ମହିଳାଙ୍କ ରୋଗ ସାଜିଲା କାଳ , ସ୍ତ୍ରୀ ପ-କ୍ଷାଘା-ତରେ ପୀ-ଡିତ ହେବାରୁ ଅଧା ବାଟରେ ଛାଡି ଦେଲେ ସ୍ଵାମୀ

କୁହାଯାଏ ଦୁଃ-ଖ ଅଦିନିଆ ମେଘ । କେତେବେଳେ କାହା ଜୀବନରେ ଆସିିଯିବ , ସେ କଥା କେହି ଜାଣି ପାରନ୍ତି ନାହିଁ । ଦୁଃ-ଖ ଆସି ତାର ମେଘରେ ଭସାଇ ଦେଇଥାଏ । ଆଉ ମଣିଷ କେଉଁ ଆଡେ ଯିବ , ସେ କଥା ଭାବି ପାରେନାହିଁ । ପୁରାପୁରି ପାଲଟି ଯାଏ ଏକୁଟିଆ । ତେବେ ଏପରି ଏକ ଦୁଃ-ଖଭରା କାହାଣୀ , ବର୍ତ୍ତମାନ ଲୋକଲୋଚନକୁ ଆସିଅଛି । ଯେଉଁ କାହାଣୀ ଶୁଣିବା ପରେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ ।

ଏପରି ଏକ ଦୁଃଖ ଆସିଛି ନବରଙ୍ଗପୁରର ଝିଅ ତଥା ଗଞ୍ଜାମ ଜିଲ୍ଲାର ବୋହୂ ମୋନାଲିସା ରଥଙ୍କ ଜୀବନରେ । ତାଙ୍କ ଜୀବନ ବି ବହୁତ ଖୁସିରେ ଚାଲିଥିଲା କିନ୍ତୁ ହଠାତ୍ ସବୁକିଛି ଭାଙ୍ଗି ଚୂରମାର ହୋଇ ଯାଇଥିଲା । ୨୦୧୩ ମସିହାରେ ନବରଙ୍ଗପୁର ଜିଲ୍ଲାର ମୋନାଲିସା ରଥଙ୍କ ବିବାହ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ଶକ୍ତିଶଙ୍କରଙ୍କ ସହିତ ହୋଇଥିଲା । ବିବାହ ପରେ ଦୁହେଁ ଯାଇ ଚେନ୍ନାଇରେ ରହୁଥିଲେ । ମୋନାଲିସା ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରି ଭାବରେ କାମ କରୁଥିଲେ ।

ତାଙ୍କ ସ୍ଵାମୀ ମଧ୍ୟ ସେଠାରେ ଚାକିରୀ କରୁଥିଲେ । ତେବେ ସେମାନଙ୍କର ବୌବାହିକ ଜୀବନ ବହୁତ ହସଖୁସିରେ ଚାଲିଥିଲା । କିନ୍ତୁ ଝଡ ସେତେବେଳେ ସୃଷ୍ଟି ହୋଇଥିଲା , ଯେତେବେଳେ ଦୁଇ ଦୁଇ ଥର ମୋନାଲିସାଙ୍କର ଗ-ର୍ଭପାତ ହୋଇଥିଲା । ତାଙ୍କର ଛୁଆ ରହୁ ନଥିଲା , ଦୁଇ ଥର ନ-ଷ୍ଟ ହୋଇ ଯାଇଥିଲା । ତେବେ ଏହାପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ । ତେବେ ବିଶ୍ରାମ ନେବା ପରେ ସେ ତୃତୀୟ ଥର ପାଇଁ ଗ-ର୍ଭବ-ତୀ ହୋଇଥିଲେ ଆଉ ତାଙ୍କର ଝିଅଟିଏ ମଧ୍ୟ ହୋଇଥିଲା ।

କିନ୍ତୁ ଦୁଃ-ଖର କଥା ଏହା ଯେ , ମୋନାଲିସା ଏହି ସମୟରେ ପ-କ୍ଷାଘା-ତରେ ପୀ-ଡିତ ହୋଇଥିଲେ । ଆଉ ଯେଉଁଥି ପାଇଁ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ଘୃ-ଣା କରିବା ଆରମ୍ଭ କରିଥିଲେ । କିଛି ମାସ ପରେ ଶାଶୁ ଘର ଲୋକେ ମୋନାଲିସାଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଦେଇ ଯାଇଥିଲେ ଆଉ ତାଙ୍କ ଝିଅଙ୍କୁ ନିଜ ପାଖରେ ରଖି ଦେଇଥିଲେ । ତେବେ କିଛି ଦିନ ପୂର୍ବରୁ ମୋନାଲିସାଙ୍କୁ ଛା-ଡପ-ତ୍ର ପାଇଁ ଚିଠି ଆସିଛି କାରଣ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିବେ । ଏହି କଥା ଶୁଣି ମୋନାଲିସା ପୁରାପୁରି ଭା-ଙ୍ଗି ପଡିଛନ୍ତି । ଆଜି ବି ତାଙ୍କ ମନରେ ସ୍ଵାମୀଙ୍କ ପ୍ରତି ରହିଛି ଭଲପାଇବା । କିନ୍ତୁ ଆଉ ସେ ସ୍ୱାମୀଙ୍କ ପାଖକୁ ଫେରି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *