେ ହୃଦୟ ଯନ୍ତ୍ରଣା ଅନୁଭବ କରିବାରୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ମୃତ ଘୋଷିତ କରିଥିଲେ ବୋଲି ଏହି ରାୟ ପ୍ରବୀଣ କୁମାରଙ୍କ ପତ୍ନୀ ନିଜେ ଷ୍ଟେଟମେଣ୍ଟ ଦେଇଥିଲେ। କିନ୍ତୁ ତାଙ୍କର ଏହି ମିଛ ଅଧିକା ଦିନ ରହି ପାରି ନଥିଲା।
ମୃତ୍ୟୁର ସାତ ଦିନ ପରେ ତଦନ୍ତକାରୀ ଦଳ ପୋଷ୍ଟମର୍ଟମ ରିପୋର୍ଟ ଧରି ଯବାନ ପ୍ରବୀଣ କୁମାରଙ୍କ ଘରେ ପହଞ୍ଚି ଥିଲେ ଏବଂ ମୃତ୍ୟୁ ଉପରୁ ରହସ୍ୟମୟ ପରଦା ଉଠେଇ ଥିଲେ। ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଗଳା ଚିପିବା ଏବଂ ଶ୍ୱାସରୁଦ୍ଧ କାରଣରୁ ପ୍ରବୀଣଙ୍କ ମୃତ୍ୟୁ ଘଟିଛି। ପ୍ରବୀଣଙ୍କ ସ୍ତ୍ରୀ ମୋନିକାକୁ ପୋଲିସ ଗିରଫ କରିଥିଲା ଏବଂ କଠୋର ଭାବରେ ପଚରାଉଚରା କରିବା ପରେ ମୋନିକା ସତ କହିଥିଲେ। ତେବେ ସେ ଆଉ ତାଙ୍କ ପୁରୁଷ ବନ୍ଧୁ ଭିକ୍କିଙ୍କ ସହ ମିଶି ପ୍ରବୀଣ ଙ୍କୁ ହତ୍ୟା କରିଛନ୍ତି ବୋଲି ସବୁ ସତ ମାନି ଯାଇଥିଲେ।