ଏକାଠି କୋଲ୍ଡ ଡ୍ରିଙ୍କସ ପିଉଥିବା ଏହି ଦୁଇଟି ପିଲା ବର୍ତ୍ତମାନ ହୋଇଛନ୍ତି ଫିଲ୍ମ ସୁପରଷ୍ଟାର, କୁହନ୍ତୁ କିଏ ଏହି ସୁପର ଷ୍ଟାର?

ଫିଲ୍ମ ଷ୍ଟାରମାନଙ୍କର ପିଲାଦିନ ମଧ୍ୟ ଜଣେ ସାଧାରଣ ପିଲା ଭଳି ହୋଇଥାଏ । ଧିରେ ଧିରେ ସେମାନେ ଅଭିନୟ ଦୁନିଆରେ ଏତେ ନାମ ଅର୍ଜନ କରନ୍ତି ଯେ କୋଟି କୋଟି ଲୋକ ତାଙ୍କର ଫ୍ୟାନ୍ ହୁଅନ୍ତି । ଏକାଠି ବସି ଥଣ୍ଡାପାନୀୟ ପିଉଥିବା ଏହି ଦୁଇ ପିଲା ମଧ୍ୟ ଏତେ ନାମ ଅର୍ଜନ କରିଛନ୍ତି ଯେ କୋଟି କୋଟି ଲୋକ ତାଙ୍କ ଫ୍ୟାନ ସାଜିଛନ୍ତି । ଦୁହେଁ ସାଉଥ୍ ଚଳଚ୍ଚିତ୍ରର ବଡ ଆକ୍ସନ୍ ହିରୋ ହୋଇଛନ୍ତି ଏବଂ ସେମାନଙ୍କୁ ସୁପର ଷ୍ଟାର୍ କୁହାଯାଉଛି । ଆପଣ ମଧ୍ୟ ଏହି ଦୁଇଜଣଙ୍କୁ ଜାଣିଛନ୍ତି । ଯଦି ଚିହ୍ନି ପାରୁନାହାଁନ୍ତି ତେବେ ଆସନ୍ତୁ ଉଭୟଙ୍କ ବିଷୟରେ ଜାଣିବା ।

ଫଟୋରେ ଦେଖାଯାଉଥିବା କମଳା ରଙ୍ଗର ଟି-ସାର୍ଟ ପିନ୍ଧି ଥଣ୍ଡା ପାନୀୟ ପିଉଥିବା ପିଲାଟି ରାମ ଚରଣ ତେଜା ଅଟନ୍ତି । ରାମ ଚରଣସାଉଥ୍ ଚଳଚ୍ଚିତ୍ରର ଜଣେ ସୁପରଷ୍ଟାର ଅଟନ୍ତି । ସେ ଆମକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ।

ତାଙ୍କର ଚଳଚ୍ଚିତ୍ର ମଗଧିରା ସଫଳତାର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା । ଏହି ଚଳଚ୍ଚିତ୍ରଟି ବାହୁବଳୀର ନିର୍ଦ୍ଦେଶକ ରାଜାମୌଲିଙ୍କ ଦ୍ବାରା ନିର୍ମିତ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ରାମଚରଣ ସାଉଥର ବଡ଼ ବଡ଼ ସୁପରଷ୍ଟାର ମାନଙ୍କ ମଧ୍ୟରେ ଗଣିତ ହୋଇଥିଲେ । ସମଗ୍ର ଦକ୍ଷିଣ ଭାରତରେ ତାଙ୍କ ଫ୍ୟାନମାନେ ଅନେକ ସଂଖ୍ୟାରେ ଅଛନ୍ତି ।

ବର୍ତ୍ତମାନ ରାମ ଚରଣଙ୍କୁ 36 ବର୍ଷ ବୟସ ଅଟେ । ସେ ଚେନ୍ନାଇରେ 27 ମାର୍ଚ୍ଚ 1985 ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରସିଦ୍ଧ ଅଭିନେତା ଚିରଞ୍ଜୀବୀଙ୍କ ପୁଅ ଅଟନ୍ତି । ବର୍ତ୍ତମାନ ସେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରନ୍ତି ଏବଂ ହାଇଦ୍ରାବାଦରେ ରୁହନ୍ତି

ତାଙ୍କ ବିବାହ 2012 ମସିହାରେ ଉପସାନା କାମିନେନିଙ୍କ ସହ ହୋଇଥିଲା । ରାମ ଚରଣଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି RRR ଯେଉଁଥିରେ ସେ Jr NTR ସହିତ ନଜର ଆସିବେ ।ରାମ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ 2007 ମସିହାରେ ‘ଚିରୁଥା’ ନାମକ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ ।

ଥଣ୍ଡାପାନୀୟ ପିଉଥିବା ଅନ୍ୟ ପିଲାଟି ଆଉ କେହି ନୁହଁନ୍ତି ବରଂ ବର୍ତ୍ତମାନ ପୁଷ୍ପା ନାମରେ ଖ୍ୟାତି ଅର୍ଜନ କରିଥିବା ଅଲୁ ଅର୍ଜୁନ ଅଟନ୍ତି । ଅଲୁଙ୍କ ନାମ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ରହିଛି । ପୁଷ୍ପା ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଲୋକମାନେ ଦିୱାନା ହୋଇଛନ୍ତି । ଟଲିଉଡର ଶ୍ରେଷ୍ଠ 3 କଳାକାରଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଉଛି ।

ଅଲୁ ଅର୍ଜୁନଙ୍କ ପୁଷ୍ପା ଚଳଚ୍ଚିତ୍ରର ଶ୍ରୀବଲ୍ଲୀ ଗୀତ ହେଉ କିମ୍ବା ଏହାର ଡାଇଲଗ ସବୁକିଛି ଚର୍ଚ୍ଚାରେ ରହିଛି । ଅଲୁଙ୍କ ଫିସ୍ ବିଷୟରେ କହିବାକୁ ଗଲେ ସେ ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ 70 ରୁ 80 କୋଟି ଚାର୍ଜ କରନ୍ତି । ଏହା ବ୍ୟତୀତ ସେ ବିଜ୍ଞାପନରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

ଅଲୁ ଅର୍ଜୁନ ବିବାହିତ ଅଟନ୍ତି । ସେ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ଅଲୁ 8 ଏପ୍ରିଲ 1982 ରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ତାଙ୍କ ବୟସ 39 ବର୍ଷ ଅଟେ । ଅଲୁ ଅର୍ଜୁନ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଲୋକମାନଙ୍କ ପାଇଁ ସେ ଏକ ଷ୍ଟାଇଲ୍ ଆଇକନ୍ ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଫଲୋ କରନ୍ତି । ଅଲୁଙ୍କ ପାଖରେ 100 କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ଅଛି ଏବଂ ସେ ଭିନ୍ନ ଭିନ୍ନ ଗାଡ଼ିର ସୌକିନ ଅଟନ୍ତି ।

ତାଙ୍କ ପାଖରେ ବଡ଼ ବଡ଼ ବ୍ରାଣ୍ଡର ଅନେକ ଗାଡ଼ି ଅଛି । ପୁଷ୍ପା ଚଳଚ୍ଚିତ୍ରର ସଫଳତା ପରେ ତାଙ୍କ ପାଖରେ ଅନେକ ବଡ ବଡ଼ ବଜେଟର ଚଳଚ୍ଚିତ୍ର ଅଛି । ଏହା ବ୍ୟତୀତ ପୁଷ୍ପା ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ମଧ୍ଯ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦରୁ ତାଙ୍କର ଗ୍ରାଜୁଏସନ ଶେଷ କରିଛନ୍ତି ।

Leave a Reply

Your email address will not be published. Required fields are marked *